ଓଡିଶା

odisha

By

Published : Jun 2, 2021, 7:46 PM IST

ETV Bharat / bharat

ମେହୁଲ ଚୋକସିଙ୍କ ବିରୁଦ୍ଧରେ ଡୋମିନିକା କୋର୍ଟରେ ଶୁଣାଣି ଆରମ୍ଭ

କିଛିଦିନ ପୂର୍ବରୁ ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକା ପହଞ୍ଚିଥିବା ମେହୁଲ ଚୋକସିଙ୍କୁ ଭାରତ ଆଣିବା ନେଇ ସେଠାକାର ସ୍ଥାନୀୟ କୋର୍ଟ ନିଷ୍ପତ୍ତି ଶୁଣାଇବେ । ଅଧିକ ପଢନ୍ତୁ...

ମେହୁଲ ଚୋକସିଙ୍କ ଉପରେ ଡୋମିନିକା କୋର୍ଟରେ ଶୁଣାଣି ଆରମ୍ଭ
ମେହୁଲ ଚୋକସିଙ୍କ ଉପରେ ଡୋମିନିକା କୋର୍ଟରେ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ବ୍ୟାଙ୍କ ଘୋଟାଲା ମାମଲାରେ ଅଭିଯୁକ୍ତ ପଳାତକ ମେହୁଲ ଚୋକସିଙ୍କୁ ନେଇ ଆଜି ଗୁରୁତ୍ବପୂର୍ଣ୍ଣ ଦିନ । କିଛିଦିନ ପୂର୍ବରୁ ଆଣ୍ଟିଗୁଆରୁ ଫେରାର ହୋଇ ଡୋମିନିକା ପହଞ୍ଚିଥିବା ମେହୁଲ ଚୋକସିଙ୍କୁ ଭାରତ ଆଣିବା ନେଇ ସେଠାକାର ସ୍ଥାନୀୟ କୋର୍ଟ ନିଷ୍ପତ୍ତି ଶୁଣାଇବେ ।

ମେହୁଲ ଚୋକସିଙ୍କୁ ଡୋମିନିକାରେ ରଖାଯିବ । ତାଙ୍କୁ ଆଣ୍ଟିଗୁଆ ପଠାଯିବ କି ଭାରତ ଆସିବାର ରାସ୍ତା ସଫା ହେବ, ଏନେଇ କୋର୍ଟଙ୍କ ନିଷ୍ପତ୍ତି ଉପରେ ରହିଛି ସମସ୍ତଙ୍କ ନଜର । କୋର୍ଟ ଏହି ମାମଲାରେ ଶୁଣାଣି ଆରମ୍ଭ କରିଦେଇଛନ୍ତି ।

ଏପଟେ ଭାରତୀୟ ଏଜେନ୍ସିଙ୍କ ପ୍ରୟାସ ରହିଛି ଯେ ମେହୁଲ ଚୋକସିଙ୍କୁ ସିଧା ଡୋମିନିକାରୁ ଭାରତ ଅଣାଯାଉ । ଏଭଳିସ୍ଥିତିରେ ଭାରତରୁ ଅନେକ ଟିମ ଡୋମିନିକା ପହଞ୍ଚିଛି । ବୁଧବାର ଶୁଣାଣି ସମୟପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କୋର୍ଟରେ ଦଲିଲ ଦେବ ଯେ ମେହୁଲ ଚୋକସି ଭାରତୀୟ ନାଗରିକ । ଆଉ ସେ ଏଠାରେ ଅପରାଧ କରି ଫେରାର ହୋଇଯାଇଥିଲେ । ଏନେଇ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଉ ।

ଭାରତର ଅନେକ ଏଜେନ୍ସି ଓ ଅଧିକାରୀ ଡୋମିନିକା ପ୍ରଶାସନ ସମ୍ପର୍କରେ ଅଛନ୍ତି । ଯଦି ଇଣ୍ଟରପୋଲ ନୋଟିସ ଆଧାରରେ କହିବା ତାହେଲେ ମେହୁଲ ଚୋକସିଙ୍କ ଭାରତ ପ୍ରତ୍ୟାବର୍ତ୍ତନ ସୁନିଶ୍ଚିତ । କାରଣ ବର୍ତ୍ତମାନ ସମୟରେ ମେହୁଲ ଚୋକସି ଏବେ ଆଣ୍ଟିଗୁଆର ନାଗରିକ । ହେଲେ ସେ ନିଜ ଭାରତୀୟ ନାଗରିକତା ଛାଡି ନାହାନ୍ତି । ଏଭଳିସ୍ଥିତିରେ ତାଙ୍କର ଭାରତୀୟ ନାଗରିକତା ମଧ୍ୟ ସିଦ୍ଧ ।

ABOUT THE AUTHOR

...view details