ନୂଆଦିଲ୍ଲୀ: ରାତି ପାହିଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ । ଆସନ୍ତାକାଲି (ବୁଧବାର) 224 ଆସନରେ ଭୋଟ ଦେବ କର୍ଣ୍ଣାଟକ । ହାଇଭୋଲଟେଜ ପ୍ରଚାର ରୋଡ ଶୋ' ପରେ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକ ଭୋଟରଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦି । ସମସ୍ତ କର୍ଣ୍ଣାଟକବାସୀଙ୍କ ସ୍ବପ୍ନ ମୋ ସ୍ବପ୍ନ, ଶିକ୍ଷା ସ୍ବାସ୍ଥ୍ୟରେ ସମସ୍ତ କ୍ଷେତ୍ରରେ କର୍ଣ୍ଣାଟକକୁ ଏକ ନମ୍ବର ବନାଇବାକୁ ଫୋକସ ରଖିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବିଜେପି ପକ୍ଷରୁ କରାଯାଇଥିବା ଟ୍ବିଟ୍କୁ ସୂଚନା ମିଳିଛି ।
ଏହା ବି ପଢନ୍ତୁ...Karnataka Poll: 135ରୁ ଅଧିକ ଆସନ ଜିତିବ ବିଜେପି: ବିଏସ ୟେଦିରୁପ୍ପା
ଦେଶ ଅର୍ଥନୀତିରେ କର୍ଣ୍ଣାଟକର ଭୂମିକା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ବିଶ୍ବ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ଶୁବଶୀଘ୍ର ବିଶ୍ବ ଅର୍ଥନୀତିରେ ଭାରତକୁ ତୃତୀୟ ସ୍ଥାନକୁ ଆଣାଯାଇପାରିବ ଯେବେ କର୍ଣ୍ଣାଟକର ଅର୍ଥନୀତିରେ ଦ୍ରୁତ ଗତିରେ ବଢିବ । ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର କର୍ଣ୍ଣାଟକ ଅର୍ଥନୀତିକୁ ଫୋକସ କରିବା ସହ ଭବିଷ୍ୟତବାଦୀ ଆଭିମୁଖ୍ୟରେ ସହାୟକ ହୋଇଛି । କୋରୋନା ସମୟରେ କର୍ଣ୍ଣାଟକ ବିଜେପି ନେତୃତ୍ବରେ 90 ହଜାର କୋଟି ଟଙ୍କା ବିଦେଶୀ ବିନିଯୋଗ ହୋଇଛି । ପୂର୍ବ ସରକାରରେ ରାଜ୍ୟରେ 30 ହଜାର କୋଟି ଟଙ୍କା ଥିଲା । କର୍ଣ୍ଣାଟକ ଯୁବଗୋଷ୍ଠୀଙ୍କ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ । କର୍ଣ୍ଣାଟକକୁ ଏକ ନମ୍ବର କରିବା ଆମ ଲକ୍ଷ୍ୟ । ଶିକ୍ଷା, ନିଯୁକ୍ତି , କୃଷି ଏବଂ ଏଣ୍ଟରପ୍ରିନ୍ୟୁରସିପ୍ରେ କର୍ଣ୍ଣାକଟକୁ ଏକ ନମ୍ବର କରିବାକୁ ଚାହୁଁ । ଏହି ସ୍ବପ୍ନ ସାକାର ପାଇଁ ସମସ୍ତ ଭୋଟରଙ୍କୁ ଅପିଲ କରୁଛି ମେ 10ରେ ଭୋଟ କରନ୍ତୁ ।"