ଓଡିଶା

odisha

By

Published : Oct 27, 2020, 4:19 PM IST

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ଦଳ

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକେଲ ପମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର । ପଢନ୍ତୁ ଅଧିକ....

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଓ ପ୍ରିତରକ୍ଷା ମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଓ ପ୍ରିତରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ମାଇକେଲ ପମ୍ପିଓ ଓ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର । ଆଜି ପୁର୍ବାହ୍ନରେ ଏହି ସାକ୍ଷାତକାର ହୋଇଥିବା ସୂଚନା ରହିଛି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ , ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଓ ପ୍ରିତରକ୍ଷା ମନ୍ତ୍ରୀ

ଗତକାଲି ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ବପୁର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଗତକାଲିର ବୈଠକରେ ଭାରତର 3 ସେନା ମୁଖ୍ୟଙ୍କ ସହ ଆମେରିକାର ଅନେକ ପଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ସେଥିରେ ଦୁ୍ଇ ରାଷ୍ଟ୍ର ମଧ୍ୟରେ ପ୍ରତିରକ୍ଷା ସହଯୋଗ ଓ ବୁଝାମଣା ଉପରେ ଅନେକ ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି ।

ଏହି ଅବସରରେ ଦୁଇଦେଶ ମଧ୍ୟରେ ଐତିହାସିକ ମୌଳିକ ବିନିମୟ ଏବଂ ସହଯୋଗ ଚୁକ୍ତି (BECA) ସ୍ବାକ୍ଷରିତ ହେବା ସହ ପୃଥିବୀ ବିଜ୍ଞାନରେ ବୈଷୟିକ ସହଯୋଗ ପାଇଁ ଏମଓୟୁ, ଆଣବିକ ସହଯୋଗ ଉପରେ ବ୍ୟବସ୍ଥା ବିସ୍ତାର କରିବାର ବ୍ୟବସ୍ଥା, ଡାକ ସେବା ଉପରେ ଚୁକ୍ତିନାମା, ଆୟୁର୍ବେଦ ଏବଂ କର୍କଟ ଅନୁସନ୍ଧାନରେ ସହଯୋଗ ଉପରେ ଚୁକ୍ତିନାମା ଆଦି ସ୍ବାକ୍ଷର ହୋଇଛି । ଏହି ଚୁକ୍ତି ସ୍ବାକ୍ଷରିତ ହେବା ପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଖୁସି ବ୍ୟକ୍ତ କରିବା ସହ ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ଓ ଦୃଢ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ସେହିପରି ଦୁଇ ଦିନିଆ ଗସ୍ତରେ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ଏହି ପ୍ରତିନିଧି ଦଳ ଆଜି ଆମେରିକା ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details