ଓଡିଶା

odisha

By

Published : Oct 19, 2021, 11:55 AM IST

ETV Bharat / bharat

India Corona: 13,058 ନୂଆ ସଂକ୍ରମିତ, 164 ମୃତ

ନିୟନ୍ତ୍ରଣରେ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହେଲେ 13,058 ସଂକ୍ରମିତ । ଅଧିକ ପଢନ୍ତୁ...

India Corona: 13,058 ନୂଆ ସଂକ୍ରମିତ, 164 ମୃତ
India Corona: 13,058 ନୂଆ ସଂକ୍ରମିତ, 164 ମୃତ

ନୂଆଦିଲ୍ଲୀ:ଦେଶରେ ତଳମୁହାଁ ରହିଛି କୋରୋନା ଗ୍ରାଫ୍ । କ୍ରମଶଃ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଭାରତରେ ମାତ୍ର 13,058 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଗତ 231 ଦିନ ଭିତରେ ସର୍ବନିମ୍ନ । ସେହିପରି ଗୋଟିଏ ଦିନରେ 19,470 ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ 164 ଜଣ ସଂକ୍ରମିତ ଆଖି ବୁଜିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ଆଜିର ନୂଆ ସଂକ୍ରମିତକୁ ମିଶାଇ ଦେଶର ମୋଟ ସଂକ୍ରମଣ ମାମଲା 3,40,94,373କୁ ବୃଦ୍ଧି ପାଇଛି । ସେହପରି ଦେଶରେ ସୁସ୍ଥ ସଂଖ୍ୟା ବଢିବା ସହ ବର୍ତ୍ତମାନ କେବଳ 1,83,118ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ସମୁଦାୟ 3,34,58,801 ସଂକ୍ରମିତ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ ସୁଦ୍ଧା ମୋଟ 4,52,454 ଜଣଙ୍କ ମୁଣ୍ଡ ନେଇଛି ମହାମାରୀ ।

ଅନ୍ୟପଟେ ଭାରତରେ ଟୀକାକରଣ ୧୦୦ କୋଟି ମୁହାଁ ହୋଇଛି । ଆଜସୁଦ୍ଧା ମୋଟ ଟୀକାକରଣ 98,67,69,411ରେ ପହଞ୍ଚିଛି ।

@ANI

ABOUT THE AUTHOR

...view details