ଓଡିଶା

odisha

By

Published : Jun 14, 2021, 10:07 PM IST

ETV Bharat / bharat

UN ବୈଠକରେ ମୋଦିଙ୍କ ମନ୍ତ୍ର, ଧରିତ୍ରୀ ମା'ର ଅବକ୍ଷୟ ରୋକିବାରେ ଭାରତ ଆଗୁଆ

ଯୁକ୍ତରାଷ୍ଟ୍ର(United Nations)ର ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମାନବ ଗତିବିଧି ଯୋଗୁଁ ଭୂମିକୁ ହୋଇଥିବା କ୍ଷତିକୁ ପୁନର୍ବାର ଭରଣା କରିବା ମାନବ ସମାଜର ସାମୁହିକ ଦାୟିତ୍ବ । ଆମେ ଗାମାମୀ ପୀଢିକୁ ଏକ ସୁସ୍ଥ ଧରିତ୍ରୀ ଦେବା ଆମର ଦାୟିତ୍ବ । ଅଧିକ ପଢନ୍ତୁ...

UN ବୈଠକରେ ମୋଦିଙ୍କ ମନ୍ତ୍ର, ଧରିତ୍ରୀ ମା'ର ଅବକ୍ଷେୟ ରୋକିବାରେ ଭାରତ ଆଗୁଆ
UN ବୈଠକରେ ମୋଦିଙ୍କ ମନ୍ତ୍ର, ଧରିତ୍ରୀ ମା'ର ଅବକ୍ଷେୟ ରୋକିବାରେ ଭାରତ ଆଗୁଆ

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର(United Nations)ର ଉଚ୍ଚସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭୂମି ସମସ୍ତ ଜୀବନ ଓ ଜୀବୀକାର ସମର୍ଥନ ପାଇଁ ମୌଳିକ ନିର୍ମାଣ ଖଣ୍ଡ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ମାନବ ଗତିବିଧି ଯୋଗୁଁ ଭୂମିକୁ ହୋଇଥିବା କ୍ଷତିକୁ ପୁନର୍ବାର ଭରଣା କରିବା ମାନବ ସମାଜର ସାମୁହିକ ଦାୟିତ୍ବ । ଆମେ ଗାମାମୀ ପୀଢିକୁ ଏକ ସୁସ୍ଥ ଧରିତ୍ରୀ ଦେବା ଆମର ଦାୟିତ୍ବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମୋଦି କହିଛନ୍ତି, ଲ୍ୟାଣ୍ଡ୍‌ ଡିଗ୍ରେଡେସନ ଯୋଗୁଁ ବିଶ୍ବର ଦୁଇ ତୃତୀୟାଂଶ କ୍ଷେତ୍ରରେ ପ୍ରଭାବ ପଡିଛି । ଏହା ଉପରେ ଧ୍ୟାନ ଦିଆଯାଇନାହିଁ । ଏହା ଆମ ସମାଜ, ଅର୍ଥବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଓ ଗୁଣାତ୍ମକ ଜୀବନ ଉପରେ ପ୍ରଭାବ ପକାଇବ । ଏଥିପାଇଁ ଆମକୁ ମାଟି ଓ ଏହାର ଉତ୍ସର ଅତ୍ୟଧିକ ଡିଗ୍ରେଡେସନ ହ୍ରାସ କରିବାକୁ ପଡିବ ।

ପିଏମ କହିଛନ୍ତି, ଭାରତରେ ଆମେ ସବୁବେଳେ ଭୂମିକୁ ଗୁରୁତ୍ବ ଦେଇ ଆସୁଛୁ ଏବଂ ପବିତ୍ର ପୃଥିବୀକୁ ଆମର ମା' ବୋଲି ବିବେଚନା କରୁଛୁ | ଆନ୍ତର୍ଜାତୀୟ ଫୋରମରେ ଭୂମି କ୍ଷରଣ ପ୍ରସଙ୍ଗକୁ ଆଲୋକିତ କରିବାରେ ଭାରତ ଅଣ୍ଟା ଭିଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ଭାରତରେ ପ୍ରାୟ 30 ଲକ୍ଷ ହେକ୍ଟର ଜଙ୍ଗଲ କ୍ଷେତ୍ର ଯୋଡାଯାଇଛି । ଏହା ଜଙ୍ଗଲ କ୍ଷେତ୍ରକୁ ଦେଶର ସମୁଦାୟ କ୍ଷେତ୍ରର ପ୍ରାୟ 1/4କୁ ବୃଦ୍ଧି କରିଛି | ଜମି ଅବକ୍ଷୟ ନିରପେକ୍ଷତା ପାଇଁ ଆମର ଜାତୀୟ ପ୍ରତିବଦ୍ଧତା ହାସଲ କରିବା ଦିଗରେ ଅଛୁ ବୋଲି କହିଛନ୍ତି ମୋଦି ।

ABOUT THE AUTHOR

...view details