ମୁମ୍ବାଇ: ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉ'ତେ । ଏହାକୁ ଦୃଷ୍ଟିରେ ରଖି ଗ୍ରେଟର ମୁମ୍ବାଇର ମହାନଗର ନିଗର 580 କୋରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ରବିବାର ରାତି ସୁଦ୍ଧା ସ୍ଥାନାନ୍ତର କରିବ ବୋଲି ଜଣାପଡିଛି ।
ଏହି ଆକ୍ରାନ୍ତଙ୍କୁ ଜମ୍ବୋ ସେଣ୍ଟରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ପାଲଘଡ, ରାୟଗଡ, ରତ୍ନଗିରି ଓ ସିନ୍ଧୁଗର୍ଗ ଅଞ୍ଚଳର ଜିଲ୍ଲା ପ୍ରଶାସନ, ଡିଭିଜନାଲ କମିଶନର, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।