ଓଡିଶା

odisha

By

Published : Sep 1, 2021, 10:29 PM IST

ETV Bharat / bharat

ଋଷରେ ହେବ ଯୁଦ୍ଧାଭ୍ୟାସ Zapad, ଭାରତ ସମେତ ସାମିଲ ହେବେ 15 ଦେଶ

ଋଷରେ ଆୟୋଜିତ ହେବାକୁ ଥିବା ବହୁ ରାଷ୍ଟ୍ରୀୟ ମିଲିଟାରୀ ମିଳିତ ସମରାଭ୍ୟାସ Zapad 2021ରେ ଭାଗନେବ ଭାରତ । ଚୀନ-ପାକିସ୍ତାନ ସମେତ ସାମିଲ ହେବେ 15 ଦେଶ । ଅଧିକ ପଢନ୍ତୁ...

India take part in  Russian military exercises Zapad2021
ଋଷର ବହୁ ରାଷ୍ଟ୍ରୀୟ ମଲିଟାରୀ ସମସରାଭ୍ୟାସରେ ଭାଗନେବ ଭାରତ

ନୂଆଦିଲ୍ଲୀ : ଋଷରେ ଆୟୋଜିତ ହେବାକୁ ଥିବା ବହୁ ରାଷ୍ଟ୍ରୀୟ ମିଲିଟାରୀ ମିଳିତ ସମରାଭ୍ୟାସ Zapad2021ରେ ଭାଗନେବ ଭାରତ । ଏହି ବହୁରାଷ୍ଟ୍ରୀୟ ସମରାଭ୍ୟାସରେ ପାକିସ୍ତାନ ଓ ଚୀନ ମଧ୍ୟ ସାମିଲ ହୋଇଛନ୍ତି । ଭାରତୀୟ ସେନାର ୨୦୦ ଆର୍ମି କଣ୍ଟିଜେଣ୍ଟ ଏହି ମିଳିତ ସମରାଭ୍ୟାସରେ ଭାଗନେବେ ।

ସୂଚନା ଅନୁସାରେ ଆସନ୍ତା ସେପ୍ଟେମ୍ବର ୩ ରୁ ୧୬ ପର୍ଯ୍ୟନ୍ତ ଋଷରେ ନିଜହୋନିରେ ବହୁରାଷ୍ଟ୍ରୀୟ ମିଲିଟାରି ସମରାଭ୍ୟାସ Zapad 2021 ଅନୁଷ୍ଠିତ ହେବ । ଏହି ମିଲିଟାରୀ ଅପରେସନରେ ଭାଗନେବେ ଋଷିଆ ,ଭାରତ, ମିଆଁମାର,ଇଣ୍ଡୋନଏସିଆ, ଶ୍ରୀଲଙ୍କା, ଉଜବେକିସ୍ତାନ, ଭିଏତନାମ, ତୁର୍କମେନିସ୍ତାନ, ଚୀନ ଓ ପାକିସ୍ତାନ ସମେତ 15 ରାଷ୍ଟ୍ର ।

ଏହି ମିଲିଟାରୀ ଅଭ୍ୟାସର ମୁଖ୍ୟ ଲକ୍ଷ୍ୟ ହେଉଛି ଆତଙ୍କବାଦ ବିରୋଧରେ ମୁକାବିଲା । ଏହା ଦକ୍ଷିଣ ଏସିଆ ଓ ୟୁରୋଏସିଆର ୧୦ ଅଧିକ ରାଷ୍ଟ୍ର ସାମିଲ ହେବେ । ସାରା ବିଶ୍ବ ପାଇଁ ବିପଦ ସୃଷ୍ଟି କରିଥିବା ଆତଙ୍କବାଦର ମୂଳତ୍ପାଟନ କିଭଳି କରାଯିବ ସେନେଇ ମିଲିଟାରୀ ଅଭ୍ୟାସ କରାଯିବ । ଏହା ସହ ବିଭିନ୍ନ ଦେଶର ସେନା ମଧ୍ୟରେ ଭାବବିନିମୟ ଆଦାନ ପ୍ରଦାନ କରାଯିବ ।

ଭାରତ ସାମିଲ ହୋଇଥିବା କଣ୍ଟିଜେଣ୍ଟରେ ଆତଙ୍କବାଦ ମୁକାବିଲାରେ ଲଢେଇରେ କିଭଳି ମୁକାବିଲା କରାଯିବ ସେନେଇ ସମସ୍ତ ପ୍ରସ୍ତୁତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଯୁଦ୍ଧାଭ୍ୟାସରେ ଅଂଶଗ୍ରହଣକାରୀ ରାଷ୍ଟ୍ରମାନଙ୍କ ମଧ୍ୟରେ ସାମରିକ ଏବଂ ରଣନୀତିକ ସମ୍ପର୍କ ବଢାଇବାକୁ ଲକ୍ଷ୍ୟ ରଖିଛି ।

ଭାରତୀୟ କଣ୍ଟିଜେଣ୍ଟକୁ ଏକ କଠିନ ତାଲିମ କାର୍ଯ୍ୟସୂଚୀ ମାଧ୍ୟମରେ ରଖାଯାଇଛି । ଯେଉଁଥିରେ ଯାନ୍ତ୍ରିକ, ବାୟୁବାହୀ, ହେଲିବୋର୍ନ, ଆତଙ୍କବାଦ ମୁକାବିଲା ଏବଂ ଗୁଳି ବିନିମୟ ଭଳି ପାରମ୍ପାରିକ କାର୍ଯ୍ୟର ସମସ୍ତ ଦିଗ ରହିଛି ।

ABOUT THE AUTHOR

...view details