ଓଡିଶା

odisha

By

Published : May 26, 2020, 10:14 AM IST

ETV Bharat / bharat

ଭାରତରେ ଘରୋଇ ବିମାନ ସେବା ଆରମ୍ଭ ନେଇ WHOର ପ୍ରତିକ୍ରିୟା

କୋରୋନା ସଙ୍କଟ ଓ ଲକଡାଉନ୍ ଯୋଗୁଁ ଦେଶର ଅନ୍ୟାନ୍ୟ ସେବା ପରି ବିମାନ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ଏହି ବିମାନ ସେବା ସୋମବାର ଠାରୁ ପୁନଃ ଆରମ୍ଭ ହୋଇଛି । ଭାରତର ଏହି ନିଷ୍ପତ୍ତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଛି ପରାମର୍ଶ ଦେଇଛି।

WHO
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋରୋନା ସଙ୍କଟ ଓ ଲକଡାଉନ୍ ଯୋଗୁଁ ଦେଶର ଅନ୍ୟାନ୍ୟ ସେବା ପରି ବିମାନ ସେବା ମଧ୍ୟ ବନ୍ଦ ହୋଇଯାଇଥିଲା କିନ୍ତୁ ବର୍ତ୍ତମାନ ଏହି ବିମାନ ସେବା ସୋମବାର ଠାରୁ ପୁନଃ ଆରମ୍ଭ ହୋଇଛି । ଏହାସହ ବହୁ ସଂଖ୍ୟକ ଲୋକ ବିମାନ ଯୋଗେ ଯାତ୍ରା ମଧ୍ୟ କରିଛନ୍ତି। ଏହି ବିମାନ ସେବା ଆରମ୍ଭ କରିବା ପାଇଁ ଭାରତର ନିଷ୍ପତ୍ତି ଉପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କିଛି ପରାମର୍ଶ ଦେଇଛି।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) କହିଛି ଯେ ବିମାନ ସେବା ଯୋଗାଉଥିବା ଲୋକେ ଅତି କମରେ ଏକ ମିଟର କିମ୍ବା ଅଧିକ ଦୂରତା ଅନୁସରଣ କରିବା ଉଚିତ୍। WHO ର ବୈଷୟିକ ମୁଖ୍ୟ ଡ଼ଃ ମାରିଆ ୱାନ୍ କେରଖୋୱ କହିଛନ୍ତି ଯେ ଦୂରତାକୁ ପ୍ରାଧାନ୍ୟ ଦେବା ଉଚିତ୍। ଏହାସହ ମଧ୍ୟମ ସିଟ୍ ଖାଲି ରଖିବା ଉଚିତ୍ ।

ଏହାପୂର୍ବରୁ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ବ୍ୟତୀତ ଦେଶର ଅନ୍ୟାନ୍ୟ ବିମାନବନ୍ଦରରୁ ବିମାନ ଚଳାଚଳ ସୋମବାର ଠାରୁ ଆରମ୍ଭ ହୋଇଥିଲା। ଯାତ୍ରା ସମୟରେ ସାମାଜିକ ଦୂରତା ପାଇଁ ପ୍ରସ୍ତୁତି ମଧ୍ୟ ବିମାନବନ୍ଦରରେ କରାଯାଇଛି।

ମାର୍ଚ୍ଚରେ ପ୍ରଥମ ଥର ପାଇଁ ଲକଡାଉନ୍ ଲାଗୁ ହେବା ସହିତ ବିମାନ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, କିନ୍ତୁ ବର୍ତ୍ତମାନ ଘରୋଇ ବିମାନ ସେବା ପୁଣି ଆରମ୍ଭ ହୋଇଛି। ଯଦି ସବୁକିଛି ଠିକ ରହିଲା ତେବେ ଅଗଷ୍ଟ କିମ୍ବା ସେପ୍ଟେମ୍ବରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ ହୋଇପାରିବ ।

ABOUT THE AUTHOR

...view details