ପ୍ରତିବର୍ଷ ସେପଟେମ୍ବର ୨୬ ତାରିଖରେ ପାଳନ କରାଯାଏ ବିଶ୍ୱ ଗର୍ଭନିରୋଧକ ଦିବସ । ଗର୍ଭନିରୋଧକ ପଦ୍ଧତି ବାବଦରେ ସଚେତନତା ପ୍ରସାର କରିବା ସହ ଲୋକଙ୍କୁ ସେମାନଙ୍କ ଯୌନଗତ ଓ ପ୍ରଜନନ ସ୍ୱାସ୍ଥ୍ୟ ସଂପର୍କରେ ଅବଗତ କରାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ସଠିକ୍ ପରିବାର ନିୟୋଜନ, ଅଲୋଡା ଗର୍ଭଧାରଣ ନେଇ ମଧ୍ୟ ଏହି ଦିବସ ମାଧ୍ୟମରେ ସଚେତନତାର ବାର୍ତା ପ୍ରଚାର କରାଯାଏ ।ଯୈାନ ସଂପର୍କ ବା ସମ୍ଭୋଗ ପ୍ରତ୍ୟେକ ମଣିଷ ଜୀବନରେ ଏକ ସ୍ୱାଭାବିକ ପ୍ରକ୍ରିୟା । ନୂଆ ଜୀବନ ସୃଷ୍ଟି ପାଇଁ ବି ଏହା ଜରୁରୀ । କିନ୍ତୁ ବେଳେ ବେଳେ ନିଜର ଯୈାନ କାମନା ମେଂଟାଇବା ପାଇଁ ହିଁ ଶାରୀରିକ ସଂପର୍କର ଲକ୍ଷ୍ୟ ହୋଇଥାଏ । ତେଣୁ ଅନିୟୋଜିତ ଓ ଅଲୋଡା ଗର୍ଭଧାରଣରୁ ବର୍ତିବା ପାଇଁ ଗର୍ଭନିରୋଧକ ଦରକାର ହୁଏ । ଏହାଛଡା ଦଂପତିଙ୍କ ଯୈାନଜୀବନକୁ ପ୍ରଭାବିତ ନ କରି ଦୁଇ ବା ଅଧିକ ଗର୍ଭଧାରଣ ମଧ୍ୟରେ ବ୍ୟବଧାନ ରଖିବା ପାଇଁ ବି ଗର୍ଭନିରୋଧକ ଆବଶ୍ୟକ ହୁଏ । ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ପାଇଁ ଭାରତ ସମେତ ବିଭିନ୍ନ ଦେଶରେ
ଗର୍ଭନିରୋଧକ ବ୍ୟବହାର ଏକ ସହଜ ଓ ସରଳ ଉପାୟ ହୋଇ ରହିଛି। ଅବଶ୍ୟ ଜନ୍ମ ନିୟନ୍ତ୍ରଣ ପାଇଁ ଔଷଧ, ଅସ୍ତ୍ରୋପଚାର ଭଳି ଅନ୍ୟାନ୍ୟ ଉପାୟ ବି ରହିଛି । କିପରି କାମ କରେ ଗର୍ଭନିରୋଧକ ? ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା –ଏନଏଚଏସ୍ ଅନୁସାରେ ଜଣେ ମହିଳା ସେତେବେଳେ ଗର୍ଭବତୀ ହୁଅନ୍ତି, ଯେତେବେଳେ ପୁରୁଷର ଶୁକ୍ରାଣୁ ମହିଳାଙ୍କ ଡିମ୍ବାଣୁ ( ଓଭା ) ରେ ପ୍ରବେଶ କରେ । ଗର୍ଭନିରୋଧକ ବ୍ୟବହାର କଲେ ଗର୍ଭଧାରଣ ହୁଏ ନାହିଁ । ଗର୍ଭନିରୋଧକ ଡିମ୍ବାଣୁ ଓ ଶୁକ୍ରାଣୁକୁ ଅଲଗା ଅଲଗା ରଖିବା ସହ ଡିମ୍ବାଣୁ ସୃଷ୍ଟି ବନ୍ଦ କରେ । ଏହାଛଡା ଗର୍ଭ ଲାଇନିଂରେ ଶୁକ୍ରାଣୁ ଓ ଡିମ୍ବାଣୁକୁ ମିଳିତ ଭାବେ ସଂଲଗ୍ନ ହେବାରେ ରୋକିଥାଏ ଗର୍ଭନିରୋଧକ ।
ଗର୍ଭଧାରଣ ଏଡାଇବା ପାଇଁ କି କି ପଦ୍ଧତି ରହିଛି ? ସେଂଟର ଫର୍ଡି ଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ -ସିଡିସି ଅନୁସାରେ ଗର୍ଭଧାରଣ ଏଡାଇବା ପାଇଁ ଏକାଧିକ ପଦ୍ଧତି ରହିଛି । ସେସବୁ ହେଲା – ରିଭର୍ସିବଲ୍ ପଦ୍ଧତି
