ଓଡିଶା

odisha

By

Published : Jul 17, 2021, 7:26 PM IST

ETV Bharat / bharat

ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ 24 MH -୬୦ ରୋମିଓ ହେଲିକପ୍ଟର

ଭାରତୀୟ ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ ଦୁଇ ଅତ୍ୟାଧୁନିକ ୨୪ ଏମଏଚ -୬୦ ରୋମିଓ ହେଲିକପ୍ଟର । ଆସନ୍ତା ବର୍ଷ ମଧ୍ୟ ଭାଗରେ ସାମିଲ ହେବା ନେଇ ସୂଚନା। ଅଧିକ ପଢନ୍ତୁ...

ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ  24 MH -୬୦ ରୋମିଓ ହେଲିକପ୍ଟର
ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ 24 MH -୬୦ ରୋମିଓ ହେଲିକପ୍ଟର

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ସାମିଲ ହେବ ଆମେରିକା ନିର୍ମିତ ଦୁଇ ଅତ୍ୟାଧୁନିକ ୨୪ ଏମଏଚ -୬୦ ରୋମିଓ ହେଲିକପ୍ଟର । ଆମେରିକାର ସାନଡିଗୋସ ନାଭାଲ ଏୟାର ଷ୍ଟେସନରୁ ଏହି ହେଲିକପ୍ଟର ଭାରତକୁ ଅଣାଯିବ । ଏହି ଅତ୍ଯାଧୁନିକ ହେଲିକପ୍ଟର ହସ୍ତାନ୍ତରଣ ପ୍ରକ୍ରିୟା ଭାରତ- ଆମେରିକା ଦ୍ବିପାକ୍ଷିକ ସାମରିକ ଜ୍ଞାନ କୌଶଳ ଆଦାନ ପ୍ରଦାନ ଚୁକ୍ତିର ଏକ ଅଶଂବିଶେଷ ଅଟେ । ଭାରତୀୟ ନୌସେନା କର୍ତ୍ତୃପକ୍ଷଙ୍କ ନିକଟରୁ ମିଳିଥିବା ସୂଚନା ଅନୁସାରେ ଏହି ଅତ୍ୟାଧୁନିକ ହେଲିକପ୍ଟର ଆସନ୍ତା ବର୍ଷ ମଧ୍ୟ ଭାଗରେ ଭାରତୀୟ ନୌସେନାରେ ସାମିଲ ହେବ । ଭାରତୀୟ ନୌସେନାର ଏକ ପାଇଲଟ ସ୍କ୍ବାର୍ଡ ଆମେରିକା ଯାଇ ଏହି ଅତ୍ୟାଧୁନିକ ହେଲିକପ୍ଟର ଉଡାଣର ଏକ ସ୍ବତନ୍ତ୍ର ପ୍ରଶିକ୍ଷଣରେ ସାମିଲ ହେବେ ।

ଏହି ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର ଯୁକ୍ତରାଷ୍ଟ୍ର ଆମେରିକାର ଲକହେଡ ମାର୍ଟିନ କର୍ପୋରେସନର ଦ୍ବାରା ନିର୍ମାଣ କରାଯାଇଛି । ଏହି ଲଢୁଆ ହେଲିକପ୍ଟରର ଅତ୍ୟାଧୁନିକ ସାମରିକ ବୈଶିଷ୍ଠ ରହିଛି । ଉଭୟ ଦିବାରାତ୍ର ସହ ଯେକୌଣସି ପାଗରେ ଏହା କୌଣସି ସାମରିକ ଅପରେସନରେ ବ୍ୟବହାର କରାଯାଇ ପାରିବ । ଗତବର୍ଷ ୨୪ ଟି ଏହି ପ୍ରକାରଭୁକ୍ତ ହେଲିକପ୍ଟର କ୍ରୟ କରିବା ପାଇଁ ଆମେରିକା ସହ ଚୁକ୍ତି କରିଥିଲା ଭାରତ । ଦୁଇ ଦେଶ ମଧ୍ୟରେ ମୋଟ ୨.୪ ବିଲିୟନ ଆମେରିକୀୟ ଡଲାରରେ ଏହି ଚୁକ୍ତି ହୋଇଥିଲା । ଏହି ଅତ୍ୟାଧୁନିକ ହେଲିକପ୍ଟରରେ ମଧ୍ୟ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ନୂତନ ସଂସ୍କରଣ ମଧ୍ୟ ବିକଶିତ କରାଯାଇପାରିବ । ଏଥିରେ ଆକାଶମାର୍ଗରୁ ଭୁପୃଷ୍ଠକୁ ଓ ଆଣ୍ଟି ସବମେରାଇନ ଅପରେଶନରେ ମଧ୍ୟ ବ୍ୟବହାର କରିହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details