ଲକ୍ଷ୍ନୌ: ଉତ୍ତରପ୍ରଦେଶର ସାହାରାନପୁର ଠାରେ ଗୁରୁବାର ଜଣେ ସାମ୍ବାଦିକଙ୍କୁ ମାଡ଼ ମାରିବା ପରେ ତାଙ୍କର ମୃତ୍ୟୁ ଘଟିଛି । ସାମ୍ବାଦିକ ଜଣକ କାରକୁ ଓଭରଟେକ୍ କରିବା ଫଳରେ ଗଣ୍ଡଗୋଳ ସୃଷ୍ଟି ହୋଇ ତାଙ୍କୁ ମାଡ଼ ମାରିଥିଲେ କାରରେ ବସିଥିବା ଲୋକେ । ତେବେ ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।
ପୋଲିସର କହିବାନୁସାରେ, ସାମ୍ବାଦିକ ଜଣକ ନିଜ ମୋଟର ବାଇକ୍ରେ କୌଣସି ସ୍ଥାନକୁ ଯାଉଥିବା ବେଳେ ଏକ କାର୍କୁ ଅତିକ୍ରମ କରିଥିଲେ । ଏହି ଓଭଟେକ୍ ଘଟଣାକୁ ନେଇ କାରରେ ଥିବା ୩ ଜଣ ବ୍ୟକ୍ତି ତାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏହାପରେ ତାଙ୍କୁ ମାଡ଼ ମାରିଥିଲେ । ଉକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ତାଙ୍କୁ ଗଭୀର ଆଘାତ ଲାଗିଥିବା ପୋଲିସ କହିଛି ।