୧. ଲିଭୋନରଜେସଟ୍ରିଲ ଇନଟ୍ରାୟୁଟେରିନ ସିଷ୍ଟମ ( ଏଲଏନଜି ଆଇୟୁଡି ) –ଏଲଏନଜି ଆଇୟୁଡି ହେଉଛି ଏକ କ୍ଷୁଦ୍ର ଇଂରାଜୀ ଅକ୍ଷର ଟି ଆକୃତିର ଉପକରଣ । ଜଣେ ଡାକ୍ତରଙ୍କ ଦ୍ୱାରା ଏହା ଜରାୟୁ ଭିତରେ ରଖାଯାଏ ।ପ୍ରତିଦିନ ଏହା ସ୍ୱଳ୍ପ ପରିମାଣର ପ୍ରୋଜେଷ୍ଟିନ ରିଲିଜ କରିଥାଏ, ଯାହା କି ଗର୍ଭଧାରଣରୁ ମହିଳାଙ୍କୁ ଦୂରେଇ ରଖେ ।
୨. କପର୍ ‘ଟି’ ଇନଟ୍ରାୟୁଟେରିନ ଡିଭାଇସ – ( ଆଇୟୁଡି ) ଏହି ଆଇୟୁଡି ହେଉଛି ଏକ ଛୋଟ ଉପକରଣ , ଯାହା କି ଇଂରାଜୀ ଅକ୍ଷର ‘ଟି’ ଆକୃତିର ହୋଇଥାଏ । ଏହା ମଧ୍ୟ ଜଣେ ଡାକ୍ତରଙ୍କ ଦ୍ୱାରା ମହିଳାଙ୍କ ଜରାୟୁ ଭିତରେ ପ୍ରବେଶ କରାଯାଇଥାଏ । ଏହା ଦ୍ୱାରା ଗର୍ଭ ସୃଷ୍ଟି ହେବ ନାହିଁ ।
ହରମୋନାଲ ପଦ୍ଧତି
୧. ଇଂପ୍ଲାଂଟ୍ –ଗୋଟିଏ ପତଳା ଛଡ ମହିଳାଙ୍କ ଅପର୍ ଆର୍ମ ତ୍ୱଚା ତଳେ ଖଂଜାଯାଇଥାଏ । ଛଡରେ ପ୍ରୋଜେଷ୍ଟେନ ରହିଥାଏ,ଯାହା କି ଶରୀରକୁ ୩ ବର୍ଷରୁ ଅଧିକ ସମୟ ପାଇଁ ପ୍ରବାହିତ ହୋଇଥାଏ ।
୨. ଇଂକେଜସନ୍ ବା ‘ସଟ୍’ - ମହିଳାମାନଙ୍କୁ ହରମୋନ ପ୍ରୋଜେଷ୍ଟେନର ସଟ୍ ଦିଆଯାଏ । ମହିଳାମାନଙ୍କ ନିତମ୍ବରେ ବା ବାହୁରେ ଡାକ୍ତରମାନେ ଏହି ସଟ୍ ଦିଅନ୍ତି ।
୩. କମ୍ବାଇନଡ୍ ଓରାଲ କଂଟ୍ରାସେପଟିଭସ- ଏହାକୁ ପିଲ୍ ବା ବଟିକା ବି କୁହାଯାଏ । ଏଥିରେ ହରମୋନଓ ଏଷ୍ଟ୍ରୋଜେନ ଓ ପ୍ରୋଜେଷ୍ଟେନ ରହିଥାଏ । ଡାକ୍ତରମାନେ ଏହା ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । ପ୍ରତିିଦିନ ଏକା ସମୟରେ ବଟିକା ସେବନ କରାଯାଏ ।
୪. କେବଳ ପ୍ରୋଜେଷ୍ଟିନ ବଟିକା- ଏହି ବଟିକାରେ କେବଳ ପ୍ରୋଜେଷ୍ଟିନ ହିଁ ଥାଏ । ଏହାକୁ ମିନି ପିଲ୍ ମଧ୍ୟ କୁହାଯାଏ । ଏଥିରେ କେବଳ ଗୋଟିଏ ହରମୋନ ହିଁ ରହିଥାଏ ।
୫. ପ୍ୟାଚ୍- ଏହି ସ୍କିନ ପ୍ୟାଚ୍ ତଳିପେଟର ନିମ୍ନ ଭାଗ, ନିତମ୍ବ ବା ଶରୀରର ଉପର ଭାଗରେ ( କିନ୍ତୁ ସ୍ତନ ନୁହେଁ ) ପିନ୍ଧିବାକୁ ମହିଳାମାନଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । ଏହି ପଦ୍ଧତି ଦ୍ୱାରା ରକ୍ତସ୍ରୋତକୁ ହରମୋନସ୍ ପ୍ରୋଜେଷ୍ଟିନ ଓ ଏଷ୍ଟ୍ରୋଜେନ୍ ପ୍ରବାହିତ ହୋଇଥାଏ ।
୬. ହରମୋନାଲ ଭାଜିନାଲ କଂଟ୍ରାସେପଟିଭ୍ ରିଙ୍ଗ୍ – ଏହି ରିଙ୍ଗ୍ହ ରମୋନସ୍ ପ୍ରୋଜିଷ୍ଟିନ୍ ଓ ଏଷ୍ଟ୍ରୋଜେନ୍ ରିଲିଜ୍ କରେ । ମହିଳାଙ୍କ ଯୈାନାଙ୍ଗରେ ରିଙ୍ଗ୍ ରଖାଯାଏ ।