ଓଡିଶା

odisha

By

Published : Apr 20, 2022, 4:22 PM IST

ETV Bharat / bharat

ହରିୟାଣା ଯୁବ ଇଞ୍ଜିନିୟରଙ୍କ କମାଲ: Remote Tubewell Starter ତିଆରି କରି ଚର୍ଚ୍ଚାରେ

କୃଷି କ୍ଷେତ୍ରରେ ଜଳସେଚନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । କ୍ଷେତରେ ସହଜ ଓ ସୁବିଧା ଉପାୟରେ ଜଳ ମଡାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ହରିୟାଣା ହିସାରର ସୁନୀଲ କୁମାର । ସେ କ୍ଷେତରେ ପାଣି ମଡାଇବା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର (remote tubewell starter ) । ଅଧିକ ପଢନ୍ତୁ

ହରିୟାଣା ଯୁବ ଇଞ୍ଜିନିୟରଙ୍କ କମାଲ :ଜଳ ସେଚନ ପାଇଁ ତିଆରି କଲେ Remote Tubewell Starter
ହରିୟାଣା ଯୁବ ଇଞ୍ଜିନିୟରଙ୍କ କମାଲ :ଜଳ ସେଚନ ପାଇଁ ତିଆରି କଲେ Remote Tubewell Starter

ଚଣ୍ତିଗଡ :କୃଷି କ୍ଷେତ୍ରରେ ଜଳସେଚନ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । କ୍ଷେତରେ ସହଜ ଓ ସୁବିଧା ଉପାୟରେ ଜଳ ମଡାଇବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ହରିୟାଣା ହିସାରର ସୁନୀଲ କୁମାର । ସେ କ୍ଷେତରେ ପାଣି ମଡାଇବା ପାଇଁ ପ୍ରସ୍ତୁତ କରିଛନ୍ତି ଏକ ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର (remote tubewell starter ) ।

ହରିୟାଣା ଯୁବ ଇଞ୍ଜିନିୟରଙ୍କ କମାଲ :ଜଳ ସେଚନ ପାଇଁ ତିଆରି କଲେ Remote Tubewell Starter

ଯାହା ମୋବାଇଲ ଫୋନ ଦ୍ବାରା ପରିଚାଳିତ ହେବ । କୁମାର କହିଛନ୍ତି ଯେ ସେ ଖୋଦ ଜଣେ ଚାଷୀ ପରିବାର ପିଲା । ଯେତେବେଳେ ତାଙ୍କ ବାପା ପ୍ରତ୍ୟେକ ଦିନ ରାତିରେ ଚାଷ ଜମିରେ ପାଣି ମଡାଇବା ପାଇଁ ବିଦ୍ୟୁତ ଯୋଗାଣ(electricity supply ) ପାଇଁ ଅପେକ୍ଷା କରିଥୁଲେ । ଆଉ ଚାଷ ଜମିରେ ଜଳସେଚନ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ସେହି ସମୟରେ ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର ତିଆରି କରିବାର ଚିନ୍ତାଧାରା ତାଙ୍କ ମନକୁ ଆସିଥିଲା ।

କୁମାର ଯେ କି ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିୟର । ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର (remote tubewell starter ) ଏହି ଉପକରଣ ତିଆରି ପାଇଁ ABIC (Agri-Business Centre) of the Haryana University) ହରିୟାଣା ବିଶ୍ବ ବିଦ୍ୟାଳୟରୁ ତାଙ୍କୁ ଅନୁଦାନ ମିଳିଛି । ବର୍ତ୍ତମାନ ଏହା ନେପାଳର ପ୍ରାୟ 250 ଚାଷୀଙ୍କ ସହିତ ହରିୟାଣା ଏବଂ ରାଜସ୍ଥାନର 5000 ରୁ ଅଧିକ ଚାଷୀ ରିମୋଟ ଟିଓ୍ବେଲ ଷ୍ଟାଟରକୁ ବ୍ୟବହାର କରୁଛନ୍ତି ।

ଏ ଉପକରଣଟି କିପରି କାମ କରେ ?

ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର (remote tubewell starter )ର ବ୍ୟବହାର ବହୁତ ସହଜ । ଫୋନ୍ ନମ୍ବର ଡାଏଲ୍ ହେବା ପରେ ପାଓ୍ବାରର ସ୍ଥିତି ସହ ପାଓ୍ବାର ଲୋଡର କ୍ଷମତା ଏବଂ ମୋଟରର ବର୍ତ୍ତମାନ ସ୍ଥିତି ମଧ୍ୟ ଜାଣିହେବ । ଚାଷୀମାନେ ନମ୍ବରକୁ କଲ କରି ବିଦ୍ୟୁତ ଯୋଗାଣ ସ୍ଥିତି ଯାଞ୍ଚ କରି ପାରିବେ। ମୋଟର ଚଳାଇବାକୁ ହେଲେ ( ଟର୍ନ୍ ଅନ୍ କରିବାକୁ ହେଲେ ) ଫୋନ ନମ୍ବର ୭ ଡାଏଲ କରିବା ଆବଶ୍ୟକ । ଯେତେବେଳେ ମୋବାଇଲ ନମ୍ବର ନଅ(୯) ଦବାଇବେ ସେତେବେଳେ ମୋଟରଟି ବନ୍ଦ ହୋଇଯାଏ | ଯଦି ବିଦ୍ୟୁତ ଯୋଗାଣ ଉପଲବ୍ଧ ନହୁଏ । ତେବେ ଉପଭୋକ୍ତାଙ୍କୁ ବିଦ୍ୟୁତ ନ ଆସିବା ଯାଏଁ ଏକ ଟେକ୍ସଟ ମେସେଜ (text message) ଜରିଆରେ ସୂଚନା ମିଳିବ ।

ଏହି ଉପକରଣଟି ପାଞ୍ଚ ବର୍ଷ ପୂର୍ବେ ତିଆରି କରାଯାଇଥିଲା। ଯେଉଁମାନେ ଏହାକୁ କିଣିଥିଲେ ସେମାନେ ବର୍ତ୍ତମାନ ମଧ୍ୟ ଏହାକୁ ବ୍ୟବହାର କରୁଛନ୍ତି । ଯଦି କୌଣସି ସମସ୍ୟା ହୁଏ । ତେବେ ଏହା ଉପଭୋକ୍ତାଙ୍କୁ ତୁରନ୍ତ ସୂଚନା ପ୍ରଦାନ କରିଥାଏ । ରିମୋଟ ଟ୍ୟୁବଓ୍ବେଲ ଷ୍ଟାର୍ଟର ଟ୍ୟୁବୱେଲରେ ପାଣି ପମ୍ପ ଥାଉ କି ନଥାଉ, କୌଣସି ସର୍ଟ ସର୍କିଟ୍ କି ବିଦ୍ୟୁତ୍ ଯୋଗାଣ ବ୍ୟାଘାତ ହେଉ । ହାଇଭୋଲଟେଜ ଓ ଲୋ ଭୋଲଟେଜରେ ଏ ଡିଭାଇସ ମୋଟରକୁ ଠିକ ଭାବରେ ବନ୍ଦ କରିଦିଏ ବୋଲି କୁମାର କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details