ଓଡିଶା

odisha

ଗୁଜୁରାଟରେ ବନ୍ୟା ପରିସ୍ଥିତି, 700 ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

By

Published : Jul 11, 2022, 9:35 AM IST

ଗୁଜୁରାଟରେ ବର୍ଷା ପ୍ରକୋପ । ଆସାମ,ମହାରାଷ୍ଟ୍ର ପରେ ଗୁଜୁରାଟରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବର୍ତ୍ତମାନ ସୁଦ୍ଧା ୭୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅଧିକ ପଢନ୍ତୁ

ଗୁଜରାଟରେ ପ୍ରଳୟଙ୍କାରୀ ବର୍ଷା, ସ୍ଥିତି ଭୟାବହ
ଗୁଜରାଟରେ ପ୍ରଳୟଙ୍କାରୀ ବର୍ଷା, ସ୍ଥିତି ଭୟାବହ

ଗାନ୍ଧୀନଗର: ଗୁଜୁରାଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସାମ, ମହାରାଷ୍ଟ୍ର ପରେ ଗୁଜୁରାଟରେ ଦେଖାଦେଇଛି ବନ୍ୟା ପରିସ୍ଥିତି ।ସୂଚନାଅନୁସାରେ, ଗୁଜୁରାଟର ନାଭସାରୀ ଏବଂ ଭାଲସାଡର ୭୦୦ରୁ ଅଧିକ ଲୋକଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏଠାରେ ଓରସଙ୍ଗ ନଦୀର ଜଳ ସ୍ତର ବୃଦ୍ଧି ହେତୁ ତଳିଆ ଅଞ୍ଚଳଗୁଡିକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି ।

ଗୁଜରାଟରେ ପ୍ରଳୟଙ୍କାରୀ ବର୍ଷା, ସ୍ଥିତି ଭୟାବହଗୁଜରାଟରେ ପ୍ରଳୟଙ୍କାରୀ ବର୍ଷା, ସ୍ଥିତି ଭୟାବହ

ନାଭସାରି ଜିଲ୍ଲା ପ୍ରଶାସନ ମଧ୍ୟ କାବେରି ଏବଂ ଆମ୍ବିଗା ନଦୀଗୁଡିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେବାର ଆଶଙ୍କା ଥିବାରୁ ସତର୍କ ସୂଚନା ଜାରି କରିଛି । ତାପି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ବର୍ଷା ଲାଗି ରହିଥିବା ନେଇ ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି । ୩ ଦିନର ଲଗାଣ ବର୍ଷାରେ ଅନେକ ଗାଁ ଜଳମଗ୍ନ ହୋଇରହିଛି । ଏନେଇ ତାପି ଜିଲ୍ଲାପାଳ HK ବଧଭାନିଆ କହିଛନ୍ତି ଯେ, "ଉଦ୍ଧାର କାର୍ଯ୍ୟ ପାଇଁ NDRF ଦଳ ନିୟୋଜିତ ହୋଇଛନ୍ତି । ସେମାନେ ଲୋକଙ୍କୁ ଉଦ୍ଧାରକରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି ।"

ଅନ୍ୟପଟେ ଛୋଟା ଉଦେପୁର ଏବଂ ନର୍ମଦା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଏକ ବ୍ରିଜ ପାଣିରେ ଧୋଇଯାଇଛି । ଫଳରେ ଉଭୟ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇଯାଇଛି । ତେବେ ଗତକାଲି(ରବିବାର) ଭାରତୀୟ ପାଣିପାଗ ବିଭାଗ କହିଛି ଯେ, "ଆଗାମୀ ୫ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ଏବଂ ବିଶେଷ କରି ଦକ୍ଷିଣ ଗୁଜୁରାଟ ଅଧିକ ପ୍ରଭାବିତ ହେବ । ନଦୀକୂଳ ଏବଂ ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।" ପ୍ରବଳ ବର୍ଷା ଥିବା ଅଞ୍ଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୭୦୦ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରବିବାର ଜିଲ୍ଲାପାଳ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ ।

ସେହିପରି ତେଲେଙ୍ଗାନାରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି(ସୋମବାର) ଠାରୁ ତିନି ଦିନ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ମହାରାଷ୍ଟ୍ରରେ ମଧ୍ୟ ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ନେଲାଣି ଏକାଧିକ ଜୀବନ । ଗତ ୨୪ ଘଣ୍ଟା ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହିତ ବର୍ଷା ଯୋଗୁଁ ଜୁନ୍ ୧ରୁ ଏପର୍ଯ୍ୟନ୍ତ ୭୬ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ।

ABOUT THE AUTHOR

...view details