ଓଡିଶା

odisha

By

Published : Jan 7, 2021, 8:04 PM IST

ETV Bharat / bharat

ଦେବାଦେବୀଙ୍କ ନାଁରେ ବିଜ୍ଞାପନକୁ ବମ୍ବେ ହାଇକୋର୍ଟଙ୍କ ନିଷେଧାଦେଶ

ବିଜ୍ଞାପନରେ ଦେବାଦେବୀଙ୍କ ନାଁ ବ୍ୟବହାର କରିବା ଉପରେ କଟକଣା ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ବିଭିନ୍ନ ଗଣ ମାଧ୍ୟମ ଓ ଦ୍ରବ୍ୟ ଉପରେ ଦେବାଦେବୀଙ୍କୁ ନେଇ ବିଜ୍ଞାପନ ପ୍ରସ୍ତୁତ କରିବା ଉପରେ କଟକଣାକୁ ଜାରି କରାଯାଇଛି । ଅଧିକ ପଢନ୍ତୁ...

ଦେବାଦେବୀଙ୍କ ନାଁ ରେ ବିଜ୍ଞାପନକୁ ବମ୍ବେ ହାଇକୋର୍ଟଙ୍କ ନିଷିଧାଦେଶ
ଦେବାଦେବୀଙ୍କ ନାଁ ରେ ବିଜ୍ଞାପନକୁ ବମ୍ବେ ହାଇକୋର୍ଟଙ୍କ ନିଷିଧାଦେଶ

ମୁମ୍ବାଇ: ବିଜ୍ଞାପନରେ ଦେବାଦେବୀଙ୍କ ନାଁ ବ୍ୟବହାର କରିବା ଉପରେ କଟକଣା ଲଗାଇଛନ୍ତି ବମ୍ବେ ହାଇକୋର୍ଟ । ବିଭିନ୍ନ ଗଣ ମାଧ୍ୟମରେ ଦେବାଦେବୀଙ୍କୁ ନେଇ ବିଜ୍ଞାପନ ପ୍ରସ୍ତୁତ କିମ୍ବା ଦ୍ରବ୍ୟର କଭର ଉପରେ ଦେବାଦେବୀଙ୍କ ଫଟୋ ବ୍ୟବହାର କରିବା ଉପରେ କଟକଣାକୁ ଜାରି କରାଯାଇଛି । ବମ୍ବେ ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ଟିଭି ନାଲାଓ୍ବାଡେ ଓ ଜଷ୍ଟିସ ଏମଜି ସିଭାଲିକରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ଏପରି ଧର୍ମୀୟ ଭାବନା ସହ ଜଡିତ ବିଜ୍ଞାପନକୁ ପ୍ରସ୍ତୁତ କରିବା ଉପରେ କଟକଣା ଜାରି କରାଯାଇଛି । ଏପରି କିଛି ଦ୍ରବ୍ୟ ବ୍ୟବହାର କରି ସାରିବା ପରେ ଫିଙ୍ଗି ଦିଆଯାଉଥିବାରୁ ତାହା ସାଧାରଣରେ ଧର୍ମୀୟ ଆସ୍ଥାକୁ କ୍ଷତି ପହଞ୍ଚାଉଥିବା ଉକ୍ତ ପିଟିଶନରେ ଦର୍ଶାଯାଇଥିଲା । ତେଣୁ ଏହି ସବୁ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣିତ ଅଘୋରି ଆକ୍ଟ ଓ ବ୍ଲାକ ମ୍ୟାଜିକ ଆକ୍ଟ 2013 ଅନୁସାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରାବଧାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲା ବିରୋଧରେ ଔରଙ୍ଗାବାଦ ବାସିନ୍ଦା ରାଜେନ୍ଦ୍ର ଗଣପତ ରାଓ ଔରଙ୍ଗାବାଦ କୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର କରିଥିଲେ । ଏହି ମାମଲା ଗତ 2015 ରୁ ବିଚାରାଧିନ ରହିଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେବା ସହ ଏହି ସବୁ ମାମଲାର ନିରିକ୍ଷଣ କରିବା ପାଇଁ ସବୁ ଥାନାରେ ବ୍ୟବସ୍ଥା କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details