ଓଡିଶା

odisha

ମହିଳାଙ୍କ ପ୍ରତି ଅପରାଧରେ ରାଜସ୍ଥାନରୁ ନମ୍ବର 1 କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Nov 20, 2023, 3:44 PM IST

ନିର୍ବାଚନୀ ମୁହାଁ ରାଜସ୍ଥାନର ପାଲିରେ ଏକ ରାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

PM Modi adresses a rally in Rajasthan
PM Modi adresses a rally in Rajasthan

ଜୟପୁର/ରାୟପୁର:ଏତେ ଖରାରେ ଛିଡା ହୋଇ ଜନସଭାରେ ସାମିଲ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ବ୍ୟବସ୍ଥାରେ କମ ହୋଇଥିବାରୁ ମୁଁ ଭାଜପା କାର୍ଯ୍ୟକର୍ତ୍ତା ହିସାବରେ ସମସ୍ତଙ୍କୁ କ୍ଷମା ମାଗୁଛି । ଏ ତପର ତପସ୍ୟା କେବେ ବିଫଳ ହେବ ନାହିଁ । ମୁଁ ବିଶ୍ବାସ ଦେଉଛି ତୁମର ଏହି ତପସ୍ୟା ବେକାର ଯିବାକୁ ଦେବିନାହିଁ ବିକାଶ କରି ତାହାକୁ ଫେରାଇବି । କଲ୍ୟାଣ ଯୋଜନା ଆଣି ଏହାର ମୂଲ୍ୟ ଦେବା ପ୍ରତିଶ୍ରୁତି ଦେଉଛି । ଯେଉଁଠି ଭାଜପାର ଡବଲ ଇଞ୍ଜିନ ଯାଇଛି ସେଠାରେ ଯୋଜନା ପହଞ୍ଚିଛି ବୋଲି ନିର୍ବାଚନୀ ମୁହାଁ ରାଜସ୍ଥାନର ପାଲିରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ପାଲିରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପାଲିରେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''କଂଗ୍ରେସ ରାଜସ୍ଥାନକୁ ମହିଳାଙ୍କ ବିରୋଧରେ ଅପରାଧକୁ ନମ୍ବର ୱାନ କରିଛି । ଏଠାକାର ମୁଖ୍ୟମନ୍ତ୍ରୀ କୁହନ୍ତୁ ରାଜସ୍ଥାନ ମାଆ ଉଭଣୀ ଥାନାରେ ଅତ୍ୟାଚାରର ମିଛ ଅଭିଯୋଗ କରୁଛନ୍ତି । ଏହା କେବେ ସମ୍ଭବ କି । ସେମାନେ କେବେ ମିଛ କୁହନ୍ତୁ ନାହିଁ । ତାଙ୍କ ଅଭିଯୋଗରେ ସତ୍ୟତା ଅଛି । ଘଟଣାର ତଦନ୍ତ କରାଯିବା କହିବା ବଦଳରେ ସେମାନେ ମିଛ ଅଭିଯୋଗ କରୁଥିବା କହୁଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମହିଳାଙ୍କ ପ୍ରତି ଅପମାନ । ଅପମାନ ଦେଉଥିବା ଏହି ସରକାର ରାଜ୍ୟରୁ ବିଦା ହେବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ନିକଟ ମନ୍ତ୍ରୀ ବିଧାନସଭାରେ ଏହି ଅତ୍ୟାଚାରକୁ ଠିକ କହି ରାଜସ୍ଥାନ ପୁରୁଷଙ୍କ ରାଜ୍ୟ ପ୍ରଦେଶ ବୋଲି କହୁଛନ୍ତି । ଏହା ବି ପୁରୁଷଙ୍କ ପ୍ରତି ଅପମାନ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ଥାନର ପଡୋଶୀ ରାଜ୍ୟ ଦେଖିନିଅ ସେଠି ପେଟ୍ରୋଲ ଲିଟର ପିଛା 97 ଟଙ୍କାରେ ମିଳୁଛି । ମାତ୍ର କଂଗ୍ରେସର ରାଜସ୍ଥାନ ସରକାର 12 ଟଙ୍କା ଅଧିକ ଦାମରେ ପେଟ୍ରୋଲ ବିକୁଛି । ଆଜି ମୁଁ ରାଜସ୍ଥାନକୁ ଗ୍ୟାରେଣ୍ଟି ଦେଉଛି ଡିସେମ୍ବର 3 ତାରିଖରେ ଭାଜପା ସରକାର ହେଲେ ପେଟ୍ରୋଲ ଡିଜେଲ ଦରର ସମୀକ୍ଷା କରାଯିବ । ଏଥିରୁ ଗରିବ ପରିବାରକୁ ଲାଭ ମିଳିବ । ଆମେ ବିକଶିତ ଦେଶ ପାଇଁ କାମ କରୁଛୁ । ତେଣୁ ରାଜସ୍ଥାନର ଏପରି ସରକାର ଜରୁରୀ ଯିଏ ବିକାଶରୁ ସର୍ବୋଚ୍ଚ ପ୍ରାଥମିକତା ଦେବ । ଦୁର୍ଭାଗ୍ୟ ରାଜସ୍ଥାନରେ ଥିବା କଂଗ୍ରେସ ସରକାର ବିକାଶକୁ ପଛରେ ପକାଇ ଦେଇଛି । ଏଠାକାର କଂଗ୍ରେସ ସରକାର ପାଇଁ ଭ୍ରଷ୍ଟାଚାର ଛଡା ଆଉ କିଛି ନାହିଁ । ପରିବାରବାଦ ହିଁ ସବୁ କିଛି । ବିକୃତ ମାନସିକତା ଥିବା କଂଗ୍ରେସକୁ ଶିକ୍ଷା ଦେବାର ଆବଶ୍ୟକତା ରହିଛି । କଂଗ୍ରେସ ଓ ତାର ଘମଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଶେଷ କରିବାକୁ ଚାହୁଁଛି ।''

ଏହା ବି ପଢନ୍ତୁ...ଲାଲ ଡାଏରୀ ପୃଷ୍ଠା ଖୋଲୁଛି ଗେହଲଟଜୀଙ୍କ ଫ୍ୟୁଜ ଉଡୁଛି: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଦେଶରେ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଜାରି ରହିଛି । ମିଜୋରାମ, ଛତିଶଗଡ ଓ ମଧ୍ୟପ୍ରଦେଶରେ ନିର୍ବାଚନ ଶେଷ ହୋଇଛି । ଆସନ୍ତା 25 ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟରେ 2.73 କୋଟି ପୁରୁଷ ଭୋଟର ଓ 2.52 କୋଟି ମହିଳା ଭୋଟର ଥିବାବେଳେ 22.04 ଲକ୍ଷ ପ୍ରଥମ ଥର ଭୋଟ ହେବେ । ଡିସେମ୍ବର 3 ତାରିଖରେ ସମସ୍ତ 5 ରାଜ୍ୟର ଜନାଦେଶ ପ୍ରକାଶ ପାଇବ । କଂଗ୍ରେସ ଶାସନଧୀନ ରାଜସ୍ଥାନରେ 2024 ଜାନୁଆରୀ 14 ତାରିଖରେ ବିଧାନସଭା କାର୍ଯ୍ୟକାଳ ଶେଷ ହେବ । ରାଜ୍ୟରେ 200ଟି ଆସନରେ ମତଦାନ ହେବ । 2018 ନିର୍ବାଚନରେ କଂଗ୍ରେସ ବାଜି ମାରି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ABOUT THE AUTHOR

...view details