ଓଡିଶା

odisha

By

Published : Dec 24, 2020, 9:08 PM IST

ETV Bharat / bharat

ରାଜସ୍ଥାନରେ 18ଟି ସଡକ ପ୍ରକଳ୍ପର ଉଦଘାଟନ କଲେ ନୀତିନ ଗଡକରୀ

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପ୍ରାୟ 8 ହଜାର 500 କୋଟି ଟଙ୍କାର 18ଟି ସଡକ ପ୍ରକଳ୍ପ ରାଜସ୍ଥାନକୁ ଭେଟି ଦେଇଛନ୍ତି । ଗୁରୁବାର ଦିନ କେନ୍ଦ୍ରମନ୍ତ୍ରୀ ନୀତିନ 11ଟି ପ୍ରକଳ୍ପର ଶିଳାନ୍ୟାସ ଓ 7ଟି ପ୍ରକଳ୍ପର ଭର୍ଚୁଆଲ ଲୋକାର୍ପଣ କରିଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନରେ 18 ଟି ସଡକ ପ୍ରକଳ୍ପର ଉଦଘାଟନ କଲେ ନୀତିନ
ରାଜସ୍ଥାନରେ 18 ଟି ସଡକ ପ୍ରକଳ୍ପର ଉଦଘାଟନ କଲେ ନୀତିନ

ଜୟପୁର: ରାଜସ୍ଥାନକୁ 18ଟି ସଡକ ପ୍ରକଳ୍ପ ଭେଟି ଦେଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଯେଉଁଥିରୁ 11ଟି ପ୍ରକଳ୍ପର ଶିଳାନ୍ୟାସ ଓ 7 ଟି ପ୍ରକଳ୍ପର ଭର୍ଚୁଆଲ ଲୋକାର୍ପଣ କରିଛନ୍ତି ନୀତିନ । ଏହି ପ୍ରୋଜେକ୍ଟରେ ପାଖାପାଖି ଏକ ହଜାର 127 କିଲୋମିଟର ଲମ୍ବା ରାସ୍ତା ସାମିଲ ରହିଛି ଏବଂ ଏଥିପାଇଁ ମୋଟ 8 ହଜାର 500 କୋଟି ଟଙ୍କା ଅନୁମୋଦନ ହୋଇଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ଏହି ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟକ୍ରମରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, ବିଶିଷ୍ଠ ଅତିଥି ଭାବେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏଥିରେ ଅଧ୍ୟକ୍ଷତା କରିଥିଲେ । ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଜେନେରାଲ ବିକେ ସିଂହ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏବଂ କୈଳାସ ଚୌଧୁରୀ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ପ୍ରକଳ୍ପ ସହ ଜଡିତ ଅଞ୍ଚଳର ସାଂସଦ, ମନ୍ତ୍ରୀ ଏବଂ ବିଧାୟକମାନେ ମଧ୍ୟ ଭର୍ଚୁଆଲ ମାଧ୍ୟମ ଜରିଆରେ ସାମିଲ ହୋଇଥିଲେ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ସଡକ ପ୍ରକଳ୍ପ ପାଇଁ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କହିବା ଅନୁଯାୟୀ, ରାଜସ୍ଥାନରେ ରିଫାଇନାରୀ ପ୍ରକଳ୍ପ ମଧ୍ୟ ପ୍ରସ୍ତୁତ ହେଉଛି । ଏହାବ୍ୟତୀତ ଔେଦୋଗିକ ଗତିବିଧି ଉପରେ ମଧ୍ୟ ତୀକ୍ଷ୍ଣ ଦୃଷ୍ଟି ଦିଆଯାଉଛି । ଯାହାଦ୍ବାରା ଆଗାମୀ ଦିନରେ ଦ୍ରୁତ ଶିଳ୍ପାୟନ ଘଟିବ । ଏଣୁ ଏଥିଲାଗି ଉପଯୁକ୍ତ ରାସ୍ତା ରହିବା ନିତାନ୍ତ ଆବଶ୍ୟକ । ସଡ଼କ କ୍ଷେତ୍ରରେ ପୂର୍ବରୁ ରାଜସ୍ଥାନର ଭଲ ସ୍ଥିତି ନଥିଲା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହି ପ୍ରକଳ୍ପ ଭେଟି ପାଇଁ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details