ଓଡିଶା

odisha

By

Published : Aug 5, 2020, 5:10 PM IST

ETV Bharat / bharat

ମହାମାରୀ ସହ ରାମ ମନ୍ଦିର ପାଇଁ 10 ଲକ୍ଷ ଦାନ କଲେ ଉପରାଷ୍ଟ୍ରପତିଙ୍କ ପରିବାର

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ପରିବାର ରାମ ମନ୍ଦିରର ନିର୍ମାଣ ଏବଂ ମହାମାରୀ କୋରୋନା ପାଇଁ 10 ଲକ୍ଷ ଟଙ୍କାର ଅର୍ଥ ଦାନ ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ପତ୍ନୀ ଏହି ମହାନ ପଦକ୍ଷେପ ନେଇଛନ୍ତି । ଅଧିକ ପଢନ୍ତୁ...

ମହାମାରୀ ସହ ରାମ ମନ୍ଦିର ନିର୍ମାଣ ପାଇଁ 10 ଲକ୍ଷ ଦାନ କଲେ ଉପରାଷ୍ଟ୍ରପତିଙ୍କ ପରିବାର
ମହାମାରୀ ସହ ରାମ ମନ୍ଦିର ନିର୍ମାଣ ପାଇଁ 10 ଲକ୍ଷ ଦାନ କଲେ ଉପରାଷ୍ଟ୍ରପତିଙ୍କ ପରିବାର

ନୂଆଦିଲ୍ଲୀ:ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ହୋଇଛି ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା । ଏହି ପବିତ୍ର ଦିବସ ଅବସରରେ ରାମ ମନ୍ଦିରର ନିର୍ମାଣ ଏବଂ ମହାମାରୀ କୋରୋନା ବିରୋଧରେ ଜାରି ରହିଥିବା ଯୁଦ୍ଧ ପାଇଁ ସହାୟତାର ହାତ ବଢାଇଛନ୍ତି ଉପରାଷ୍ଟ୍ରପତିଙ୍କ ପରିବାର ।

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ପରିବାର ରାମ ମନ୍ଦିରର ନିର୍ମାଣ ଏବଂ ମହାମାରୀ କୋରୋନା ପାଇଁ 10 ଲକ୍ଷ ଟଙ୍କାର ଅର୍ଥ ଦାନ ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ପତ୍ନୀ ଏହି ମହାନ ପଦକ୍ଷେପ ନେଇଛନ୍ତି । ଏଥିରେ ତାଙ୍କ ପୁଅ ହର୍ଷ, ବୋହୂ ରାଧା, ଝିଅ ଦୀପା ଭେଙ୍କଟ ଓ ଜ୍ବାଇଁ ଭେଙ୍କଟ ଇମାନିଙ୍କ ସହଯୋଗ ରହିଥିବା ଜଣାପଡିଛି ।

ଉପରାଷ୍ଟ୍ରପତିଙ୍କ ପତ୍ନୀ 5 ଲକ୍ଷର ଏକ ଚେକ୍‌କୁ ପିଏମ କେୟାର ଫଣ୍ଡ୍‌କୁ ଦାନ ଦେଇଥିବା ବେଳେ 5 ଲକ୍ଷ ଟଙ୍କାର ଆଉ ଏକ ଚେକ୍‌ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଦେଇଥିବା ଜଣାପଡିଛି ।

ପୂର୍ବରୁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ନିଜର 1 ମାସର ଦରମା ପିଏମ କେୟାରକୁ ଦେଇଥିବା ବେଳେ ପ୍ରତ୍ୟେକ ମାସ ନିଜ ଦରମାର 30 ପ୍ରତିଶତ ଅର୍ଥ କୋରୋନା ପାଇଁ ଦାନ କରିବାକୁ ଘୋଷଣା କରିଥିଲେ ।

ABOUT THE AUTHOR

...view details