ଓଡିଶା

odisha

ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

By ETV Bharat Odisha Team

Published : Sep 13, 2023, 5:24 PM IST

ସ୍ପେନ୍‌ ଏୟାରବସ ଅନୁସାରେ C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହେଉଛି ଦୁନିଆର ସବୁଠାରୁ ଆଧୁନିକ ସର୍ବୋତ୍ତମ ପରିବହନ ଏୟାରକ୍ରାଫ୍ଟ । ଏହାକୁ ଯେକୌଣସି ମିଶନକୁ ସଫଳତା ପୂର୍ବକ ବ୍ୟବାହର କରାଯାଇପାରିବ । ଏହି ବିମାନକୁ ବାୟୁସେନା ଏକାଧିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ଅଧିକ ପଢନ୍ତୁ

AIR Force କୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ
AIR Force କୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

AIR Force କୁ ମିଳିଲା ବାହୁବଳୀ C-95, ଏକାଧିକ ଅପରେସନରେ ହୋଇପାରିବ ସାମିଲ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିଲା ବାହୁବଳୀ ବିମାନ । ପ୍ରଥମ C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ୍‌ ଟ୍ରାନ୍ସପୋର୍ଟ୍‌ ଏୟାରକ୍ରାଫ୍ଟକୁ ଗ୍ରହଣ କଲେ ବାୟୁସେନା ମୁଖ୍ୟ ମାର୍ଶଲ ବିବେକ ରାମ ଚୌଧୁରୀ । ସ୍ପେନ୍‌ ଏୟାରବସ ଅଧିକାରୀଙ୍କଠାରୁ ବିଦ୍ଧିବଧ ଭାବେ ଏହାକୁ ଗ୍ରହଣ କରିଛନ୍ତି ବାୟୁସେନା ମୁଖ୍ୟ । ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ସରକାର C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବାକୁ ସ୍ପେନ୍‌ ଏୟାରବସ ସହିତ ଚୁକ୍ତି କରିଛନ୍ତି । ଏଥିରୁ 16ଟି C-95 ଏୟାରକ୍ରାଫ୍ଟ ସ୍ପେନ୍‌ରେ ନିର୍ମାଣ ହେବାକୁ ଥିବା ବେଳେ ଅବଶିଷ୍ଟ ବିମାନ ଭାରତରେ ନିର୍ମାଣ ହେବ । ଏଥିପାଇଁ ଏୟାରବସ୍‌ ଟାଟା ଆଡଭାନ୍ସ ସହିତ ଚୁକ୍ତି କରିଛି ।

ଏହାବି ପଢନ୍ତୁ- ରନ-ଓ୍ବେରେ ଫସି ରହିଲା ଗ୍ଲୋବମାଷ୍ଟର, ବାତିଲ ହେଲା ସବୁ ବିମାନ ଉଡାଣ

କଣ ହୋଇଛି ଚୁକ୍ତି: ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି 2021ରେ ଭାରତ ସରକାର ସ୍ପେନ୍‌ଠାରୁ 56ଟି C-95 ମିଡିୟମ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ କିଣିବାକୁ ଚୁକ୍ତି କରିଥିଲେ । ଏଥିପାଇଁ ସ୍ପେନ୍‌ ଏୟାରବସ୍‌ ସହିତ 21 ହଜାର କୋଟିର ଚୁକ୍ତି ହୋଇଥିଲା । ଚୁକ୍ତି ଅନୁସାରେ ଏୟାର ବସ୍‌ 16ଟି ବିମାନ ସ୍ପେନ୍‌ ସ୍ଥିତ ନିଜ କାରଖାନାରେ ନିର୍ମାଣ କରି ଭାରତକୁ ହସ୍ତାନ୍ତର କରିବ । ଅବଶିଷ୍ଟ ବିମାନ ମେଡ୍‌ ଇନ୍‌ ଇଣ୍ଡିଆ ଅଧିନ ସ୍ବରୂପ ଭାରତୀୟ କମ୍ପାନୀ ଟାଟା ଆଡଭାନ୍ସ ସହ ମିଳିତ ଭାବେ ଭାରତରେ ନିର୍ମାଣ କରିବ । ଭାରତରରେ ନିର୍ମାଣ ହେବାକୁ ଥିବା ସମସ୍ତ 40 ବିମାନ ଗୁଜୁରାଟ ଭଦୋଦରା ସ୍ଥିତ ଆସେମ୍ବ୍‌ଲ ଲାଇନ୍‌ରେ ନିର୍ମାଣ ହେବ । ଏଥିପାଇଁ ଟାଟା ଆଡଭାନ୍ସ ସିଷ୍ଟମ ଭିତ୍ତିଭୂମି ପ୍ରସ୍ତୁତ କରୁଛି । ଏହି 40 ବିମାନ ନିର୍ମାଣ ବ୍ୟତୀତ ଏହି ପ୍ଲାଣ୍ଟ୍‌ରେ ବିମାନଗୁଡ଼ିକରେ ବ୍ୟବହାର ହେଉଥିବା ଭିନ୍ନ ଭିନ୍ନ ଯନ୍ତ୍ରାଶଂ ମଧ୍ୟ ନିର୍ମାଣ ହେବ ।

