ଓଡିଶା

odisha

By

Published : Feb 7, 2022, 8:40 AM IST

ETV Bharat / bharat

BSFକୁ ସଫଳତା: ଯବାନଙ୍କ ଗୁଳିରେ ଟଳିଲେ 3 ପାକିସ୍ତାନୀ ଡ୍ରଗ୍ସ ବେପାରୀ

ବିଏସ୍‌ଏଫ୍କୁ ବଡ ସଫଳତା । ଯବାନଙ୍କ ଗୁଳିରେ ସାମ୍ବା ସେକ୍ଟର୍‌ରେ ୩ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ହୋଇଛି । ଏହାସହ ୧୮୦ କୋଟିର ହେରୋଇନ ଜବତ ହୋଇଛି । ଅଧିକ ପଢନ୍ତୁ

ବିଏସ୍‌ଏଫ୍କୁ ବଡ ସଫଳତା,୩ ପାକିସ୍ତାନୀ ଚୋରା ଚାଲାଣକାରୀ ନିହତ
ବିଏସ୍‌ଏଫ୍କୁ ବଡ ସଫଳତା,୩ ପାକିସ୍ତାନୀ ଚୋରା ଚାଲାଣକାରୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ବିଏସ୍‌ଏଫ୍ ଯବାନକୁ ବଡ ସଫଳତା । ଗତକାଲି(ରବିବାର) ହେରୋଇନ ଚୋରା ଚାଲାଣ ବେଳେ ଜମ୍ମୁ ଓ କଶ୍ମୀରର ସାମ୍ବା ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାରେ ବିଏସ୍‌ଏଫ୍‌ ଗୁଳିରେ ୩ଜଣ ପାକିସ୍ତାନୀ ଡ୍ରଗ୍ସ ବେପାରୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାଦକ ପଦାର୍ଥ ଜବତ କରାଯାଇଛି । ପ୍ରାୟ ୩୬ କେଜିର ହେରୋଇନ ଜବତ ହୋଇଛି, ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୮୦ କୋଟି ଟଙ୍କା ବୋଲି ଜଣାପଡିଛି ।

ସୀମା ସୁରକ୍ଷା ବାହିନୀର ଇନ୍ସପେକ୍ଟର ଜେନେରାଲ ଡି.କେ ବୋରା କହିଛନ୍ତି ଯେ, ୨୦୨୧ ପରଠାରୁ ଆଜି ଯାଏଁ ସମୁଦାୟ ନଅ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି । ବିଏସଏଫ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ରବିବାର ଦିନ ତିନି ଜଣ ସୀମା ଆରପଟୁ ବେଆଇନ ଭାବେ ମାଦକ ଦ୍ରବ୍ୟ ଧରି ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଥିଲେ । ଏହାପରେ ଯବାନମାନେ ସେମାନଙ୍କୁ ଅଟକାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ସେମାନେ ଅଟକି ନଥିଲେ । ପରେ ସୁରକ୍ଷାକର୍ମୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିନି ଜଣଙ୍କୁ ମାରିବାରେ ସଫଳ ହୋଇଥିଲେ।

ହେରୋଇନ ବ୍ୟତୀତ ସେମାନଙ୍କ ଠାରୁ ୯ ମିମି ପିସ୍ତଲ, ନଅ ରାଉଣ୍ଡ ଗୁଳି, ୯୮୨୦ ପାକିସ୍ତାନୀ ମୁଦ୍ରା, ଏକ ଛୁରୀ ଏବଂ ପାକିସ୍ତାନରେ ତିଆରି କପ ସିରପ ଜବତ କରାଯାଇଛି । ଏହାପରେ ସମ୍ପୃକ୍ତ ଅଞ୍ଚଳରେ ବିଏସଏଫ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡକାଡି କରାଯାଇଛି।

ABOUT THE AUTHOR

...view details