ଓଡିଶା

odisha

By

Published : Feb 16, 2021, 5:55 PM IST

ETV Bharat / bharat

ହରିୟାଣାରେ କିଶାନ ମହାପଞ୍ଚାୟତ, ବିଜେପିକୁ ଭୋଟ ନଦେବା ଲାଗି କହିଲେ ଚାଷୀ ନେତା

କୃଷି ଆଇନକୁ ନେଇ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ବଳ ଦେବା ପାଇଁ ଲଗାତର ଆୟୋଜନ ଚାଲିଛି କିଶାନ ମହାପଞ୍ଚାୟତ । ଅଧିକ ପଢନ୍ତୁ ...

ହରିୟାଣାରେ କିଶାନ ମହାପଞ୍ଚାୟତ , ବିଜେପିକୁ ଭୋଟ ନଦେବା ଲାଗି କହିଲେ କହିଲେ ଚାଷୀ ନେତା
ହରିୟାଣାରେ କିଶାନ ମହାପଞ୍ଚାୟତ , ବିଜେପିକୁ ଭୋଟ ନଦେବା ଲାଗି କହିଲେ କହିଲେ ଚାଷୀ ନେତା

ଚଣ୍ଡିଗଡ: କୃଷି ଆଇନକୁ ନେଇ ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ବଳ ଦେବା ପାଇଁ ଲଗାତର ଆୟୋଜନ ଚାଲିଛି କିଶାନ ମହାପଞ୍ଚାୟତ । ଏହି କ୍ରମରେ ହରିୟାଣାର ରୋହତକ ଜିଲ୍ଲାରେ କିଶାନ ମହାପଞ୍ଚାୟତ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଭାରତ କିଶାନ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଟିକାୟତଙ୍କ ସମେତ ବହୁ ଆଗ ଧାଡିର ଚାଷୀ ନେତାମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି ।

ହରିୟାଣାରେ କିଶାନ ମହାପଞ୍ଚାୟତ , ବିଜେପିକୁ ଭୋଟ ନଦେବା ଲାଗି କହିଲେ କହିଲେ ଚାଷୀ ନେତା

ଏହି କିଶାନ ମହାପଞ୍ଚାୟତ କାର୍ଯ୍ୟକ୍ରମରେ ଚାଷୀ ନେତାମାନେ ବିଜେପି ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । କିଶାନ ନେତା ଗୁରୁନାମ ଚଟୁନି ବିଜେପିକୁ ଭୋଟ ନଦେବା ପାଇଁ ଚାଷୀଙ୍କୁ ନିଜ ସମ୍ଭାଷଣରେ କହୁଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି ଯଦି ବିଜେପି ଗ୍ରାମରେ ପଶି ଭୋଟ ଭିକ୍ଷା କରୁଛି ତାହା ହେଲେ ତାକୁ ଉଚିତ ଜବାବ ଦିଆଯାଉ । ସେମାନଙ୍କୁ ଭୋଟ ଦେବା ଅପେକ୍ଷା ଚୋରକୁ ଭୋଟ ଦେବା ସ୍ରେୟସ୍କର ବୋଲି କହିଛନ୍ତି ଚାଷୀ ନେତା ଗୁରୁନାମ ଚଟୁନି ।

କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଆଜିକୁ 83 ଦିନରେ ପହଞ୍ଚିଥିବା ବେଳେସମାଧାର ବାଟ ବାହାରି ପାରୁନଥିବା ଚିନ୍ତାର କାରଣ ହୋଇଛି । କୃଷକ ନେତା ଓ ସରକାରଙ୍କ ମଧ୍ୟରେ ବାରମ୍ବାର ଆଲୋଚନା ବିଫଳ ହୋଇଛି । ଅନ୍ୟ ପଟେ ସାଧାରଣତନ୍ତ୍ର ଦିବସରେ ହିଂସା ପରେ ଚାଷୀ ଆନ୍ଦୋଳନ କ୍ରମଶଃ ଦୁର୍ବଳ ହେଉଥିବାବେଳେ ଏହାକୁ କ୍ରିୟାଶୀଳ କରିବା ପାଇଁ ହରିୟାଣା , ପଞ୍ଜାବ ସମେତ ବିଭିନ୍ନ ରାଜ୍ୟରେ ନିୟମିତ କିଶାନ ମହାପଞ୍ଚାୟତ ଆୟୋଜନ କରିଚାଲିଛନ୍ତି ଚାଷୀ ନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details