ଓଡିଶା

odisha

By

Published : Apr 22, 2020, 6:36 AM IST

ETV Bharat / bharat

ଖୋଲିଲା ଆଜାଦପୁର ମାର୍କେଟ, ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ

ପ୍ରଥମ ଦିନର ସ୍ଥିତି ଅନୁଧ୍ୟାନ ପାଇଁ ଆଜାଦପୁର ହାଟରେ ପହଞ୍ଚିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ । ହାଟର ସବୁପ୍ରକାର ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ଖୋଲିଲା ଆଜାଦପୁର ମାର୍କେଟ, ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ
ଖୋଲିଲା ଆଜାଦପୁର ମାର୍କେଟ, ପରିଦର୍ଶନରେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମଙ୍ଗଳବାରଠାରୁ ଖୋଲିଛି ଦିଲ୍ଲୀର ଆଜାଦପୁର ମାର୍କେଟ । ଲୋକଙ୍କ ହିତ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସବୁଦିନ ଏହା 24 ଘଣ୍ଟା ଖୋଲା ରହିବ ବୋଲି ଜଣାପଡିଛି ।

ପ୍ରଥମ ଦିନ ଖୋଲିବା ପରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅନେକ ଲୋକ ଓ ବେପାରୀ ମାର୍କେଟରେ ଭିଡ ଜମାଇଥିଲେ । ପ୍ରଥମ ଦିନର ସ୍ଥିତି ଅନୁଧ୍ୟାନ ପାଇଁ ଆଜାଦପୁର ହାଟରେ ପହଞ୍ଚିଥିଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀ । ହାଟର ସବୁପ୍ରକାର ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ଲୋକେ ନିୟମ ମାନୁଛନ୍ତି କି ନାହିଁ ଏବଂ ପରିବା କେତେ ମୂଲ୍ୟରେ କିଏ ବିକୁଛି ଏପରି ସବୁର ତଦାରଖ କରିଥିଲେ । କେନ୍ଦ୍ରମନ୍ତ୍ରୀ ପରିଦର୍ଶନବେଳେ ମାସ୍କ ପିନ୍ଧିଥିବା ସହ ସାମାଜିକ ଦୂରତ୍ବ ନେଇ ଲୋକଙ୍କୁ ସଚେତନ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର ଏହି ମାର୍କେଟ ଉପରେ ହଜାର ହଜାର ଲୋକ ନିର୍ଭରଶୀଳ । ପ୍ରତିଦିନ ଏଠାରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥାଏ । ନୂଆ ନିୟମ ଅନୁସାରେ ସବୁଦିନ ସକାଳ 6ଟାରୁ ରାତି 10 ଯାଏଁ ଏଠାରେ ପରିବା ବିକ୍ରି ହେବ । ରାତି 10ରୁ ସକାଳ 6 ଯାଏଁ ହାଟ ଭିତରେ ଟ୍ରକ ଚଳାଚଳକୁ ଅନୁମତି ମିଳିବ ।

ସୌଜନ୍ୟ@ANI

ABOUT THE AUTHOR

...view details