ଓଡିଶା

odisha

India Corona Report: ଦିନକରେ 3,157 ସଂକ୍ରମିତ, 26 ମୃତ

By

Published : May 2, 2022, 9:25 AM IST

ଦେଶରେ କାୟା ମେଲାଉଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,157 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,157 fresh covid cases) । ଅଧିକ ପଢନ୍ତୁ

India Corona Report: ଦିନକରେ 3,157 ସଂକ୍ରମିତ ଚିହ୍ନଟ,26 ମୃତ
India Corona Report: ଦିନକରେ 3,157 ସଂକ୍ରମିତ ଚିହ୍ନଟ,26 ମୃତ

ନୂଆଦିଲ୍ଲୀ:ଦେଶରେ କାୟା ମେଲାଉଛି ମହାମାରୀ । ୩ ହଜାରରୁ ଅଧିକ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପୁଣି 3,157 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,157 fresh covid cases) । ଯାହା ଗତକାଲି(ରବିବାର) ତୁଳନାରେ କମ୍ । ଦିନକରେ ଦେଶରେ 26 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ମାମଲା 19,500କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,25,38,976 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏବଂ 5,23,869 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଦେଶବ୍ୟାପୀ ସମୁଦାୟ 1,89,23,98,347 ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ABOUT THE AUTHOR

...view details