ଓଡିଶା

odisha

Maharastra Politics: 3 ରାଜ୍ୟ ବୁଲିଲେ, 12ଦିନ ପରେ ମୁମ୍ବାଇ ଫେରିଲେ ବିଦ୍ରୋହୀ ଶିବସେନା ବିଧାୟକ

By

Published : Jul 2, 2022, 10:24 PM IST

Updated : Jul 2, 2022, 10:42 PM IST

ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଧରି ଗୋଆରୁ ମୁମ୍ବାଇ ଫେରିଲେ ଏକନାଥ ସିନ୍ଦେ । ଅଧିକ ପଢନ୍ତୁ

ମୁମ୍ବାଇ ଫେରିଲେ ବିଦ୍ରୋହୀ ଶିବସେନା ବିଧାୟକ
ମୁମ୍ବାଇ ଫେରିଲେ ବିଦ୍ରୋହୀ ଶିବସେନା ବିଧାୟକ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ହାଇଡ୍ରାମାରେ ପଡିଛି ପୂର୍ଣ୍ଣଚ୍ଛେଦ । ଗୋଆରୁ ମୁମ୍ବାଇ ଫେରିଛନ୍ତି ବିଦ୍ରୋହୀ ସେନା । ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ବିଦ୍ରୋହୀ ସେନାର ବିଧାୟକମାନଙ୍କୁ ସାଙ୍ଗରେ ଧରି ଆଜି(ଶନିବାର) ସନ୍ଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି(Eknath Shinde along with Shiv Sena rebels reach Mumbai) । ସେମାନେ ପହଞ୍ଚିବା ପରେ ସମର୍ଥକମାନେ ତାଙ୍କୁ ସ୍ବାଗତ କରିଛନ୍ତି । ବିଦ୍ରୋହୀ ବିଧାୟକମାନେ ଆସାମରୁ ଆସି ଗୋଆର ଏକ ରିସର୍ଟରେ ଡେରା ପକାଇଥିଲେ । ସେମାନଙ୍କୁ ଆଣିବା ପାଇଁ ଆଜି ସେଠାରେ ପହଞ୍ଚି ଥିଲେ ଏକନାଥ ସିନ୍ଦେ ।

ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ପରେ ଦଳ ସୁପ୍ରିମୋ ଉଦ୍ଧବ ଠାକରେ ତାଙ୍କୁ ଦଳରୁ ବିଦା କରିବାର ଦିନକ ପରେ ବିଦ୍ରୋହୀମାନେ ପୁଣି ମୁମ୍ବାଇ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଦୀର୍ଘ ୧୨ ଦିନ ଧରି ୩ ରାଜ୍ୟ ବୁଲିବା ପରେ ଶେଷରେ ଆଜି ବିଦ୍ରୋହୀମାନେ ମୁମ୍ବାଇ ଫେରିଛନ୍ତି । ଗତକାଲି(ଶୁକ୍ରବାର) ଠାକରେ ସିନ୍ଦେଙ୍କୁ ଦଳବିରୋଧି କାର୍ଯ୍ୟରେ ଲିପ୍ତ ଥିବାକୁ କହି ଶିବସେନା ନେତା ପଦରୁ ବହିଷ୍କାର କରିଥିଲେ । ଦଳ ପକ୍ଷରୁ ଏନେଇ ଏକ ଚିଠା ଜାରି କରାଯାଇଥିଲା ।

ଉଲ୍ଲେଖଯୋଗ୍ୟ, ଗୁରୁବାର ମହାରାଷ୍ଟ୍ରର ୨୦ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଶିବସେନା ବିଧାୟକ ଏକନାଥ ସିନ୍ଦେ । ସେହିଭଳି ନବମ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡ଼ନାଭିସ । ୧୦ ଦିନ ଧରି ରାଜ୍ୟରେ ରାଜନୈତିକ ଛକାପଞ୍ଝା ପରେ ମହାରାଷ୍ଟ୍ର ଜନତାଙ୍କୁ ମିଳିଥିଲା ନୂଆ ମୁଖ୍ୟମନ୍ତ୍ରୀ । ଶପଥ ଗ୍ରହଣ ସମୟରେ ପ୍ରଥମରୁ ନୂଆ ମୁଖ୍ୟମନ୍ତ୍ରୀ ସିନ୍ଦେ ଶିବସେନା ଦଳର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ନାମରୁ ହିଁ ଶପଥ ଆରମ୍ଭ କରିଥିଲେ ।

Last Updated : Jul 2, 2022, 10:42 PM IST

ABOUT THE AUTHOR

...view details