ଓଡିଶା

odisha

By

Published : Nov 18, 2020, 6:58 AM IST

ETV Bharat / bharat

ଭାରତ-ଆମେରିକା ସମ୍ପର୍କକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ...

ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ହେବା ପରେ ଭାରତ ପ୍ରତି ତାଙ୍କ ଆଭିମୁଖ୍ୟ ବଦଳିବ ନା ଯେମିତି ସମ୍ପର୍କ ଥିଲା ଆହୁରି ଆଗକୁ ବଢିବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତ-ଆମେରିକା ସମ୍ପର୍କକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ...
ଭାରତ-ଆମେରିକା ସମ୍ପର୍କକୁ ନେଇ ଏମିତି କହିଲେ ବୈଦେଶିକ ମନ୍ତ୍ରୀ...

ନୂଆଦିଲ୍ଲୀ: ନିକଟରେ ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଜୋ ବାଇଡେନ । ଏପଟେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ସାଧାରଣତଃ ଚର୍ଚ୍ଚା ଜୋର ଧରିଛି ଭାରତ-ଆମେରିକା ମଧ୍ୟରେ ସମ୍ପର୍କ କିପରି ରହିବ । ଆଗ ଭଳି ବନ୍ଧୁତା ରହିବ ନା ଏଥିରେ କିଛି ପରିବର୍ତ୍ତନ ହେବ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ଆଗକୁ ବଢିବ । ଆମେ ଆଗରୁ ତାଙ୍କ ସହିତ କାମ କରିଛୁ । ବାଇଡେନ ଯେତେବେଳେ ଉପରାଷ୍ଟ୍ରପତି ଥିଲେ । ଆଗରୁ ଆମେ ତାଙ୍କୁ ଜାଣିଛୁ ସେ ଯେତେବେଳେ ସିନେଟରେ ବୈଦେଶିକ ବ୍ୟାପାରର ସମିତିର ସଦସ୍ୟ ଥିଲେ ପରେ ଚେୟାରମ୍ୟାନ ମଧ୍ୟ ହୋଇଥିଲେ ବୋଲି କହିଛନ୍ତି ଜୟଶଙ୍କର ।

ତେବେ ଗେଟୱେ ହାଉସ ଦ୍ବାରା ଆୟୋଜିତ ଅନଲାଇନ ଆଲୋଚନା କାର୍ଯ୍ୟକ୍ରମରେ ଭାଗ ନେଇ ଏଭଳି ମତ ରଖିଛନ୍ତି ସେ । ଜୟଶଙ୍କର ଆହୁରି କହିଛନ୍ତି, ବାଇଡେନ ଭାରତ ପାଇଁ ଅଚିହ୍ନା ନୁହେଁ କିମ୍ବା ଦୁଇ ଦେଶର ସମ୍ପର୍କ ଅଜଣା ନୁହେଁ । ତେଣୁ ଆମକୁ ପୁରା ବିଶ୍ବାସ ଅଛି, ଯେଉଁଠି ଆମ ସମ୍ପର୍କ ଥିଲା ସେଠୁହିଁ ଆଗକୁ ବଢିବ ।

ABOUT THE AUTHOR

...view details