ଓଡିଶା

odisha

By

Published : Apr 23, 2022, 7:19 AM IST

ETV Bharat / bharat

ନିଷ୍ପତ୍ତି ନେବାରେ ବିଜେପି ଧୂରନ୍ଧର, ମୁଁ ହିନ୍ଦୁ ହୋଇଥିବାରୁ ଗର୍ବିତ: ହାର୍ଦ୍ଦିକ ପଟେଲ

ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat assembly Election) ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ (Hardik Patel)ଙ୍କ ମତ ମନ୍ତବ୍ୟକୁ ନେଇ ଏବେ ରାଜନୀତି ସରଗରମ । ଅଧିକ ପଢନ୍ତୁ

ହାର୍ଦ୍ଦିକ ପଟେଲ
ହାର୍ଦ୍ଦିକ ପଟେଲ

ଅହମଦାବାଦ:ଗୁଜୁରାଟ ବିଧାନସଭା ନିର୍ବାଚନ (Gujarat assembly Election) ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ (Hardik Patel)ଙ୍କ ମତ ମନ୍ତବ୍ୟକୁ ନେଇ ଏବେ ରାଜନୀତି ସରଗରମ ।

ଶୁକ୍ରବାର ହାର୍ଦ୍ଦିକ ବିଜେପିକୁ ପ୍ରଶଂସା କରିବାକୁ ଯାଇ କହିଛନ୍ତି ମୁଁ ହିନ୍ଦୁ । ଆଉ ହିନ୍ଦୁ ହୋଇଥିବାରୁ ଗର୍ବ କରେ । ବିଜେପି ରାମ ମନ୍ଦିର ନିର୍ମାଣ ସହ ଧାରା ଅନୁଚ୍ଛେଦ କରି ନିଜ ପ୍ରତିଶୃତି ପୁରା କରିଛି । ନିଷ୍ପତ୍ତି ନେବାରେ ବିଜେପି ନେତା ଧୂରନ୍ଧର । ଯାହା ଦଳ ପାଇଁ ଫଳପ୍ରଦ ହେଉଛି । ଯାହାକୁ ନେଇ ସେ ପ୍ରଭାବିତ ହୋଇଛନ୍ତି ।

ତେବେ ନିଜ ଭବିଷ୍ୟତ ସମ୍ପର୍କରେ ସ୍ପଷ୍ଟ କରି ହାର୍ଦ୍ଦିକ କହିଛନ୍ତି ସେ ବିଜେପି ଯିବାର କୌଣସି ଯୋଜନା ନାହିଁ । କଂଗ୍ରେସରେ ଅଛନ୍ତି ରହିବେ । କିନ୍ତୁ ନିଜ ବିରୋଧୀଙ୍କୁ ଦୁର୍ବଳ ଭାବିବା ଅନୁଚିତ । ବିରୋଧୀଙ୍କ ଶକ୍ତି ଆକଳନ କଲେ ହିଁ ଆମେ ପୁରା ସାମର୍ଥ୍ୟ ସହ ନିର୍ବାଚନ ମୈଦାନରେ ଲଢେଇ କରିପାରିବା । ନିଜ ଦଳର ନେତୃତ୍ବ ଓ ନିଷ୍ପତ୍ତି ନେବାର କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇ ହାର୍ଦ୍ଦିକ କଂଗ୍ରେସର ଚାପ ବଢାଇ ଦେଇଛନ୍ତି ।

ହାର୍ଦ୍ଦିକ କହିଛନ୍ତି ସେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି । ହେଲେ ତାଙ୍କୁ କାମ କରିବାକୁ ଦିଆଯାଉ ନାହିଁ । ଦଳର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦିଆଯାଉ ନାହିଁ । ସେ ସଂଗଠନ ପାଇଁ କାମ କରିବାକୁ ଚାହୁଁଥିଲେ ମଧ୍ୟ କରିବାକୁ ଦିଆଯାଉ ନାହିଁ । ମୁଁ ସମସ୍ତ ରାଜନୈତିକ ବିକଳ୍ପ ଖୋଲା ରଖିଛି । ରାଜ୍ୟର ଜନତା ପାଇଁ ଯାହା କରିବାକୁ ପଡିବ ମୁଁ କରିବି । ତେବେ ଶେଷରେ ପୁଣି ଥରେ ହାର୍ଦ୍ଦିକ ସ୍ପଷ୍ଟ କରିଛନ୍ତି କି ମୁଁ କଂଗ୍ରେସରେ ଅଛି ରହିବି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details