ନୂଆଦିଲ୍ଲୀ: ଚାଲିଛି କେନ୍ଦ୍ର କ୍ୟାବିନେଟ ବୈଠକ । ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।
କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ
11:24 June 24
କେନ୍ଦ୍ର କ୍ୟାବିନେଟ ବୈଠକ ଆରମ୍ଭ
ପୂର୍ବରୁ ଜୁନ୍ 3 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ 7ଲୋକକଲ୍ୟାଣ ମାର୍ଗରେ ବସିଥିଲା କ୍ୟାବିନେଟ ବୈଠକ । ଯେଉଁଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଜୁନ୍1 ତାରିଖରେ ହୋଇଥିବା କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ପାଇଁ ଏମଏସଏମଇ ପାଇଁ ଦିଆଯାଇଥିବା 50000 କୋଟି ଟଙ୍କାକୁ ମଞ୍ଜୁର ମିଳିଥିଲା ।
ତେବେ ଆଜିର ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହା ଜଣାପଡିନଥିବାବେଳେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ମିଳିଛି ।
@ANI