ଓଡିଶା

odisha

ବଢିବ ବାୟୁସେନାର ଶକ୍ତି: କିଣା ହେବ ଆହୁରି ତେଜସ ଓ ପ୍ରଚଣ୍ଡ ହେଲିକପ୍ଟର, 2.23 ଲକ୍ଷ କୋଟିର ଡିଲ DACର ଅନୁମୋଦନ

By ETV Bharat Odisha Team

Published : Nov 30, 2023, 6:05 PM IST

Updated : Nov 30, 2023, 6:21 PM IST

Defence Panel Clears Massive Deal: ବାୟୁସେନା ଓ ସ୍ଥଳସେନା ପାଇଁ କିଣା ହେବ ଅଧିକ ତେଜସ ବିମାନ ଓ ପ୍ରଚଣ୍ଡ ହେଲିକପ୍ଟର ସମେତ ବହୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର । 2.23 ଲକ୍ଷ କୋଟି ଟଙ୍କାର କ୍ରୟ ଡିଲକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ । ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରତାକୁ ଗୁରୁତ୍ବ । ଅଧିକ ପଢନ୍ତୁ

କିଣା ହେବ ଯୁଦ୍ଧ ବିମାନ ଓ ଲଢୁଆ ହେଲିକପ୍ଟର: 2.23 କୋଟି ଟଙ୍କାର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ
କିଣା ହେବ ଯୁଦ୍ଧ ବିମାନ ଓ ଲଢୁଆ ହେଲିକପ୍ଟର: 2.23 କୋଟି ଟଙ୍କାର କ୍ରୟକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମୋଦନ

ନୂଆଦିଲ୍ଲୀ: ପ୍ରତିରକ୍ଷା ବଳର ନବୀକରଣ ଦିଗରେ ଆଜି ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତୀୟ ବାୟୁସେନା ପାଇଁ 97ଟି ହାଲୁକା ଲଢୁଆ ବିମାନ ତେଜସ ଓ ସ୍ଥଳସେନା ପାଇଁ 156ଟି ‘ପ୍ରଚଣ୍ଡ’ ଆଟାକ ହେଲିକପ୍ଟର ସମେତ ଅନ୍ୟାନ୍ୟ ଯୁଦ୍ଧାସ୍ତ୍ର କିଣିବା ପ୍ରସ୍ତାବକୁ ଆଜି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (DAC) ଅନୁମୋଦନ ଦେଇଛି । ଏହି ତେଜସ ଓ ପ୍ରଚଣ୍ଡ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏଥିପାଇଁ 1.1 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ସେହିପରି କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମକୁ ମିଶାଇ ମୋଟ 2.23 ଲକ୍ଷ କୋଟି ଟଙ୍କାର କ୍ରୟ ଡିଲକୁ ଆଜି ପରିଷଦ ମଞ୍ଜୁରୀ ଦେଇଛି ।

ଏହି କ୍ରୟ ପ୍ରକ୍ରିୟାରେ ଆତ୍ମନିର୍ଭର ଭାରତ ମିଶନକୁ ପ୍ରାଧାନ୍ୟ ଦିଆଯାଉଛି । ମୋଟ 2.23 ଲକ୍ଷ କୋଟି ଖର୍ଚ୍ଚ କରାଯିବାକୁ ଥିବା ବେଳେ ମୋଟ ଖର୍ଚ୍ଚରାଶିର 98 ପ୍ରତିଶତ ବା 2.2 ଲକ୍ଷ କୋଟିର ସାମଗ୍ରୀ ସ୍ବଦେଶୀ ଫାର୍ମଠାରୁ କ୍ରୟ କରାଯିବ । ଏହା ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ବଢାଇବା ସହ ଅନ୍ୟ ଦେଶ ଉପରେ ଯୁଦ୍ଧାସ୍ତ୍ର କିଣିବା ପାଇଁ ଥିବା ପାରମ୍ପରିକ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ । ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କ୍ଷେତ୍ରରେ ଏହା ଦେଶରେ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ ।

ଉଭୟ ‘ତେଜସ’ ଓ ‘ପ୍ରଚଣ୍ଡ’କୁ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ଏଚଏଏଲ) ନିର୍ମାଣ କରୁଛି । ‘ତେଜସ’ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା ଏକକ ଇଞ୍ଜିନ ବିଶିଷ୍ଟ ହାଲୁକା ଅତ୍ୟାଧୁନିକ ଲଢୁଆ ବିମାନ । ଏହାର ସଂଖ୍ୟା ବଢିବା ସହ ଭାରତୀୟ ବାୟୁସେନାରୁ ମିଗ-21 ଓ ମିରାଜ-2000 ସିରିଜ ପର୍ଯ୍ୟାୟକ୍ରମେ ସେବା ନିବୃତ୍ତ ହେବେ । ସେହିପରି ‘ପ୍ରଚଣ୍ଡ’ ଆଟାକ ହେଲିକପ୍ଟରକୁ ମଧ୍ୟ ଏଚଏଏଲ ଦ୍ବାରା ନିର୍ମିତ କରାଯାଇଛି । ଏହି 5.8 ଟନ ବିଶିଷ୍ଟ ଡବଲ ଇଞ୍ଜିନ ହେଲିକପ୍ଟର 21 ହଜାର ଫୁଟ ଉପରେ ଉଡାଣ ଭରି ଟାର୍ଗେଟକୁ ଲକ୍ଷ୍ୟଭେଦ କରିପାରିବ । ଏହାକୁ ବିଶେଷ ଭାବେ ହିମାଳୟ କ୍ଷେତ୍ର, ସିଆଚିନ ଓ ଲଦାଖ ପରି ଉଚ୍ଚ ଯୁଦ୍ଧକ୍ଷେତ୍ର ଫରଓ୍ବାର୍ଡ ପୋଷ୍ଟ ପାଇଁ ନିର୍ମାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- 9ରେ ତେଲେଙ୍ଗାନାରେ ଶପଥ ନେବ କଂଗ୍ରେସ ସରକାର: ପ୍ରଦେଶ କଂଗ୍ରେସ ସଭାପତି

ସେହିପରି ଭାରତୀୟ ବାୟୁସେନାର ତେଜସ ବିମାନର ସଂଖ୍ୟା ବଢାଇବା ସହ କାର୍ଯ୍ୟକ୍ଷମ ଥିବା ସୁଖୋଇ-30 ଏମକେଆଇକୁ ମଧ୍ୟ ଅପଗ୍ରେଡ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭାରତ ନିକଟରେ ଏବେ ପ୍ରାୟ 260 ସୁଖୋଇ-30 ଲଢୁଆ ବିମାନ ଅପରେସନାଲ ମୋଡରେ ରହିଛି । ସେଗୁଡିକୁ ସ୍ବଦେଶୀ ଜ୍ଞାନକୌଶଳ ସହ ମଧ୍ୟ ଅପଗ୍ରେଡ କରାଯିବ । ଏଥିରେ ସ୍ବଦେଶୀ ରାଡାର ଓ ଅନ୍ୟ ମାରକ କ୍ଷମତା ବିକଶିତ ହେବ । ପ୍ରଥମ ପର୍ଯ୍ୟାୟରେ 260 ମଧ୍ୟରୁ ପ୍ରାୟ 84 ଟି ସୁଖୋଇକୁ ନବୀକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 30, 2023, 6:21 PM IST

ABOUT THE AUTHOR

...view details