ନୂଆଦିଲ୍ଲୀ:ତେଲେଙ୍ଗାନାରେ ଡ୍ରୋନ ମାଧ୍ୟମରେ ଭିଜୁଆଲ ଲାଇନ ବାହାରେ ପରୀକ୍ଷା ମୂଳକ ଭାବେ ଟିକା ବିତରଣ କରାଯିବ । ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରାଳୟ ଅନୁମତି ଦେଇଛି । ଏପ୍ରିଲ 30ରେ ମନ୍ତ୍ରଣାଳୟ ତେଲେଙ୍ଗାନା ସରକାରଙ୍କୁ ଭିଜୁଆଲ ଲାଇନ ମଧ୍ୟରେ କେଭିଡ ଟିକା ପରୀକ୍ଷା ମୂଳକ ବିତରଣ ପାଇଁ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେଇଥିଲା ।
ଡ୍ରୋନ ମାଧ୍ୟମରେ କରାଯିବ ଟିକା ବିତରଣ
ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଭିଜୁଆଲ ଲାଇନ ବାହାରେ ପରୀକ୍ଷା ମୂଳକ ଭାବେ ଟିକା ବିତରଣ କରିବା ପାଇଁ ଡ୍ରୋନ ବ୍ୟବହାର କରିବାକୁ ଅନୁମତି ଦେଇଛି । ଅଧିକ ପଢନ୍ତୁ...
ଡ୍ରୋନ ମାଧ୍ୟମରେ କରାଯିବ ଟିକା ବିତରଣ
ଶୁକ୍ରବାର ଦିନ ଏକ ବିବୃତ୍ତିରେ କହିଛି ଯେ ଡ୍ରୋନ୍ ବ୍ୟବହାର କରି ଟୀକାକରଣର ପରୀକ୍ଷା ମୂଳକ ବିତରଣ ପାଇଁ ତେଲେଙ୍ଗାନା ସରକାରଙ୍କୁ ମାନବ ବିହୀନ ବିମାନ ପ୍ରଣାଳୀ 2021ରୁ ସର୍ତ୍ତମୂଳକ ଛାଡ ପ୍ରଦାନ କରିଛି । ମେ’ ମାସ ଶେଷ ସୁଦ୍ଧା ପରୀକ୍ଷା ଆରମ୍ଭ ହେଇପାରେ ବୋଲି ଏଥିରେ କୁହାଯାଇଛି ।
ଏପ୍ରିଲ୍ 22ରେ, ମନ୍ତ୍ରଣାଳୟ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚକୁ COVID-19 ଟିକା ବିତରଣ ପାଇଁ ଡ୍ରୋନ୍ ବ୍ୟବହାର ଉପରେ ଏକ ସମ୍ଭାବ୍ୟ ଅଧ୍ୟୟନ କରିବାକୁ ଅନୁମତି ଦେଇଥିଲା ।