କୋଲକାତା : ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାଖାନ କରିଛନ୍ତି ବିଜେପି ସାଂସଦ ଲକେଟ୍ ଚାଟାର୍ଜୀ । କେନ୍ଦ୍ର ଦ୍ବାରା ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ସେ ଅଗ୍ରାହ୍ୟ କରିଛନ୍ତି । ତାଙ୍କ କହିବାନୁସାରେ, ‘ଯଦି ମୁଁ ମୋ ଜନତାଙ୍କ ସୁରକ୍ଷା ଦେଇ ପାରୁନି ତେବେ ମୁଁ କେମିତି ସୁରକ୍ଷିତ ରହିପାରିବି’ ।
ଇମେଲ୍ ମାଧ୍ୟମରେ ସେ କେନ୍ଦ୍ର ସରକାରଙ୍କୁ ଏହି ଅନୁରୋଧ କରିଛନ୍ତି । ସେ କହିଛନ୍ତି, ‘ରାଜ୍ୟରେ ଲୋକେ ହିଂସାର ସାମ୍ନା କରୁଛନ୍ତି, ମହିଳାମାନେ ସୁରକ୍ଷିତ ନାହାଁନ୍ତି । ଏଭଳି ସ୍ଥିତିରେ ମୁଁ ଜନତାଙ୍କ ପ୍ରତିନିଧି ହିସାବରେ କିପରି ସୁରକ୍ଷାବ୍ୟବସ୍ଥାକୁ ଗ୍ରହଣ କରିବି’ । ପ୍ରକାଶଥାଉକି, ଲକେଟ୍ ଚାଟାର୍ଜୀ ବର୍ତ୍ତମାନ ହୁଗୁଳିର ସାଂସଦ ଅଛନ୍ତି । କିଛି ଦିନ ତଳେ ଏଠାରେ ବିଜେପିର ପ୍ରାୟ 9ଜଣ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ହୋଇଛି ।