ଓଡିଶା

odisha

By

Published : Mar 12, 2023, 8:51 AM IST

ETV Bharat / bharat

ଏମିତି ବି ଆସେ ମୃତ୍ୟୁ ! ଅଟୋରେ ଯାଉଥିଲେ ମାଆ-ଝିଅ, ଉପରୁ ଖସିଲା ଲୁହା ଖୁଣ୍ଟ ଚାଲିଗଲା ଜୀବନ

ଅଟୋରେ ଯାଉଥିଲେ ମାଆ-ଝିଅ । ଉପରୁ ଖସିଲା ଲୁହା ଖୁଣ୍ଟ । ଦୁର୍ଘଟଣାରେ ଉଭୟ ମାଆ ଓ ଝିଅ ମୃତ । ଅଧିକ ପଢନ୍ତୁ

ମୁମ୍ବାଇରେ ଦୁର୍ଘଟଣା
ମୁମ୍ବାଇରେ ଦୁର୍ଘଟଣା

ମୁମ୍ବାଇ: ଜୀବନ ଅନିଶ୍ଚିତ । ରାତିରେ ଶୋଇଥିବା ଲୋକ ଯେ ସକାଳର ସୂର୍ଯ୍ୟ ଦେଖିବ ସେକଥା କିଏ କହିବ । ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିଯିବ ତାହା କେହି ଜାଣନ୍ତି ନାହିଁ । ଏଇ ଯେମିତି ଗତକାଲି (ଶନିବାର) ମୁମ୍ବାଇର ଯୋଗେଶ୍ବରୀ ଅଞ୍ଚଳରେ ଘଟିଛି । ରାସ୍ତାରେ ଆଗକୁ ଗଡୁଥିଲା ଅଟୋ । ମାଆ ଓ ସାଙ୍ଗରେ ୭ ବର୍ଷୀୟା କୁନି ଝିଅ ଅଟୋରେ ଯାଉଥିଲେ । ହେଲେ ଅଚାନକ ଉପରୁ ଖସିଲା ମୃତ୍ୟୁ । ରାସ୍ତାକଡରେ ଥିବା ଗୋଟିଏ ନିର୍ମାଣଧୀନ କୋଠାରୁ ଏକ ବିରାଟ ଲୁହା ଖୁଣ୍ଟ ଖସିଯାଇ ଚଳନ୍ତା ଅଟୋ ଉପରେ ଖସି ପଡିଥିଲା । ଯାହାଫଳରେ ଉଭୟ ମାଆ-ଝିଅଙ୍କ ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ଶନିବାର ଅପରାହ୍ନ ସମୟରେ ମୁମ୍ବାଇ ଯୋଗେଶ୍ବରୀ ଅଞ୍ଚଳ ଅନ୍ତର୍ଗତ ପଶ୍ଚିମ ଏକ୍ସପ୍ରେସ ହାଇୱେର ଷ୍ଟେସନ ରୋଡଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜଣେ ମହିଳା ନିଜର ୭ ବର୍ଷୀୟା ଝିଅ ସହ ଅଟୋ ଯାଉଥିଲେ । ଏହି ସମୟରେ ଷ୍ଟେସନ ରୋଡ ନିକଟରେ ନିର୍ମାଣଧୀନ ଥିବା ଗୋଟିଏ କୋଠାରୁ ଏକ ଲୁହା ଖୁଣ୍ଟ ଖସି ପଡିଥିଲା । କେହି କିଛି ବୁଝିବା ପୂର୍ବରୁ ଖୁଣ୍ଟଟି ସେହି ବିଲ୍ଡିଂ ଦେଇ ଯାଉଥିବା ଅଟୋ ଉପରେ ପଡିଥିଲା । ଯାହାକୁ ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକମାନେ ସ୍ତବ୍ଧ ହୋଇ ଯାଇଥିଲେ । ଖୁଣ୍ଟଟି ମହିଳା ଓ ଝିଅଟିର ମୁଣ୍ଡ ଉପରେ ପଡିଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଯାଇ ଥିବାବେଳେ ୭ ବର୍ଷୀୟା ନାବାଳିକା ଝିଅ ଗୁରୁତର ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ: ମ୍ୟାଚ୍‌ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଧମକପୂର୍ଣ୍ଣ ମେସେଜ, ତଦନ୍ତ ଆରମ୍ଭ

ଉପସ୍ଥିତ ଲୋକମାନେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଖ ହସ୍ପିଟାଲକୁ ନେଇ ଯାଇଥିଲେ । ହେଲେ ସେଠାରେ ଝିଅଟିର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ଅଟୋ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଏନେଇ ସୂଚନା ପାଇ ପୋଲିସ ମୃତଦେହ ଉଦ୍ଧାର କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ତେବେ ଯଦି ଗୋଟିଏ ସେକେଣ୍ଡ ବି ଅଟୋ ବିଳମ୍ବ ହୋଇଥାନ୍ତା ହୁଏତ ଆଜି ସେହି ମାଆ ଝିଅର ଜୀବନ ବଞ୍ଚିଯାଇ ପାରିଥାନ୍ତା । ଖୁଣ୍ଟ ନେଇଯାଇଛି ମାଆ ଝିଅଙ୍କ ଜୀବନ ।

ଏହାମଧ୍ୟ ପଢନ୍ତୁ: ବାଂଲାଦେଶରୁ ଚାଲାଣ ହୋଇଥିଲା 10KG ସୁନା, ତେଲେଙ୍ଗାନା ଓ ଆନ୍ଧ୍ରରେ 5କୋଟିର ସୁନା ଜବତ, 3 ଗିରଫ

ABOUT THE AUTHOR

...view details