ଓଡିଶା

odisha

'ମୋଦି-ଶାହଙ୍କୁ ଜୀବିତ ଦେଖିବାକୁ ଚାହୁଁନାହିଁ ଗାନ୍ଧୀ ପରିବାର'

By

Published : Sep 25, 2019, 5:38 AM IST

ଗାନ୍ଧୀ ପରିବାର ଅମିତ ଶାହଙ୍କୁ ଜେଲ ପଠାଇଥିଲା । ଅମିତ ଶାହା ଜେଲରେ ହିଁ ଶେଷ ହୋଇ ଯାଆନ୍ତୁ ବୋଲି ଗାନ୍ଧୀ ପରିବାର ଚାହୁଁଥିଲା ବେଲି ବାବା ରାମଦେବ କହିଛନ୍ତି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁଣିଥରେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି ଯୋଗଗୁରୁ ବାବା ରାମଦେବ । ଗାନ୍ଧୀ ପରିବାର ଅମିତ ଶାହଙ୍କୁ ଜେଲ ପଠାଇଥିଲା । ଅମିତ ଶାହା ଜେଲରେ ହିଁ ଶେଷ ହୋଇ ଯାଆନ୍ତୁ ବୋଲି ଗାନ୍ଧୀ ପରିବାର ଚାହୁଁଥିଲା ବୋଲି ବାବା ରାମଦେବ କହିଛନ୍ତି । ଏହା ସହିତ ଗାନ୍ଧୀ ପରିବାର ମୋଦି-ଶାହଙ୍କୁ ଜୀବିତ ଦେଖିବାକୁ ଚାହୁଁନଥିବା ଅଭିଯୋଗ କରିଛନ୍ତି ରାମଦେବ ।

ନୋଏଡାର ଏକ କଲେଜ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ସିଧାସଳଖ ଟାର୍ଗଟ କରି ଏଭଳି କହିଛନ୍ତି ରାମଦେବ । ଏହାସହ ସେ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଆକ୍ଷେପ କରି କହିଛନ୍ତି, ଆଇନର ଉଲ୍ଲଂଘନ କରୁଥିବା ଲୋକଙ୍କ ଅବସ୍ଥା ପି.ଚିଦାମ୍ବରମଙ୍କ ପରି ହେବ । ଯେକୌଣସି ବ୍ୟକ୍ତି ସମ୍ବିଧାନ ବିରୋଧୀ କାମ କରିବ ସିଏ ଜେଲ ଯିବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details