ନୂଆଦିଲ୍ଲୀ: ବୁଧବାର ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ବ୍ଲିଙ୍କନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ ଏଣ୍ଟୋନି ବୈଦେଶିକ ମନ୍ତ୍ରୀ , ଏନଏସଏଙ୍କ ସହ କରିଥିଲେ ଆଲୋଚନା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ବୈଦେଶିକ ମନ୍ତ୍ରୀ ଏଣ୍ଟୋନି ରାଷ୍ଟ୍ରପତି ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସଙ୍କ ପକ୍ଷରୁ ଅଭିବାଦନ ଜଣାଇଥିଲେ ।
ପରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଅବସରରେ, ଏହାବାଦ ଉଭୟ ଦେଶର ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ନିବେଶ, ଜଳବାୟୁ ପରିବର୍ତ୍ତନ, ପ୍ରଯୁକ୍ତିବିଦ୍ୟା ଓ ଆଞ୍ଚଳିକ ସମସ୍ୟା ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହସହ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଉଭୟ ନେତା ସହମତି ପ୍ରକାଶ କରିଥିଲେ । ସେପଟେ ପ୍ରଧାନମନ୍ତ୍ରୀ ମୋଦି ଭାରତ ପକ୍ଷରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପ-ରାଷ୍ଟ୍ରପତି କମଳା ହାରିସଙ୍କୁ ଶୁଭକାମନା ଜଣାଇଥିଲେ ।
ଆଲୋଚନା ଅବସରରେ ଉଭୟ ଭାରତ-ଆମେରିକା ମଧ୍ୟରେ ସାମରିକ, କୁଟନୈତିକ ଓ ଅର୍ଥନୈତିକ ସମ୍ପର୍କକୁ ଅଭିବୃଦ୍ଧି କରିବାକୁ ସହମତି ଜାହିର କରିଥିଲେ । ଆମେରିକାର ବୈଦେଶିକ ମନ୍ତ୍ରୀ ଉଭୟ ଦେଶର ସୁରକ୍ଷା ଓ ପୁଞ୍ଜି ନିବେଶକୁ ଅଧିକ ଗୁରୁତ୍ବ ଦେଇଥିଲେ ।