ଓଡିଶା

odisha

By

Published : Feb 23, 2022, 10:40 PM IST

ETV Bharat / bharat

Rajasthan budget 2022: ୨୦୦ ବିଧାୟକଙ୍କୁ ଗେହଲଟ୍ ସରକାରଙ୍କ ଆଇଫୋନ୍ ଉପହାର

ରାଜସ୍ଥାନ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ କରିଛନ୍ତି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍‌ । ତେବେ ଏହି ବଜେଟ୍‌ରେ ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ସାମଜିକ ସୁରକ୍ଷା ଏବଂ ପର୍ଯ୍ୟଟନ ଅଧିକ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ରାଜସ୍ତାନ ମୁଖ୍ୟମନ୍ତ୍ରୀଙ୍କ ବିଧାୟକଙ୍କୁ ଆଇଫୋନ୍‌ ଉପହାର
ରାଜସ୍ତାନ ମୁଖ୍ୟମନ୍ତ୍ରୀଙ୍କ ବିଧାୟକଙ୍କୁ ଆଇଫୋନ୍‌ ଉପହାର

ଜୟପୁର: ରାଜସ୍ଥାନ ସରକାରଙ୍କ ପକ୍ଷରୁ ବିଧାନସଭାରେ ଆଗତ କରିଛନ୍ତି ୨୦୨୨-୨୩ ବର୍ଷ ପାଇଁ ଆର୍ଥିକ ବଜେଟ୍‌ । ତେବେ ଏହି ବଜେଟ୍‌ରେ ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଏବଂ ପର୍ଯ୍ୟଟନ ଅଧିକ ଗୁରୁତ୍ବ ଦିଆଯାଇଛି । ଏଥିସହ ଏହି ବଜେଟ୍‌ରେ ପ୍ରତ୍ୟେକ ବିଧାୟକଙ୍କୁ ଆଇଫୋନ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ସେହିପରି ଆଇଫୋନ ଭିତରେ ବଜେଟ୍‌ ଡିଜିଟାଲ କପି ସହିତ ୨୦୦ ବିଧାୟକଙ୍କୁ ଏହି କିଟ୍‌ ପ୍ରଦାନ କରାଯାଇଛି । ତେବେ ଏହି ଆଇଫୋନର ମୂଲ୍ୟ ୭୫ ହଜାରରୁ ୧ ଲକ୍ଷ ରହିଥିବା ଜଣାପଡିଛି । ସୂଚନା ଅନୁଯାୟୀ ୨୫୦ଟି ଆଇଫୋନ ଆସିଥିବାବେଳେ ୨୦୦ ବିଧାୟକଙ୍କୁ ଉପହାର ଦିଆଯାଇସାରିଛି ।

ଅନ୍ୟପଟେ ରାଜସ୍ଥାନ କଂଗ୍ରେସ ଦଳର ମୁଖ୍ୟ ସଚେତକ ଗୋବିନ୍ଦ ସିଂ ଦୋତାଶ୍ରା କହିଛନ୍ତି ଏହା କେବଳ ବିଧାୟକଙ୍କୁ ଉପହାର ଦିଆଯାଇନାହିଁ । ଆଗାମୀ ଦିନରେ ରାଜ୍ୟରେ ମହିଳାଙ୍କୁ ମଧ୍ୟ ସ୍ମାର୍ଟଫୋନ ଦିଆଯିବ ନେଇ ଏହି ବଜେଟ୍‌ରେ ଉଲ୍ଲେଖ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details