ଓଡିଶା

odisha

By

Published : Feb 24, 2020, 9:31 AM IST

ETV Bharat / bharat

ଗିରଫ ପରେ ବେଙ୍ଗାଲୁରୁ ଆସୁଛି ଫେରାର ଡନ ରବି ପୂଜାରୀ

ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସୁଛି ଅଣ୍ଡରୱାର୍ଲ୍ଡ ଡନ ରବି ପୂଜାରୀ । ଗତ ସପ୍ତାହରେ ପୋଲିସ ତାକୁ ଗିରଫ କରିବା ପରେ ଆଜି(ସୋମବାର) ତାକୁ ବେଙ୍ଗାଲୁରୁ ଅଣାଯାଉଥିବା ସୂଚନା ମିଳିଛି ।

Underworld don Ravi Pujari flown to Bengaluru from SA today
ଗିରଫ ପରେ ବେଙ୍ଗାଲୁରୁ ଆସୁଛି ଫେରାର ଡନ ରବି ପୂଜାରୀ

ବେଙ୍ଗାଲୁରୁ: ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସୁଛି ଅଣ୍ଡରୱାର୍ଲ୍ଡ ଡନ ରବି ପୂଜାରୀ । ଗତ ସପ୍ତାହରେ ପୋଲିସ ତାକୁ ଗିରଫ କରିବା ପରେ ଆଜି(ସୋମବାର) ତାକୁ ବେଙ୍ଗାଲୁରୁ ଅଣାଯାଉଥିବା ସୂଚନା ମିଳିଛି ।

କର୍ଣ୍ଣାଟକ ପୋଲିସର 4 ଜଣିଆ ଟିମ୍‌ ରବି ପୂଜାରୀକୁ ଏୟାର ଫ୍ରାନ୍ସ ଫ୍ଲାଇଟ୍‌ରେ ପ୍ୟାରିସ୍‌ ଦେଇ ଆଣୁଥିବା କ୍ରାଇମବ୍ରାଞ୍ଚର ଡେପୁଟୀ କମିଶନର କହିଛନ୍ତି । ଏହି ଟିମ୍‌ରେ ରାଜ୍ୟର ଅତିରିକ୍ତ ଡିଜିପି ଏକେ ପାଣ୍ଡେ ଓ ବେଙ୍ଗାଲୁରୁ ଜଏଣ୍ଟ କମିଶନର ଅଫ୍‌ ପୋଲିସ ସନ୍ଦୀପ ପାଟିଲ୍‌, ଜଣେ ପୋଲିସ ଇନିସପେକ୍ଟର ଓ ଜଣେ କନଷ୍ଟେବଲ ରହିଛନ୍ତି ।

ତେବେ ରବି ପୂଜାରୀ ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାକୁ ଏକ ଅଜ୍ଞାତ ସ୍ଥାନକୁ ନିଆଯିବ ବୋଲି କୁହାଯାଉଛି । ସୂଚନା ଥାଉକି, ଦାର୍ଘ ୧୫ ବର୍ଷ ଧରି ଫେରାର ଥିବା ଅଣ୍ଡର ୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ରବି ପୂଜାରୀକୁ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକା ସେନେଗଲରୁ ଗିରଫ କରାଯାଇଥିଲା ।

ସୌଜନ୍ୟ: IANS

ABOUT THE AUTHOR

...view details