ଓଡିଶା

odisha

By

Published : Dec 12, 2022, 9:35 AM IST

Updated : Dec 12, 2022, 10:08 AM IST

ETV Bharat / bharat

ମହାରାଷ୍ଟ୍ରରେ ଓଲଟିଲା ପିକନିକ ବସ, ୨ ମୃତ ୪୭ ଆହତ

ମହାରାଷ୍ଟ୍ର ଖୋପୋଲିରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ଧରି ପିକନିକରୁ ଫେରୁଥିବା ବସ । ୨ ମୃତ ୪୭ ଆହତ । ଅଧିକ ପଢନ୍ତୁ

ମହାରାଷ୍ଟ୍ରରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ, ଏକାଧିକ ଆହତ
ମହାରାଷ୍ଟ୍ରରେ ଓଲିଟିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ, ଏକାଧିକ ଆହତ

ମୁମ୍ବାଇ:ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ଅଭାବନୀୟ ଘଟଣା । ଭାରସାମ୍ୟ ହରାଇ ଓଲଟି ପଡିଲା ସ୍କୁଲ ପିଲାଙ୍କୁ ଧରି ପିକନିକରୁ ଫେରୁଥିବା ବସ । ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୭ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ କିଛି ଗୁରୁତର ମଧ୍ୟ ରହିଛନ୍ତି । ବସରେ ପ୍ରାୟ ୪୭ ଛାତ୍ରଛାତ୍ରୀ ଥିଲେ ଏବଂ ସେମାନେ ଏକ ପିକନିକରୁ ଫେରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗତକାଲି(ରବିବାର) ସଂଧ୍ୟାରେ ରାୟଗଡ ଜିଲ୍ଲାର ଖୋପୋଲି ଥାନା ଅଧୀନରେ ଥିବା ଲୋବାନିଆ ହିଲ ଷ୍ଟେସନଠାରୁ ପ୍ରାୟ ୧୪ କିଲୋମିଟର ଦୂର ପୁରୁଣା ମୁମ୍ବାଇ-ପୁଣେ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ,''ବ୍ରେକ ଫେଲ ହେବା କାରଣରୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ବସରେ ଥିବା ସମସ୍ତ ଛାତ୍ରଛାତ୍ରୀ ୧୦ ଶ୍ରେଣୀରେ ପାଠପଢନ୍ତି'' ।

ଏହି ଦୁର୍ଘଟଣାରେ ଛାତ୍ରଛାତ୍ରୀ ଓ ଡ୍ରାଇଭର ଆହତ ହୋଇଥିବା ବେଳେ ସେମାନଙ୍କୁ ଲୋନାଭାଲା ଏବଂ ଖୋପୋଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ଦ୍ବୟ ହେଉଛନ୍ତି ଚେମ୍ବୁର କ୍ୟାମ୍ପର ବାସିନ୍ଦା ହିତିକା ଖାନ୍ନା ଏବଂ ଘାଟକୋପରର ଆସଲଫା ଗାଁର ବାସିନ୍ଦା ରାଜ ରାଜେଶ ମଥ୍ରେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 12, 2022, 10:08 AM IST

ABOUT THE AUTHOR

...view details