ଓଡିଶା

odisha

କେରଳ ରାଜ୍ୟପାଳଙ୍କ ସାଂଘାତିକ ଅଭିଯୋଗ; ମୋତେ ଆକ୍ରମଣ ପାଇଁ ମୁଖ୍ୟମନ୍ତ୍ରୀ ଗୁଣ୍ଡା ପଠାଇଥିଲେ

By ETV Bharat Odisha Team

Published : Dec 12, 2023, 1:10 PM IST

Kerala Governor claim against Chief Minister: କେରଳ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ରାଜ୍ୟପାଳ ଆରିଫ ମହମ୍ମଦ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ଉପରକୁ ଆକ୍ରମଣ କରାଯାଉଥିବା କହିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

Kerala Governor claim against Chief Minister
କେରଳ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ରାଜ୍ୟପାଳ,

ଥିରୁଅନନ୍ତପୁରମ: କେରଳ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ଶାରୀରିକ କ୍ଷତି ପହଞ୍ଚାଇବାକୁ ଷଡ଼ଯନ୍ତ୍ର କରାଯାଉଛି ! ପୁଣି ଏହି ଷଡ଼ଯନ୍ତ୍ରର ମୂଳରେ ଆଉ କେହିଁ ନୁହନ୍ତି ବରଂ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଥିବା ଅଭିଯୋଗ ହୋଇଛି । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ୍ କେରଳ ରାଜ୍ୟପାଳ ଆରିଫ ମହମ୍ମଦ । ସୋମବାର ରାତିରେ ରାଜ୍ୟପାଳଙ୍କ ବିରୋଧରେ ଏସଆଇଏଫ ପକ୍ଷରୁ କଳା ପତାକା ପ୍ରଦର୍ଶନ କରାଯାଉଥିବା ବେଳେ ଏସଆଇଏଫ କର୍ମକର୍ତ୍ତମାନେ ରାଜ୍ୟପାଳଙ୍କ ଗାଡି ନିକଟକୁ ପଳାଇ ଆସିଥିଲେ । ସୁରକ୍ଷାକର୍ମୀଙ୍କ ଦ୍ବାରା ତାଙ୍କୁ ଅଟକା ଯାଇଥିଲେ ମଧ୍ୟ ଏନେଇ ଘଟଣାସ୍ଥଳରେ ଉତ୍ତେଜନା ସ୍ଥିତି ଉପୁଜିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତାଙ୍କ ଉପରେ ଆକ୍ରମଣ ପାଇଁ ଏଭଳି ଷଡଯନ୍ତ୍ର କରାଯାଇଥିଲା । ତାଙ୍କୁ ଆକ୍ରମଣ କରିବାକୁ ମୁଖ୍ୟମନ୍ତ୍ରୀ ଗୁଣ୍ଡା ପଠାଇଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାଜ୍ୟପାଳ ।

ସୂଚନା ଅନୁଯାୟୀ, ସୋମବାର ରାତିରେ ନିଜ କାରରେ ବିମାନ ବନ୍ଦର ଯାଉଥିବା ବେଳେ ଥିରୁଅନନ୍ତପୁରମ ଠାରେ ଏସଆଇଏଫ ରାଜ୍ୟପାଳଙ୍କୁ କଳା ପତାକା ଦେଖାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ରାଜ୍ୟପାଳଙ୍କ ଗାଡି ନିକଟକୁ ଆସି କର୍ମକର୍ତ୍ତାମାନେ ଗାଡିକୁ ଧକ୍କା ଦେଇଥିଲେ । ଏହି ସମୟରେ ଗାଡିକୁ ଅଟକାଇ ତଳକୁ ଓହ୍ଲାଇ ପଡିଥିଲେ ରାଜ୍ୟପାଳ । ଘଟଣାସ୍ଥଳରେ କ୍ରୋଧାନ୍ବିତ ହୋଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସିଧାସଳଖ ଦାୟୀ କରିଛନ୍ତି ରାଜ୍ୟପାଳ । ଜାଣିଶୁଣି ତାଙ୍କ ଉପରକୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ସନ୍ଧ୍ୟା ସୁଦ୍ଧା ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ ! ଆଜି ବସିବ ବିଧାୟକ ଦଳ ବୈଠକ

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଜ୍ୟପାଳ କହିଛନ୍ତି, "ଯେତେବେଳେ ମୁଁ ମୋ କାରକୁ ଅଟକାଇ ତଳକୁ ଓହ୍ଲାଇଲି ସେମାନେ ପଳାଇଲେ । ସେମାନେ କାହିଁକି ପଳାଇଲେ ? କାରଣ ସେମାନେ ମୋତେ ଧମକ ଦେବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ସେମାନଙ୍କ ଦ୍ବାରା ଚାପଗ୍ରସ୍ତ ହେବି ନାହିଁ । ସେମାନେ ମୋ କାରକୁ ଦୁଇ ପଟୁ ଧକ୍କା ଦେଇଥିଲେ । କ'ଣ କାହାକୁ ମୁଖ୍ୟମନ୍ତ୍ରୀଙ୍କ ଗାଡି ପାଖକୁ ଆସିବାକୁ ଅନୁମତି ଦିଆଯିବ ? ପୋଲିସ ସେମାନଙ୍କୁ ଜାଣିଛି । କିନ୍ତୁ ପୋଲିସ କ'ଣ କରିପାରିବ ଯଦି ଏହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଥିବ ତ...। ମୁଖ୍ୟମନ୍ତ୍ରୀ ଷଡ଼ଯନ୍ତ୍ର କରି ସେମାନଙ୍କୁ ପଠାଇଥିଲେ ମୋତେ ଆକ୍ରମଣ କରିବାକୁ ।"

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଏଭଳି ଘଟଣା ପଞ୍ଚମ ଥର ପାଇଁ ହୋଇଛି । ସେମାନେ କଳା ପତାକା ଦେଖାଇ କାରକୁ ଆକ୍ରମଣ କରିବାକୁ ଚାହୁଁଥିଲେ । କାରରେ ଅନେକ ସ୍କ୍ରାଚ ଚିହ୍ନ ରହିଛି । ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି ।"

ତେବେ ଏନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ କେ ସୁଧାକରଣ ଏହାକୁ ରାଜ୍ୟ ଇତିହାସର କଳା ଦିବସ ବୋଲି କହିଛନ୍ତି । ଅନ୍ୟପଟେ ବିଜେପି ସମର୍ଥକ କେ ସୁରେନ୍ଦ୍ରନ ଅଭିଯୋଗ ଆଣିଛନ୍ତି ଯେ, ପୋଲିସ ଅଧିକାରୀମାନେ ସୁରକ୍ଷା ଗାଡିର ଗତି ଧୀର କରିଥିଲେ । ଯାହାଫଳରେ ପ୍ରଦର୍ଶନକାରୀ ଆସି ରାଜ୍ୟପାଳଙ୍କ ଗାଡିକୁ ଧକ୍କା ମାରିଥିଲେ । ରାଜ୍ୟରେ ଆଇନ କାନୁନ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଆଉ ଆମେମାନେ ଏଭଳି ଗୁଣ୍ଡାଗର୍ଦ୍ଦିର ମୁକଦର୍ଶକ ହେଉଛେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details