ନୂଆଦିଲ୍ଲୀ: ମହାକାଶ, ପରମାଣୁ ଶକ୍ତି ଓ କୃଷି କ୍ଷେତ୍ରରେ ପ୍ରତିଭାଶାଳୀ ପିଲାଙ୍କ ଅନେକ ସୁଯୋଗ ସୃଷ୍ଟି କରାଯାଉଛି । କାରଣ ସୀମିତ ଜ୍ଞାନ ଓ ଅନୁସନ୍ଧାନ ପାଇଁ ଦେଶର ସମ୍ଭାବନା ପ୍ରତି ଅନ୍ୟାୟ ହେବ ବୋଲି ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆଜି ଏକ ୱେବିନାରକୁ ସମ୍ବୋଧିତ କରି ମୋଦି, ଶିକ୍ଷା କ୍ଷେତ୍ରରେ କେନ୍ଦ୍ରୀୟ ବଜେଟର ବ୍ୟୟବରାଦ ଉପରେ ଆଲୋକପାତ କରିଥିଲେ । ଜାତୀୟ ଶିକ୍ଷା ନୀତି ମାତୃଭାଷା(ଆଞ୍ଚଳିକ ଭାଷା) କୁ ପ୍ରୋତ୍ସାହନ ଦେବ । ଏଥିପ୍ରତି ପ୍ରତ୍ୟେକ ଭାଷାର ଶିକ୍ଷାବିତ ଓ ବିଶେଷଜ୍ଞ ଗୁରୁତ୍ବ ଦେବା ଜରୁରୀ ଯେ ଦେଶ ତଥା ବିଶ୍ବରେ ଭାରତୀୟ ଭାଷାକୁ ଉପଲବ୍ଧ କରାଇବା । ଆଉ ଏହି ଟେକ୍ନୋଲୋଜି ଦୁନିଆରେ ଏହା ସମ୍ଭବ ହୋଇପାରିବ ବୋଲି ପିଏମ କହିଛନ୍ତି ।