ଓଡିଶା

odisha

By

Published : Aug 16, 2022, 10:34 PM IST

ETV Bharat / bharat

ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ସର୍ଭେରେ ଅଂଶଗ୍ରହଣ ପାଇଁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତି - ୨୦୨୦ (National Education Policy) ଅଧୀନରେ ଏକ ନୂଆ ପାଠ୍ୟକ୍ରମ ବିକଶିତ ହେବ । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Education Minister Dharmendra Pradhan) ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ( National Curriculum Framework) ତଥା ଜାତୀୟ ପାଠ୍ୟକ୍ରମ ରୂପରେଖ ପାଇଁ ଆରମ୍ଭ ହୋଇଥିବା ଜନସର୍ଭେରେ ଅଂଶ ଗ୍ରହଣ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଜାତୀୟ ଶିକ୍ଷା ନୀତିର ମାର୍ଗଦର୍ଶିକା ଅନୁସାରେ ଏକ ଗତିଶୀଳ ନ୍ୟାସନାଲ କରିକୁଲମ ଫ୍ରେମଓ୍ୱାର୍କ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ । ଏଥିପାଇଁ ଏକ ଗତିଶୀଳ, ସମାବେଶୀ ଓ ଭବିଷ୍ୟତବାଦୀ ଜାତୀୟ ପାଠ୍ୟକ୍ରମ ରୂପରେଖ ବିକଶିତ କରିବା ଆବଶ୍ୟକ । ଯାହା ଦ୍ୱାରା ଆଗାମୀ ପିଢିଙ୍କ ମଧ୍ୟରେ ସାଂସ୍କୃତିକ ସୁଦୃଢତାକୁ ଏକତ୍ରିତ କରିବା ସହ ବୈଶ୍ୱିକ କଳ୍ପନା ତିଆରି କରିହେବ । ଶିକ୍ଷାକୁ ଉପନିବେଶୀକରଣ ମୁକ୍ତ କରି ଯୁବପିଢିଙ୍କ ମଧ୍ୟରେ ଗୌରବର ଭାବନା ଉଜ୍ଜୀବିତ କରି ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ପାଠ୍ୟକ୍ରମ ରୂପରେଖ ଗଠନ ଓ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବା ପାଇଁ ଅନଲାଇନ ମାଧ୍ୟମରେ ଜନସାଧାରଣଙ୍କ ପରାମର୍ଶ ଲୋଡାଯାଇଛି । ଜାତୀୟ ଏବଂ ରାଜ୍ୟ ସ୍ତରରେ ନ୍ୟାସନାଲ ଫୋକୋସ ଗ୍ରୁପ, ନ୍ୟାସନାଲ ଷ୍ଟିୟରିଂ କମିଟି, ଷ୍ଟେଟ ଫୋକୋସ ଗ୍ରୁପ ଏବଂ ଷ୍ଟେଟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଯାହା ମାଧ୍ୟମରେ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ଲୋଡାଯିବ ।

ଏଥିରେ ଶିକ୍ଷକ, ସ୍କୁଲର ପ୍ରଧାନ ଶିକ୍ଷକ କିମ୍ବା ପ୍ରନ୍ସିପାଲ, ଶିକ୍ଷାବିତ, ଅଭିଭାବକ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ, ବିଶେଷଜ୍ଞ, ଜନପ୍ରତିନିଧି, କଳାକାର, ଚାଷୀ ତଥା ସ୍କୁଲ ଓ ଶିକ୍ଷକଙ୍କ ଶିକ୍ଷାରେ ଆଗ୍ରହ ରଖୁଥିବା ବ୍ୟକ୍ତିବିଶେଷ ମାନେ ଓଡିଆ ସମେତ ୨୩ଟି ଭାଷାରେ ହେଉଥିବା ଅନଲାଇନ ସର୍ଭେ ଦ୍ୱାରା ଅଂଶଗ୍ରହଣ କରି ନିଜ ମତାମତ ଦେଇପାରିବେ । ଅନଲାଇନ ସାଇଟ https://ncfsurvey.ncert.gov.in କୁ ଯାଇ ଲୋକମାନେ ନିଜର ମତାମତ ଦେଇପାରିବେ । ଶିଶୁଙ୍କ ସାମଗ୍ରିକ ବିକାଶ କରିବା ସହ ଦକ୍ଷତା ଉପରେ ଗୁରୁତ୍ୱ ଦେବା ଏବଂ ଶିକ୍ଷକଙ୍କ କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା, ମାତୃଭାଷାରେ ଶିକ୍ଷାଲାଭ ଏବଂ ସଂସ୍କୃତିର ମୂଳଦୁଆ ଉପରେ ଗୁରୁତ୍ୱ ଦେବା ନେଇ ଜାତୀୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରାଯାଇଛି ।

For All Latest Updates

TAGGED:

ABOUT THE AUTHOR

...view details