ଓଡିଶା

odisha

By

Published : Aug 17, 2022, 10:23 PM IST

ETV Bharat / bharat

Cabinet Decision: ଜରୁରିକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନାର ପାଣ୍ଠି ବୃଦ୍ଧି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନାର ପାଣ୍ଠି ବା କର୍ପସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରୀକାଳୀନ କ୍ରେଡିଟ ଲାଇନ ଗ୍ୟାରେଣ୍ଟି ଯୋଜନା (Emergency Credit Line Guarantee Scheme ) ର ପାଣ୍ଠି ବା କର୍ପସ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି ।

ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି । ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ରହିଛି । ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ ତତ୍‌ସଂକ୍ରାନ୍ତ ଉଦ୍ୟୋଗ ପାଇଁ ଏହି ଅତିରିକ୍ତ ୫୦ହଜାର କୋଟି ଟଙ୍କା ବିନିଯୋଗ ହେବ ।

ଇସିଏଲଜିଏସ ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି । କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଏହିସବୁ କ୍ଷେତ୍ରର ଉଦ୍ୟୋଗ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ଆବଣ୍ଟନ କରାଯାଇଛି ।

କମ ଖର୍ଚ୍ଚରେ ଏହି ଅତିରିକ୍ତ ପରିମାଣର ଅର୍ଥ ଋଣ ଆକାରରେ ଏସବୁ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଫଳରେ ଏହି କ୍ଷେତ୍ରରେ ଅତି ଆବଶ୍ୟକ ସହାୟତା ପାଇପାରିବେ। ଏହାଦ୍ବାରା ଏସବୁ ବ୍ୟବସାୟିକ ଉଦ୍ୟୋଗ ସେମାନଙ୍କର ଅତିରିକ୍ତ ଦେୟତା ପୂରଣ କରିପାରିବେ ଏବଂ ସେମାନଙ୍କର ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ ହେବେ ।

୫ ଅଗଷ୍ଟ ୨୦୨୨ ସୁଦ୍ଧା ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇସାରିଛି ।

ABOUT THE AUTHOR

...view details