ଓଡିଶା

odisha

By ETV Bharat Odisha Team

Published : Sep 20, 2023, 10:58 PM IST

ETV Bharat / bharat

ସ୍କୁଲରେ କ୍ଷୀର ପିଇ 25 ଶିଶୁ ଅସୁସ୍ଥ !

ଗାଜିଆବାଦର ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ 25 ଶିଶୁ ଅସୁସ୍ଥ ଅଭିଯୋଗ । ସମସ୍ତେ ହସ୍ପିଟାଲରେ ଭର୍ତ୍ତି । ତଦନ୍ତ ଆରମ୍ଭ କଲା ପ୍ରଶାସନ । ଅଧିକ ପଢନ୍ତୁ

ସ୍କୁଲରେ ଅଘଟଣ: ମଧ୍ୟାହ୍ନ ଭୋଜନ ଖାଇ 25 ଶିଶୁ ଅସୁସ୍ଥ !
ସ୍କୁଲରେ ଅଘଟଣ: ମଧ୍ୟାହ୍ନ ଭୋଜନ ଖାଇ 25 ଶିଶୁ ଅସୁସ୍ଥ !

ସ୍କୁଲରେ ଅଘଟଣ: ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇବା ପରେ ଶିଶୁ ଅସୁସ୍ଥ !

ନୂଆଦିଲ୍ଲୀ/ଗାଜିଆବାଦ: ଗାଜିଆବାଦର ଏକ ପ୍ରାଥମିକ ସ୍କୁଲରେ ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇବା ପରେ ପିଲାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ 25ଜଣ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁସାରେ, ଆଜି (ବୁଧବାର) ପ୍ରେମ ନଗରରେ ଥିବା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ କ୍ଷୀର ପିଇଥିଲେ । ଏହା ପରେ ଏକାକାଳୀନ ଏକାଧିକ ଛାତ୍ରଛାତ୍ରୀଙ୍କର ପେଟରେ ଯନ୍ତ୍ରଣା ହେବା ସହ ମୁଣ୍ଡବିନ୍ଧା ଏବଂ ବାନ୍ତି ହୋଇଥିଲା । ଏ ସମ୍ପର୍କରେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆମ୍ବୁଲାନ୍ସ ମାଧ୍ୟମରେ ପିଲାମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେମାନଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ପାଇବା ମାତ୍ରେ ଗାଜିଆବାଦର ମୁଖ୍ୟ ଚିକିତ୍ସାଧିକାରୀ (ସିଏମଓ) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କର ଅବସ୍ଥା ଅନୁଧ୍ୟାନ କରିଥିଲେ । ପିଲାମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି ଓ ବର୍ତ୍ତମାନ ସମସ୍ତଙ୍କର ଅବସ୍ଥା ସ୍ୱାଭାବିକ ରହିଛି । ମଧ୍ୟାହ୍ନ ଭୋଜନ ଖାଦ୍ୟରେ ତ୍ରୁଟି କାରଣରୁ ଏପରି ହୋଇଛି କି ନାହିଁ ତାହା ଏ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ହସ୍ପିଟାଲ କର୍ତ୍ତୃପକ୍ଷ ନିଶ୍ଚିତ କରିନାହାନ୍ତି । ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, ସେମାନଙ୍କୁ ଆଜି ଦିଆଯାଇଥିବା କ୍ଷୀରର ସ୍ବାଦ ଖଟା ଥିଲା । ଏହାକୁ ପିଇବା ପରେ ହଠାତ୍ ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା । ପିଲାମାନଙ୍କ ସୂଚନା ଅନୁସାରେ ଅଭିଭାବକମାନେ ସ୍କୁଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଶ୍ଚର୍ଯ୍ୟ ! ବଞ୍ଚିଛନ୍ତି ବୋଲି ପ୍ରମାଣିତ କରିବାକୁ 6 ବର୍ଷ ଧରି ସଂଘର୍ଷ କରୁଛନ୍ତି ବୃଦ୍ଧ

ପ୍ରଶାସନ ଅଧିକାରୀ ଓ ଶିକ୍ଷା ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଖାଦ୍ୟ ନମୂନା ଓ ଅନ୍ୟାନ୍ୟ ସ୍ଥିତି ଯାଞ୍ଚ କରୁଛନ୍ତି । ଖାଦ୍ୟ ନମୂନା ରିପୋର୍ଟ ଓ ହସ୍ପିଟାଲ ରିପୋର୍ଟ ମିଳିବା ପରେ କାରଣ ସମ୍ପର୍କରେ ସ୍ପଷ୍ଟ ହେବ । ଯାହାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଅଧିକାରୀଙ୍କ ଟିମ କହିଛି । ଅନ୍ୟପଟେ ଏପରି ଅଘଟଣ ପରେ ପିଲାଙ୍କ ମଧ୍ୟରେ ମଧ୍ୟାହ୍ନ ଭୋଜନ ନେଇ ଭୟ ସୃଷ୍ଟି ହୋଇଛି । ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସ୍କୁଲରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ବନ୍ଦ ରଖିବାକୁ ଶିକ୍ଷା ବିଭାଗ ସମ୍ପୃକ୍ତ ସ୍କୁଲକୁ ନିର୍ଦ୍ଦେଶ ଦେଇଛି । ତେବେ ବିଭିନ୍ନ ସମୟରେ ଏକାଧିକ ସ୍ଥାନରୁ ମଧ୍ୟାହ୍ନ ଭୋଜନରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବାର ଅଭିଯୋଗ ଆସିବାର ଏକାଧିକ ଉଦାହରଣ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details