ଓଡିଶା

odisha

By

Published : Mar 31, 2020, 8:13 AM IST

ETV Bharat / bharat

ଲକଡାଉନ: ଦେଶବ୍ୟାପୀ ହେଲ୍ପଲାଇନ ସେବା ଆରମ୍ଭ କଲା ଯୁବ କଂଗ୍ରେସ

21ଦିନିଆ ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜନ ସାଧାରଣ । ତେବେ ଏଭଳି ସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି ଯୁବ କଂଗ୍ରେସ । ଅସହାୟ ବା ଗରିବ ଲୋକଙ୍କୁ ମୌଳିକ ଆବଶେୟକତା ଯୋଗାଇବା ପାଇଁ ଦେଶବ୍ୟାପୀ ହେଲ୍ପଲାଇନ ସେବା ଆରମ୍ଭ କରିଛି ଏହି ଯୁବ କଂଗ୍ରେସ । ଅଧିକ ପଢନ୍ତୁ...

Youth Congress launches helpline to help people amid lockdown
ଲକଡାଉନ: ଦେଶବ୍ୟାପୀ ହେଲ୍ପଲାଇନ ସେବା ଆରମ୍ଭ କଲା ଯୁବ କଂଗ୍ରେସ

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ଏବେ ବିଶ୍ବରେ ଭୟର ବାତାବରଣ ଖେଳି ଯାଇଛି । ତେବେ ଏହି ସଂକ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନିଆ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଥିଲେ । ଏହି ଲକ ଡାଉନ କାରଣରୁ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନ ସାଧାରଣ ପର୍ଯ୍ୟନ୍ତ ସମସ୍ତେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏପରି ପରିସ୍ଥିତିରେ ସହଯୋଗର ହାତ ବଢାଇଛନ୍ତି ଯୁବ କଂଗ୍ରେସ । ଅସହାୟ ବା ଗରିବ ଲୋକଙ୍କୁ କୌଣସି ମତେ ସାହାଯ୍ୟ କରିବାକୁ କେନ୍ଦ୍ରୀୟ ନେତୃତ୍ବଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ହେଲ୍ପଲାଇନ ଆରମ୍ଭ କରିଛନ୍ତି ଏହି ଯୁବ କଂଗ୍ରେସ । ଏଥିରେ ବିଭିନ୍ନ ଦଳ ନିୟୋଜିତ ହେବା ସହ ବହୁ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରୁଛନ୍ତି । ଯେତେବେଳେ ମହାମାରୀ କୋରୋନା ଭାଇରସ ମୁକାବିଲା ପାଇଁ ସମଗ୍ର ଦେଶ ସଂଘର୍ଷ କରୁଛି, ସେତେବେଳେ ଯୁବ କଂଗ୍ରେସ ଏହି ସଂଗ୍ରାମରେ ସରକାରଙ୍କ ସହ କାର୍ଯ୍ୟ କରିବାକୁ ସ୍ଥିର କରିଛି ।

ଡାକ୍ତରୀ ସାମଗ୍ରୀଠାରୁ ଆରମ୍ଭ କରି ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଆଦି ମୌଳିକ ଆବଶ୍ୟକତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଯୁବ କଂଗ୍ରେସର ବିଭିନ୍ନ ଦଳ ଦିନରାତି ସାରା ଦେଶରେ କାର୍ଯ୍ୟ କରୁଥିବା IYC(indian youth congress) ସଭାପତି ବି.ଭି ଶ୍ରୀନିବାସ କହିଛନ୍ତି । ଜିଲ୍ଲା ସ୍ତରୀୟ, ରାଜ୍ୟ ସ୍ତରୀୟ ତଥା ଜାତୀୟ ସ୍ତରରେ ଲୋକଙ୍କୁ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସତର୍କତା ସମ୍ବନ୍ଧରେ ସଚେତନ କରାଇ ଆସୁଛନ୍ତି ଏହି ଯୁବ କଂଗ୍ରେସ । ତେବେ ଏହି କାର୍ଯ୍ୟକଳାପ ପଛରେ କୌଣସି ରାଜନୈତିକ ଉଦ୍ଦ୍ୟେଶ ନାହିଁ ବୋଲି ଯୁବ କଂଗ୍ରେସ ନେତୃତ୍ବରେ ଥିବା ଅମ୍ରିଶ ରଂଜନ ପାଣ୍ଡେ ଗଣ ମାଧ୍ୟକୁ ଜଣାଇଛନ୍ତି ।

@ IANS

ABOUT THE AUTHOR

...view details