ଓଡିଶା

odisha

By

Published : Dec 1, 2020, 4:46 PM IST

ETV Bharat / bharat

ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁ ଗୁଣବତ୍ତା

ଦିଲ୍ଲୀରେ ବାୟୁ ଗୁଣବତ୍ତା ମଙ୍ଗଳବାର ଅତ୍ୟନ୍ତ ଖରାପ ବର୍ଗରେ ରହିଛି । ପବନର ବେଗ ସହିତ ତାପମାତ୍ରା କମୁଥିବାରୁ ଆହୁରି ଖରାପ ହେବ ଦିଲ୍ଲୀ ବାୟୁମଣ୍ଡଳ । ଅଧିକ ପଢନ୍ତୁ...

Delhi's air quality remains 'very poor'
ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁ ଗୁଣବତ୍ତା

ଦିଲ୍ଲୀ: ମଙ୍ଗଳବାର ରାଜଧାନୀର ବାୟୁମଣ୍ଡଳର ଗୁଣବତ୍ତା 'ଅତ୍ୟନ୍ତ ଖରାପ' ସ୍ଥିତିରେ ରହିଛି । ​ତେବେ ଅନୁକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ଏହି ସପ୍ତାହରେ ବାୟୁମଣ୍ଡଳର ଗୁଣବତ୍ତା 'ଭୟଙ୍କର' ରହିବ ବୋଲି ପୂର୍ବାନୁମାନ କରାଯାଇଛି ।

ସହରରେ ମଙ୍ଗଳବାର ସର୍ବାଧିକ ପବନର ବେଗ 8 କିଲୋମିଟର ମଧ୍ୟରେ ରହିବ । ସ୍ଥିର ପବନ ଏବଂ ନିମ୍ନ ତାପମାତ୍ରା ଯୋଗୁଁ ବାୟୁମଣ୍ଡଳ ଖରାପ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ମିଳିଛି । ତେବେ ମଙ୍ଗଳବାର ସକାଳ 9ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ(AQI ) ଅନୁଯାୟୀ 346 ରହିଥିଲା ।

ଗତ 24 ଘଣ୍ଟାରେ ହାରାହାରି AQI 318 ରହିଥିବା ବେଳେ ରବିବାର 268 ଥିଲା । ବାୟୁ ଗୁଣବତ୍ତାର ସ୍ଥିତିକୁ ବିଭିନ୍ନ ଶ୍ରେଣୀଭୁକ୍ତ କରାଯାଇଛି । ଶୂନରୁ 50 ମଧ୍ୟରେ ଥିବା AQIକୁ 'ଭଲ', 51 ଏବଂ 100 'ସନ୍ତୋଷଜନକ', 101 ଏବଂ 200 'ମଧ୍ୟମ', 201 ଏବଂ 300 'ଖରାପ', 301 ଏବଂ 400 'ଅତ୍ୟନ୍ତ ଖରାପ' ଏବଂ 401 ଏବଂ 500 'ଗୁରୁତର' ଭାବରେ ବିବେଚନା କରାଯାଏ ।

ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା 8.1 ଡିଗ୍ରୀ ସେଲସିୟସ ଏବଂ ସର୍ବାଧିକ 26 ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ କହିଛି । ଦିଲ୍ଲୀର ଅନୁକୂଳ ପାଣିପାଗ ପରିସ୍ଥିତି ଯୋଗୁଁ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ବର୍ଗର ଉପର ମୁଣ୍ଡରେ ରହିବାର ସମ୍ଭାବନା ରହିଛି । ଡିସେମ୍ବର 4ରୁ ଡିସେମ୍ବର 7 ତାରିଖ ମଧ୍ୟରେ ଦିଲ୍ଲୀର ବାୟୁମଣ୍ଡଳ AQIର ଅତ୍ୟନ୍ତ ଖରାପ ବର୍ଗକୁ ଯିବାର ସମ୍ଭାବନା ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details