ହାଇଦ୍ରାବାଦ:ଲାଲଗଡ ଭାବେ ସମଗ୍ର ଦେଶରେ କୁଖ୍ୟାତି ଅର୍ଜନ କରିଥିବା ଛତିଶଗଡ ବିଜାପୁରରେ ପୁଣି ଥରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି । ଡିସେମ୍ବର 24ରେ ଅପହରଣର ଶିକାର ହୋଇଥିବା 4ଜଣ କଣ୍ଟ୍ରାକ୍ଟରଙ୍କୁ ଗତ ଦୁଇ ଦିନ ମଧ୍ୟରେ ମୁକ୍ତ କରିଛି ଲାଲ ବାହିନୀ(Naxalites released kidnapped contractors) । 24 ତାରିଖରେ ଏହି 4 ଠିକାଦାରଙ୍କୁ ନକ୍ସଲ ଉଠାଇ ନେଇଥିଲେ । ଗତକାଲି 2ଜଣଙ୍କୁ ମୁକ୍ତ କରିଦେଇଥିବା ବେଳେ ଆଜି (ବୁଧବାର) ଅବଶିଷ୍ଟ ଦୁଇ ଜଣ ଠିକାଦାରଙ୍କୁ ସୁରକ୍ଷିତ ମୁକ୍ତ କରିଛନ୍ତି ନକ୍ସଲ ।
ଅପହରଣ ପରେ ଏମାନଙ୍କୁ ନକ୍ସଲ କ୍ୟାମ୍ପରେ ରଖାଯାଇଥିଲା । ଜଙ୍ଗଲ ମଧ୍ୟରେ 11 ଦିନ ଧରି ବାରମ୍ବାର ସ୍ଥାନ ମଧ୍ୟ ପରିବର୍ତ୍ତନ କରାଯାଇଥିଲା । ଦୀର୍ଘ ଦିନ ଧରି ଅପହୃତ ଠିକାଦାରମାନେ ଲାଲ କ୍ୟାମ୍ପରେ ରହିବା ପରେ ସୁରକ୍ଷିତ ମୁକ୍ତ ହୋଇଛନ୍ତି । ଗତକାଲି(3 ତାରିଖ)ରେ ଅପହୃତ ଠିକାଦାର କୋଣ୍ଡାଗାଓଁ ବାସିନ୍ଦା ନିମେନ୍ଦ୍ର କୁମାର ଦେୱାନ ଏବଂ ନୀଲଚାନ୍ଦ ନାଗଙ୍କୁ ଏକ ନାଟକୀୟ ଘଟଣାରେ ମୁକ୍ତ କରିଥିଲା ଲାଲ ବାହିନୀ । ସେହିପରି ଆଜି ଆଉ ଦୁଇ ଜଣ ଠିକାଦାର ଟେମୁରୁ ନାଗ ଓ ଚାପଡି ବେତାୟଙ୍କୁ ମୁକ୍ତ କରାଯାଇଛି (Naxalites released kidnapped contractors) ।