ଚଣ୍ଡିଗଡ:ହରିୟାଣାର ରେଓ୍ବାରୀ ରେଳ ଷ୍ଟେସନରେ ଜଣେ ମହିଳା ଯାତ୍ରୀଙ୍କୁ ପ୍ରତୀକ୍ଷା କକ୍ଷରେ ଥିବା ଶୌଚାଳୟ ବ୍ୟବହାର କରିବାକୁ ନଦେବା ଓ ଦୁର୍ବ୍ୟବହାର କରିବା ଅଭିଯୋଗରେ ଦୁଇ ଷ୍ଟେସନ ମାଷ୍ଟରଙ୍କ ନାମରେ ଏତଲା ଦାଏର ହୋଇଛି । ମହିଳା ଯାତ୍ରୀଙ୍କ ଅଭିଯୋଗ କ୍ରମେ GRP ପୋଲିସ ଏତଲା ପଞ୍ଜୀକୃତ କରିବା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।
ସୂଚନା ଅନୁସାରେ ଏହି ଘଟଣା ସୋମବାର ସଂଧ୍ୟାର ବୋଲି କୁହଯାଉଛି । ଦିଲ୍ଲୀର ଜଣେ ମହିଳା ଯାତ୍ରୀ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ରେଓ୍ବାରୀ ଷ୍ଟେସନର ପ୍ରତୀକ୍ଷା କକ୍ଷରେ ବସିଥିଲେ । ସେ ଶୌଚାଳୟ ବ୍ୟବହାର କରିବାକୁ ଯିବାରୁ ସେଠାରେ ତାଲା ଝୁଲୁଥିଲା । ପରେ ସେ ଷ୍ଟେସନ ମାଷ୍ଟରଙ୍କୁ ଘଟଣା ସମ୍ପର୍କରେ ଅଭିଯୋଗ କରିବା ସହ ମହିଳା ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟ ଖୋଲିବା ପାଇଁ କହିଥିଲେ ।