କଣ ରହିଛି C-95 ଏୟାର କ୍ରାଫ୍ଟର ବିଶେଷତ୍ବ: ସ୍ପେନ୍‌ ଏୟାରବସ୍‌ ଅନୁସାରେ C-95 ମିଡିୟମ୍‌ ଲିଫ୍ଟ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ ହେଉଛି ଦୁନିଆର ସବୁଠାରୁ ଆଧୁନିକ ସର୍ବୋତ୍ତମ ପରିବହନ ଏୟାରକ୍ରାଫ୍ଟ । ଏହା ଯେକୌଣସି ମିଶନକୁ ସଫଳତା ପୂର୍ବକୁ ହାସଲ କରିପାରିବ । ଏହି ବିମାନକୁ ବାୟୁସେନା ଏକାଧିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରିବ । ବିମାନ ଦ୍ବାରା ଯବାନ ମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସମସ୍ତ ଯୁଦ୍ଧାସ୍ତ୍ର ସହ ଅତି ସହଜରେ ସ୍ଥାନାନ୍ତର କରିପାରିବ ଭାରି ପରିବହନ ସହିତ ଏହା ସାମୁଦ୍ରିକ ଅଞ୍ଚଳର ଆକାଶ ପଥରେ କଷ୍ଟସାଧ୍ୟ ଯାତ୍ରା କରି ପାରିବ । ଯେକୌଣସି ଛୋଟିଆ ତଥା କ୍ଲୋଜ୍‌ ରନୱେରେ ଏହା ଅବତରଣ କରିପାରିବ । ଏହି ବିମାନ ଟପ୍‌ ଟେବୁଲ ବିମାନ ବନ୍ଦର(ପାହାଡ ଉପରେ ନିର୍ମିତ ବିମାନ ବନ୍ଦର)ରେ ମଧ୍ୟ ଅବତରଣ କରିପାରିବ। ଏହାସହିତ ପ୍ରାକୃତିକ ବିପର୍ଯ୍ୟୟ ବେଳେ ରିଲିଫ୍‌ ସାମଗ୍ରୀ ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ବିମାନ ଯୋଗେ ସ୍ଥାନାନ୍ତର କରିହେବ । ଏହି ବିମାନକୁ ଭିଭିପିଆଇ ମୁଭମେଣ୍ଟ୍‌ କାର୍ଯ୍ୟରେ ବ୍ୟବହାର ନେଇ ବଡ଼ ବରଦାନ ସାବ୍ୟସ୍ତ ହେବ ।

ବିମାନର କ୍ଷମତା:ଏହି ବିମାନ ପ୍ରାୟ 9 ଟନର ମାଲ ପରିବହନ କରି 71 ଜଣ ସୈନ୍ୟଙ୍କୁ ଧରି ଘଣ୍ଟା ପ୍ରତି 500 କିମି ବେଗରେ ଉଡ଼ାଣ ଭରିପାରିବ । ବିମାନ ଛୋଟରୁ ଅତି ଛୋଟ ଧରଣର ରନୱେ'ରୁ ଉଡ଼ାଣ ଓ ଅବତରଣ କରିପାରିବ । ବିମାନ ଥରେ ଉଡ଼ାଣ ଭରିଲେ ଏହା ଆକାଶରେ 13 ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଉଡ଼ାଣ କରିପାରିବ । ଏହି ବିମାନର ଲମ୍ବା 24.45 ମିଟର ଥିବା ବେଳେ, ଚଉଡା ରହିଛି 8.65 ମିଟର, ୱିଙ୍ଗସ୍ପେନ ଉଚ୍ଚତା ରହିଛି 25.81 ମିଟର । ଏହି ବିମାନ 30 ହଜାର ଫୁଟ ଉଚ୍ଚରେ ଉଡ଼ିବାର କ୍ଷମତା ରଖିଛି । ସମୟ ଅନୁସାରେ ବିମାନରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । ବର୍ତ୍ତମାନ ସାରା ଦୁନିଆରେ C-95 ମିଡିୟମ ଲିଫ୍ଟ୍‌ ଟେକ୍ଟିକାଲ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟର ପ୍ରାୟ 200 ବିମାନ ଉଡାଣ ଭରୁଛି ।

କେବେ ମିଳିବ ଦ୍ବିତୀୟ ପର୍ଯ୍ୟାୟ ବିମାନ: ଚୁକ୍ତି ଅନୁସାରେ ଆଜି ଭାରତକୁ ପ୍ରଥମ ବିମାନ ହସ୍ତାନ୍ତର କରିଛି ସ୍ପେନ ଏୟାରବସ । ଦ୍ବିତୀୟ ବିମାନ ଆସନ୍ତା ବର୍ଷ ମେ’ ମାସରେ ମିଳିବ । ଏହାପରେ ଗୋଟିଏ ପରେ ଗୋଟିଏ ବିମାନ ଭାରତକୁ ପ୍ରଦାନ କରିବ ଏୟାରବସ୍‌ । ସେହିପରି ଭାରତରେ ନିର୍ମାଣ ହେବାକୁ ଥିବା 40ଟି ବିମାନର ନିର୍ମାଣ ମଧ୍ୟ 2024ରୁ ଆରମ୍ଭ ହେବ ।

ଭାରତୀୟ ପରିବେଶ ଅନୁସାରେ ନିର୍ମାଣ: ଦେଶର ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି C-95 ମିଡିୟମ ଲିଫ୍ଟ୍‌ ଟେକ୍ଟିକାଲ୍‌ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟରର ଡିଜାଇନ କରାଯାଇଛି । ଯଦ୍ବାରା ଏହି ବିମାନ ଏୟାର ଫୋର୍ସରେ ସାମିଲ ହେଲେ ଏହା ଦେଶର ଲଦାଖ, କାଶ୍ମୀର, ସିକ୍କିମ୍‌, ଆସାମ୍‌, ଅରୁଣାଚଳ ପ୍ରଦେଶ, ଭଳି ପାହାଡ଼ିଆ ଅଞ୍ଚଳରେ ସହଜରେ ଉଡ଼ାଣ ଭରିପାରିବ ।

ABOUT THE AUTHOR

...view details