ଓଡିଶା

odisha

By

Published : Sep 14, 2021, 4:22 PM IST

Updated : Sep 14, 2021, 4:44 PM IST

ETV Bharat / bharat

ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ନିକଟରେ ପୁଣି ବୋମା ବିସ୍ଫୋରଣ

ଭାରତୀୟ ଜନତା ପାର୍ଟି ଅର୍ଜୁନ ସିଂହଙ୍କ ଘର ନିକଟରେ ପୁନର୍ବାର ହୋଇଛି ବୋମା ବିସ୍ଫୋରଣ । ୮ ସେପ୍ଟେମ୍ବରରେ ମଧ୍ୟ ସାଂସଦଙ୍କ ଘର ଉପରେ ଆକ୍ରମଣ କରାଯାଇଥିଲା । ଅଧିକ ପଢନ୍ତୁ...

ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ନିକଟରେ ପୁଣି ବୋମା ବିସ୍ଫୋରଣ
ବିଜେପି ସାଂସଦ ଅର୍ଜୁନ ସିଂହଙ୍କ ଘର ନିକଟରେ ପୁଣି ବୋମା ବିସ୍ଫୋରଣ

କୋଲକାତା: ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା । ଭାରତୀୟ ଜନତା ପାର୍ଟି ଅର୍ଜୁନ ସିଂହଙ୍କ ଘର ନିକଟରେ ପୁନର୍ବାର ହୋଇଛି ବୋମା ବିସ୍ଫୋରଣ । ସାଂସଦଙ୍କ ଉତ୍ତର ୨୪ ପ୍ରଗଣା ସ୍ଥିତ ବାସଭବନକୁ ୮ ସେପ୍ଟେମ୍ବରରେ ମଧ୍ୟ ଆକ୍ରମଣ କରାଯାଇଥିଲା । ସୋମବାର ଏହି ମାମଲାର ଯାଞ୍ଚକୁ ନିଜ ହାତକୁ ନେଇଥିଲା ଏନଆଇଏ ।

ବୋମା ବିସ୍ଫୋରଣ ପରେ ଏହାର ଭିଡିଓକୁ ଟ୍ବିଟରରେ ସେୟାର କରିଛନ୍ତି ଅର୍ଜୁନ ସିଂହ । ୮ ସେପ୍ଟେମ୍ବରରେ ଘର ଉପରକୁ ବୋମା ଫିଙ୍ଗାଯାଇଥିଲା । ଆଉ ଏବେ ମଙ୍ଗଳବାର ସକାଳେ ମଧ୍ୟ ଘର ପଛ ପାଖରେ ବିସ୍ଫୋରଣ ହୋଇଛି । ଅପରାଧୀଙ୍କୁ କୌଣସି ଭୟ ନଥିବା ଏମାନଙ୍କୁ ତୃଣମୂଳ କଂଗ୍ରେସ ଓ ପଶ୍ଚିମବଙ୍ଗ ପୋଲିସ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ଅର୍ଜୁନ ସିଂହ ।

ସାଂସଦ କହିଛନ୍ତି, ଅପରାଧୀ ଖୋଲାଖୋଲି ଭାବରେ ବୁଲୁଛନ୍ତି । ଏଭଳି ଆକ୍ରମଣରେ ନାଁ ମୁଁ କେବେ ଭୟ କରିଛି ନା ଆଗରୁ କରିବି ବୋଲି କହିଛନ୍ତି ସିଂହ । ପୋଲିସର କହିବାନୁଯାୟୀ, ମଙ୍ଗଳବାର ସକାଳେ ଅର୍ଜନ ସିଂହଙ୍କ ଭାଟପଡା ସ୍ଥିତ ବାସଭାବନର ୨୦୦ ମିଟର ଦୂରରେ ବିସ୍ଫୋରଣ ହୋଇଛି । ମାମଲାର ଯାଞ୍ଚ ଚାଲିଛି । ପୋଲିସ ଅଧିକାରୀ ସେଠାରେ ଥିବା କୁହାଯାଉଛି ।

କ୍ଷମତାସୀନ ତୃଣମୂଳ କଂଗ୍ରେସ ଜୀବନ ନେବାକୁ ଚାହୁଁଥିବା ଅଭିଯୋଗ କରିଛନ୍ତି ସାଂସଦ ସିଂହ । ଯୋଜନାବଦ୍ଧ ଭାବରେ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଟିଏମସି ଷଡଯନ୍ତ୍ର କରିଥିବା କହିଛନ୍ତି ଅର୍ଜୁନ । ପଶ୍ଚିମବଙ୍ଗ ସରକାର ଏନଆଇଏକୁ ଚ୍ୟାଲେଞ୍ଜ କରୁଛି । ଭୟର ବାତାବରଣ ସୃଷ୍ଟି କରାଯାଉଛି । ଘଟଣାରେ ଏଫଆଇଆର ଦାଏର ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅର୍ଜୁନ ସିଂହ ।

Last Updated : Sep 14, 2021, 4:44 PM IST

ABOUT THE AUTHOR

...view details