ଓଡିଶା

odisha

By

Published : May 29, 2020, 10:49 AM IST

ETV Bharat / bharat

ପଶ୍ଚିମବଙ୍ଗର ମନ୍ତ୍ରୀ ସୁଜିତ ବୋଷ କୋରୋନା ଆକ୍ରାନ୍ତ

ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ସୁଜିତ ବୋଷ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

_corona
ପଶ୍ଚିମବଙ୍ଗ ଟିଏମସି ନେତା କୋରୋନା ଆକ୍ରାନ୍ତ

କୋଲକାତା: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା କୋରୋନା ଆକ୍ରାନ୍ତ । ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ସୁଜିତ ବୋଷ କୋରୋନା ଆକ୍ରାନ୍ତ ଥିବା ଜଣାପଡିଛି ।

ଏହି ଖବର ଜଣାପଡିବା ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ କରାଯାଉଛି । ସେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ କାର୍ଯ୍ୟରେ ନିୟୋଜିତ ଥିଲେ । ଏପଟେ ତାଙ୍କ କୋରୋନା ପରୀକ୍ଷା ରିପୋର୍ଟରେ ସାମାନ୍ୟ କୋରୋନା ଲକ୍ଷଣ ଥିବା ଜଣାପଡିଛି । ସେ ରାଜ୍ୟର ପ୍ରଥମ ମନ୍ତ୍ରୀ ଯିଏ କୋରୋନା ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ଗତ ସପ୍ତାହ ପୂର୍ବରୁ ତାଙ୍କ ଚାକରାଣୀ କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ସେ କହିଛନ୍ତି, ମୋ ଠାରେ କୋରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ । କିନ୍ତୁ ମୁଁ ଜାଣେନା କିପରି କୋରୋନା ସଂକ୍ରମିତ ହୋଇଛି । ମୁଁ ପ୍ରଚୁର ପରିମାଣର ପାଣି ପିଉଛି। ମୋତେ ସୁସ୍ଥ ହେବାକୁ ପଡିବ ବୋଲି ସେ କହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details