ଓଡିଶା

odisha

ରନ-ଓ୍ବେରେ ଫସି ରହିଲା ଗ୍ଲୋବମାଷ୍ଟର, ବାତିଲ ହେଲା ସବୁ ବିମାନ ଉଡାଣ

By

Published : May 16, 2023, 10:38 PM IST

Updated : May 16, 2023, 10:57 PM IST

ମଝି ରନଓ୍ବେରେ ଫସିଲା ବାୟୁସେନାର ବାହୁବଳୀ । ଲେହ ବିମାନ ବନ୍ଦରରେ ଆସନ୍ତାକାଲି ପର୍ଯ୍ୟନ୍ତ ଫ୍ଲାଇଟ ଅପରେସନ ବାତିଲ । ଆଜି ଡାଇଭର୍ଟ ହେଲେ ଏକାଧିକ ବିମାନ । ତ୍ରୁଟି ସଜାଡିବାକୁ ପ୍ରୟାସ ଜାରି ରଖିଛି ବାୟୁସେନା ବୈଷୟିକ ଟିମ । ଅଧିକ ପଢନ୍ତୁ

ରନ-ଓ୍ବେରେ ଫସି ରହିଲା C-17 ଗ୍ଲୋବମାଷ୍ଟ୍ରର, ବାତିଲ ହେଲା ସବୁ ବିମାନର ଉଡାଣ
ରନ-ଓ୍ବେରେ ଫସି ରହିଲା C-17 ଗ୍ଲୋବମାଷ୍ଟ୍ରର, ବାତିଲ ହେଲା ସବୁ ବିମାନର ଉଡାଣ

ଶ୍ରୀନଗର: ଲେହ ବିମାନ ବନ୍ଦରର ରନ-ଓ୍ବେରେ ଫସି ରହିଲା ବାୟୁସେନାର ବିଶାଳ ପରିବହନ ବିମାନ C-17 ଗ୍ଲୋବମାଷ୍ଟର । କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଏବି ବିଶାଳ ସାମରିକ ପରବହନ ବିମାନଟି ରନ-ଓ୍ବେରେ ଅଟକି ରହିଛି । ଫଳରେ ବିମାନ ବନ୍ଦରରେ ଫ୍ଲାଇଟ ଅପରେସନ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି । ଅବତରଣ କରିବାକୁ ଓ ଉଡାଣ ଭରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରିବାକୁ ପଡିଛି । ବର୍ତ୍ତମାନ ସୁଦ୍ଧା ରନ କ୍ଲିୟର ନହେବା କାରଣରୁ ଆସନ୍ତାକାଲି ପର୍ଯ୍ୟନ୍ତ ଫ୍ଲାଇଟ ଅପରେସନ ବନ୍ଦ ରଖିବାକୁ ଘୋଷଣା କରିଛି ବିମାନ ବନ୍ଦର କର୍ତ୍ତୃପକ୍ଷ ।

ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏହି ସାମରିକ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ଫଳରେ ରନ-ଓ୍ବେରେ ହିଁ ବିମାନଟି ଫସି ରହିଛି । ବିମାନର ଯାନ୍ତ୍ରିକ ତ୍ରୁଟି ନିରୂପଣ ଓ ଏହାର ସମାଧାନ କରିବାକୁ ବାୟୁସେନାର ବୈଷୟିକ ଟିମ ପ୍ରୟାସ ଜାରି ରଖିଛି । ହେଲେ ଆଜି ଓ ଆସନ୍ତାକାଲି ପର୍ଯ୍ୟନ୍ତ ମଧ୍ୟ ଫ୍ଲାଇଟ ଅପରେସନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ଆସନ୍ତାକାଲି ସୁଦ୍ଧା ବିମାନର ଯାନ୍ତ୍ରିକ ତ୍ରୁଟି ସଜଡାଯିବା ପରେ ରନ-ଓ୍ବେ କ୍ଲିୟର ହେବ । ପରେ ବିମାନ ସେବା ସ୍ବାଭାବିକ ହେବା ନେଇ ଆଶା କରାଯାଉଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ଏହି କାରଣରୁ ଉଡାଣ ଓ ଅବତରଣ ସୂଚୀରେ ଥିବା ସମସ୍ତ ଘରୋଇ ବିମାନର ଅପରେସନକୁ ବାତିଲ କରାଯାଇଛି । ଇଣ୍ଡିଗୋ ଏୟାରଲାଇନ୍ସ 4ଟି ବିମାନର ଉଡାଣ ବାତିଲ କରିଥିବା ବେଳେ ଭିସ୍ତାରା ଏୟାରଲାଇନ୍ସର ଦିଲ୍ଲୀରୁ ଲେହ ଉଡାଣ ଭରିଥିବା ଗୋଟିଏ ବିମାନ ଦିଲ୍ଲୀ ଫେରିଆସିଛି । ଏୟାର ଇଣ୍ଡିଆ ମଧ୍ୟ ଅବତରଣ କରିବାକୁ ଥିବା ବିମାନକୁ ଶ୍ରୀନଗର ଏୟାରପୋର୍ଟକୁ ଡାଇଭର୍ଟ କରିଥିବା ସୂଚନା ଦେଇଛି । ଆସନ୍ତାକାଲି ସକାଳ ସୁଦ୍ଧା ରନ-ଓ୍ବେ କ୍ଲିଏର ହେବା ନେଇ ଆଶା କରାଯାଉଛି । ଅନ୍ୟପଟେ ବାୟୁସେନାର ଏକ ବୈଷୟିକ ଟିମ ବିମାନର ଯାନ୍ତ୍ରିକ ତ୍ରୁଟି ସଜାଡିବାରେ ଲାଗିଛନ୍ତି ।

ଭାରତୀୟ ବାୟୁସେନାରେ ନିୟୋଜିତ ଏହି ଆମେରିକା ନିର୍ମିତ ବିଶାଳ ସାମରିକ ପରିବହନ ବିମାନ ଏକାଧିକ ମିଶନରେ ବ୍ୟବହାର ହୋଇଆସୁଛି । ଏହା ନିକଟରେ ସୁଦାନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଥିବା ‘ଅପରେସନ କାବେରୀ’ରେ ମଧ୍ୟ ନିୟୋଜିତ ହୋଇଥିଲା । ଭାରତୀୟ ବାୟୁସେନା ନିକଟରେ ଏବେ ଏହି ବର୍ଗର 12ଟି ବିମାନ ରହିଛି । ଏହି ଅତ୍ୟାଧୁନିକ ସାମରିକ ବିମାନ କୌଣସି ପାଗ ସହ ରଫ ସର୍ଫେସରେ ଉଡାଣ ଭରିବା ସହ ଅବତରଣ କରିବାରେ ସଫଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 16, 2023, 10:57 PM IST

ABOUT THE AUTHOR

...view details