ଓଡିଶା

odisha

Indian Air Force Day 2022: ଶୁଭେଚ୍ଛା ବାର୍ତ୍ତାରେ ପାକିସ୍ତାନର ଯୁଦ୍ଧ ବିମାନ ଫଟୋ, ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

By

Published : Oct 8, 2022, 10:51 PM IST

ଆଜି ଭାରତୀୟ ବାୟୁସେନା ତାର ୯୦ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବା ବେଳେ ଟ୍ରୋଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ସେ ପାକିସ୍ତାନ ଯୁଦ୍ଧ ବିମାନ ଟ୍ବିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Indian Air Force Day 2022: ଶୁଭେଚ୍ଛା ବାର୍ତ୍ତାରେ ପାକିସ୍ତାନର ଯୁଦ୍ଧ ବିମାନ ଫଟୋ, ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ
Indian Air Force Day 2022: ଶୁଭେଚ୍ଛା ବାର୍ତ୍ତାରେ ପାକିସ୍ତାନର ଯୁଦ୍ଧ ବିମାନ ଫଟୋ, ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ନୂଆଦିଲ୍ଲୀ: ଆଜି ଭାରତୀୟ ବାୟୁସେନା ତାର 90ତମ ପ୍ରତିଷ୍ଠା ଦିବସ ପାଳନ କରୁଛି (Indian Air Force Day 2022)। ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଟ୍ବିଟ କରି ବାୟୁସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଶୁଭେଚ୍ଛା ବାର୍ତ୍ତା ସହିତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଏକ ଫଟୋ ସେୟାର କରିଛନ୍ତି । ଉକ୍ତ ଫଟୋ ପାକିସ୍ତାନ ଯୁଦ୍ଧ ବିମାନର ବୋଲି ଜଣାପଡିବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ସାମନା କରିବାକୁ ପଡ଼ିଛି ।

ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ଏହି ଶୁଭେଚ୍ଛା ବାର୍ତ୍ତା ସହିତ ସେ ଯେଉଁ ଫଟୋ ସେୟାର କରିଛନ୍ତି ଉକ୍ତ ଫଟୋ F-16 ଯୁଦ୍ଧ ବିମାନ (Shekhawat used photo of Pakistani aircraft F16)ର ବୋଲି ଜଣାପଡ଼ିଛି । ଆମେରିକା ଏହି ଯୁଦ୍ଧ ବିମାନକୁ ପାକିସ୍ତାନକୁ ପ୍ରଦାନ କରିଥିଲା । ଶେଖାୱତଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ କମେଣ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ଅନେକ ପାକିସ୍ତାନୀ ମଧ୍ୟ ସାମିଲ ରହିଛନ୍ତି ।

ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ଏହା ବି ପଢନ୍ତୁ- 90th IAF Day: 90ତମ ପ୍ରତିଷ୍ଠା ଦିବସ ପାଳୁଛି ବାୟୁସେନା, ଚଣ୍ଡିଗଡରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ଜଣେ ପାକିସ୍ତାନୀ ସୋସିଆଲ ମିଡ଼ିଆ ୟୁଜର୍ସ ଲେଖିଛନ୍ତି, " ଏହି ଯୁଦ୍ଧ ବିମାନ ଆପଣଙ୍କ ମିଳିବା ପରେ ଏହି ଫଟୋ ସେୟାର କରନ୍ତୁ ।" ଏହାପରେ କିଛି ଭାରତୀୟ ୟୁଜର୍ସ କହିଛନ୍ତି, " ଆମେ କେତେବେଳେ F-16 ବିମାନକୁ ନିଜ କାମରେ ବ୍ୟବହାର କରିଛୁ ?" ଏପରିକି ଜଣେ ପାକିସ୍ତାନୀ ସୋସିଆଲ ମିଡ଼ିଆ ୟୁଜର୍ସ ଫେକ୍‌ ଇଣ୍ଡିଆନ ଏୟାରଫୋର୍ସ ଡେ'ର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । କିଛି ଭାରତୀୟ ୟୁଜର୍ସ ଶୀଘ୍ର ଏହି ପୋଷ୍ଟକୁ ହଟାଇବା ଲାଗି କମେଣ୍ଟ ସେକ୍ସନରେ ଦାବି କରିଛନ୍ତି ।

ଶୁଭେଚ୍ଛା ବାର୍ତ୍ତାରେ ପାକିସ୍ତାନର ଯୁଦ୍ଧ ବିମାନ ଫଟୋ, ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ତେବେ ସୂଚନା ଥାଉ କି କେନ୍ଦ୍ରମନ୍ତ୍ରୀ ଶେଖାୱତଙ୍କୁ ଟ୍ରୋଲ କରାଯିବା ପରେ ତାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ଉକ୍ତ ଫଟୋକୁ ହଟାଇ ଦିଆଯାଇଛି । କିନ୍ତୁ ପୋଷ୍ଟ ହଟାଇବା ଯାଏଁ ବିଜେପିର ଏହି ମନ୍ତ୍ରୀଙ୍କୁ ଦେଶବାସୀ ଓ ପାକିସ୍ତାନୀ ଟ୍ରୋଲ କରିଛନ୍ତି । ଦୁର୍ଭାଗ୍ୟର କଥା ହେଉଛି ମନ୍ତ୍ରୀ ଏହି ଫଟୋ ସେୟାର କରିବା ପରେ କିଛି ଦେଶବାସୀ ଏହି ଫଟୋକୁ ବ୍ୟବହାର କରି ବାୟୁସେନାକୁ ୯୦ତମ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭେଚ୍ଛା ବାର୍ତ୍ତାରେ ପାକିସ୍ତାନର ଯୁଦ୍ଧ ବିମାନ ଫଟୋ, ଟ୍ରୋଲ ହେଲେ ଗଜେନ୍ଦ୍ର ଶେଖାୱତ

ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଚଣ୍ଡିଗଡ ସ୍ଥିତ ଏୟାର ଫୋର୍ସ ବେସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି (Air Force Day celebrations begin in Chandigarh)। ଚଳିତ ଥର ପ୍ରଥମ ଥର ପାଇଁ ଏହି ବାର୍ଷିକ ପରେଡ ଓ ଫ୍ଲାଏ ପାଷ୍ଟ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଅନ୍ୟତ୍ର ହେଉଛି । ଆଜିର କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି.ଆର ଚୌଧୁରୀଙ୍କ ସମେତ ବହୁ ବରିଷ୍ଠ ବାୟୁସେନାଧିକାରୀ ଉପସ୍ଥିତ ରହିଥିଲେ ।

ABOUT THE AUTHOR

...view details