ଓଡିଶା

odisha

କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ, କଡା ଆପତ୍ତି ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

By

Published : Sep 15, 2022, 5:03 PM IST

କାନାଡା ରାଜଧାନୀ ଟରାଣ୍ଟୋରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀ (Hindu Temple demolished In Toronto)। ତୀବ୍ର ଆପତ୍ତି ଉଠାଇଲା ଭାରତ । ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଲା ଦାବି । ଅଧିକ ପଢନ୍ତୁ

କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ, କଡା ଆପତ୍ତି ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ
କାନାଡାରେ ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ତାନୀ ଉଗ୍ରବାଦୀ, କଡା ଆପତ୍ତି ସହ କାର୍ଯ୍ୟାନୁଷ୍ଠାନ ଦାବି କଲା ଭାରତ

ଟରାଣ୍ଟୋ: କାନାଡା ରାଜଧାନୀ ଟରାଣ୍ଟୋରେ ଥିବା ଏକ ପ୍ରମୁଖ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ଖଲିସ୍ତାନୀ ଉଗ୍ରବାଦୀ (Hindu Temple demolished In Toronto)। ଟରାଣ୍ଟୋରେ ଥିବା ସ୍ବାମୀ ନାରାୟଣ ମନ୍ଦିର (BAPS Swaminarayan Mandir) ରେ ଏହି ଭାଙ୍ଗରୁଜା ହୋଇଛି । ଏହାକୁ ନେଇ କାନାଡା ପ୍ରଶାସନ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ଭାରତ । ଭାରତୀୟ ଦୂତାବାସ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଏପରି କରିଥିବା ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାନାଡା ପ୍ରଶାସନ ନିକଟରେ ଦାବି କରାଯାଇଛି (India Raises Issue for Hindu Temple demolished)।

ତେବେ ମନ୍ଦିରରେ ଭଙ୍ଗାରୁଜା ହୋଇଥିଲେ ମଧ୍ୟ କେବେ ଏହି ଘଟଣାକୁ ଦୃର୍ବୃତ୍ତମାନେ ରୂପ ଦେଇଛନ୍ତି (Hindu Temple demolished In Toronto) ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ଭାରତ ବିରୋଧୀ ତଥା ସ୍ବତନ୍ତ୍ର ଖଲିସ୍ତାନ ଦାବି କରୁଥିବା ଖଲିସ୍ତାନୀ ଗୋଷ୍ଠୀର କୌଣସି କାନାଡା ଉଗ୍ରବାଦୀ ସଂଗଠନ ଏପରି କରିଥିବା ପ୍ରାଥମିକ ଭାବେ ସୂଚନା ମିଳିଛି । କାନାଡାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ (ହାଇକମିଶନର) ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ହିନ୍ଦୁ ମନ୍ଦିର (BAPS Swaminarayan Mandir) ଭଙ୍ଗା ଘଟଣାକୁ ଆମେ ନିନ୍ଦା କରୁଛୁ । ଆମେ କାନାଡା ପ୍ରଶାସନକୁ ଅନୁରୋଧ ମଧ୍ୟ କରୁଛୁ, ଏହି ସମ୍ବେଦନଶୀଳ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।’’

ସେହିପରି କାନାଡାରେ ସାଂସଦ ଥିବା ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ଆର୍ଯ୍ୟ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ କହିଛନ୍ତି, ‘‘ଏହି ଘଟଣାକୁ ସମସ୍ତେ ନିନ୍ଦା କରିବାର ଆବଶ୍ୟକତା ରହିଛି । ଏହି କାଣ୍ଡକୁ ଖଲିସ୍ତାନୀ ଉଗ୍ରବାଦୀ ସଂଗଠନ ହିଁ ଘଟାଇଛି । ଏହା କେବଳ ଗୋଟିଏ ଘଟଣା ନୁହେଁ ବରଂ ନିକଟରେ ମଧ୍ୟ କାନାଡାରେ ହିନ୍ଦୁ ମନ୍ଦିରଗୁଡିକ ଉପରେ କ୍ରମାଗତ ଆକ୍ରମଣ ହୋଇଆସୁଛି । ହିନ୍ଦୁ ସମାଜ ପ୍ରତି ଘୃଣାଭାବ ସୃଷ୍ଟି କରାଯିବା ନେଇ ଲାଗାତାର ପ୍ରୟାସ ଜାରି ରହିଛି, ଯାହା ହିନ୍ଦୁଙ୍କ ଚିନ୍ତିତ କରିବାରେ ଲାଗିଲାଣି ।’’

କାନାଡା ରାଜଧାନୀ ଟରାଣ୍ଟୋରେ ଥିବା ଏହି ନାରାୟଣସ୍ବାମୀ ମନ୍ଦିର ଏକ ପ୍ରମୁଖ ହିନ୍ଦୁ ମନ୍ଦିର ଭାବେ ଖ୍ୟାତି ଅର୍ଜନ କରିଛି । ତେବେ ଏହି ମନ୍ଦିରରେ ଖଲିସ୍ତାନୀ ଉଗ୍ରବାଦୀମାନେ ପ୍ରବେଶ କରି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଟରାଣ୍ଟୋ ପ୍ରଶାସନ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସୂଚନା ମିଳିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ଭାରତ ପଦବେଗ ପ୍ରକାଶ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କାନାଡା ପ୍ରଶାସନ ଉପରେ ଦାବି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭରତ

ABOUT THE AUTHOR

...view details