ଓଡିଶା

odisha

ହଜ ତୀର୍ଥଯାତ୍ରୀଙ୍କୁ ରିଫଣ୍ଡ ଆବେଦନ ପାଇଁ ୟୁପି ସରକାରଙ୍କ ନିର୍ଦ୍ଦେଶ

By

Published : Jun 24, 2020, 3:58 PM IST

କୋରୋନା ସଂକ୍ରମଣ ଦୃଷ୍ଟିରୁ ବିଦେଶୀଙ୍କୁ ମକ୍କା ଯାତ୍ରା ପାଇଁ ଅନୁମତି ନଦେବାକୁ ସାଉଦି ଆରବ ସରକାର ସ୍ଥିର କରିଛନ୍ତି । ଏଥିପାଇଁ ୟୁପିର ଅଗ୍ରୀମ ବୁକିଂ କରିଥିବା ସମସ୍ତ ଯାତ୍ରୀଙ୍କୁ ରିଫଣ୍ଡ ମିଳିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବିଦେଶୀଙ୍କୁ ହଜ୍ ଯାତ୍ରା ନିଷେଧ, ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
ବିଦେଶୀଙ୍କୁ ହଜ୍ ଯାତ୍ରା ନିଷେଧ, ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ

ଲକ୍ଷ୍ନୌ: କୋରୋନା ପାଇଁ ଏବର୍ଷର ହଜ୍ ଯାତ୍ରା ଆୟୋଜନରେ ସମସ୍ୟା ଦେଖାଦେଇଛି । ଅଳ୍ପ ସଂଖ୍ୟକ ଯାତ୍ରା ଆୟୋଜନ ନେଇ ସାଉଦି ଆରବ ମଙ୍ଗଳବାର ଘୋଷଣା କରିଥିଲା । ଏଥିପାଇଁ ଭାରତରୁ ଯାତ୍ରୀଙ୍କ ସଂଖ୍ୟା କମିବା ସହ ଅନେକ ଲୋକ ହଜ୍ ଯାତ୍ରା ନକରିବାକୁ ସ୍ଥିର କରିଛନ୍ତି । ଏପରି ସ୍ଥିତିରେ ସମସ୍ତ ଯାତ୍ରୀଙ୍କ ଅଗ୍ରୀମ ବୁକିଂ ଅର୍ଥ ଫେରସ୍ତ କରାଯିବ ବୋଲି ଉତ୍ତର ପ୍ରଦେଶ ସଂଖ୍ୟାଲଘୁ ମନ୍ତ୍ରୀ ମୋହସିନ ରାଜା କହିଛନ୍ତି ।

ଏନେଇ ବୁଧବାର ସେ ରାଜ୍ୟରେ ଥିବା ସମସ୍ତ ମୁସଲିମ ଲୋକଙ୍କୁ ରିଫଣ୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ସରକାରଙ୍କୁ ସାଉଦି ଆରବ ପକ୍ଷରୁ ସୂଚନା ମିଳିଛି ଯେ ଏବର୍ଷ ହଜ୍ ଯାତ୍ରାରେ ବିଦେଶୀଙ୍କୁ ଅନୁମତି ମିଳିବନି । ଏଥିପାଇଁ ହଜ୍ କମିଟି ନିକଟରେ ଆଗୁଆ ବୁକିଂ କରିଥିବା ଲୋକଙ୍କୁ ରିଫଣ୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦିଆଯାଉଛି । ଏଥପାଇଁ ହଜ୍ ଯାତ୍ରୀ ଦାଖଲ କରିଥିବା ସମ୍ପୂର୍ଣ୍ଣ ଅର୍ଥ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବ । ଏଥିରେ କୌଣସି ଅର୍ଥ କଟାଯିବନି ବୋଲି ମୋହସିନ କହିଛନ୍ତି ।

ତେବେ ସାଉଦି ଆରବରେ ରହୁଥିବା ଭାରତୀୟ ଏଥିରେ ଭାଗ ନେଇପାରିବେ । କାରଣ ସେମାନଙ୍କ ପାଇଁ ସେଠାକର ସରକାର ସମସ୍ତ ପ୍ରକାର ଆୟୋଜନ କରିଛନ୍ତି ବୋଲି ମୋହସିନ ସୂଚନା ଦେଇଛନ୍ତି । ମଙ୍ଗଳବାର ସାଉଦି ଆରବ ସରକାର ଘୋଷଣା କରିଥିଲେ ଯେ ଏବର୍ଷ ହଜ୍ ଯାତ୍ରାରେ ଅଳ୍ପସଂଖ୍ୟକ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ । କୋରୋନା ସଂକ୍ରମଣ ଦୃଷ୍ଟିରୁ ବିଦେଶୀଙ୍କୁ ମକ୍କା ଯାତ୍ରା କରିବାକୁ ଅନୁମତି ମିଳିବନି ବୋଲି ସ୍ପଷ୍ଟ କରିଥିଲେ ସରକାର । ପ୍ରକାଶ ଥାଉ କି ଜୁଲାଇରେ ଆରମ୍ଭ ହେଉଥିବା ଏହି ଯାତ୍ରାରେ ପ୍ରାୟ 2 ମିଲିୟନରୁ ଅଧିକ ଲୋକ ପ୍ରତିବର୍ଷ ଭାଗ ନେଇଥାନ୍ତି । ଏମାନଙ୍କ ମଧ୍ୟରେ ବିଦେଶରୁ ମଧ୍ୟ ବହୁତ ଯାତ୍ରୀ ରହିଥାନ୍ତି ।

ABOUT THE AUTHOR

...view details